ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଜନଗଣନା ବନ୍ଦ ପାଇଁ ଚିଠି


କରୋନା ପାଇଁ ଏପ୍ରିଲ ପହିଲାରୁ ଆରମ୍ଭ ହେବାକୁ ଥିବା ଜନଗଣନା କାର୍ଯ୍ୟ ବନ୍ଦ ରଖିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ।

ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ୨୦୨୧ ଜନଗଣନା ସହିତ ଜାତୀୟ ଜନଗଣନା ରେଜିଷ୍ଟର (ଏମପିଆର)ର ସର୍ବଶେଷ ହିସାବ ଲାଗି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ବିଜ୍ଞପ୍ତି ଜାରି କରିଛନ୍ତି । ତଦନୁଯାୟୀ ଏପ୍ରିଲ ପହିଲାରୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ଘର ତାଲିକା ପ୍ରସ୍ତୁତ ପାଇଁ ସମୟ ଧାର୍ଯ୍ୟ ହୋଇଛି ।

ସମଗ୍ର ଦେଶରେ ଏଥିପାଇଁ ୩୦ ଲକ୍ଷ ଗଣନାକାରୀଙ୍କୁ ସାମିଲ କରାଯାଇଥିବା ବେଳେ ସେମାନେ ପ୍ରଥମ ପର୍ଯ୍ୟାୟରେ ଘରକୁ ଘର ବୁଲି ସୂଚନା ସଂଗ୍ରହ କରିବେ । ଏଥିପାଇଁ ଗଣନାକାରୀମାନଙ୍କୁ ତାଲିମ୍‍ ପ୍ରଦାନ କରାଯିବା ସହ ସଚେତନ କରାଯାଇଛି ।

ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ କରୋନା ମୁକାବିଲା ଲାଗି ରାଜ୍ୟ ସରକାର ବିଭିନ୍ନ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ ଲାଗି ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ସ୍ଥିତିରେ ଜନଗଣନା କାର୍ଯ୍ୟ ଆରମ୍ଭ ହେଲେ ତାହା କ୍ଷେତ୍ର ସ୍ତରରେ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିବ ।

ତେଣୁ ଜନଗଣନା ପାଇଁ ଦେଶରେ ଧାର୍ଯ୍ୟ ହୋଇଥିବା ସମୟକୁ ବାତିଲ କରିବା ପାଇଁ ସେ ଅନୁରୋଧ କରିଛନ୍ତି । ତେଣୁ କେନ୍ଦ୍ର ସରକାର ଜନଗଣନା ସଂକ୍ରାନ୍ତରେ ସମୀକ୍ଷା କରିବା ସହିତ ଲୋକଙ୍କ ହିତ ଦୃଷ୍ଟିରୁ ପଦକ୍ଷେପ ଗ୍ରହଣ କରିବା ଲାଗି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023