ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଫେରିଲା ଶ୍ରୀମନ୍ଦିର ଅର୍ଥ

ୟେସ୍‍ ବ୍ୟାଙ୍କ୍‍ ଉପରୁ କେନ୍ଦ୍ର ସରକାର କଟକଣା ହଟାଇ ନେବାପରେ ଆଜି ଏହି ବ୍ୟାଙ୍କରେ ପୁରୀ ଶ୍ରୀଜନ୍ନାଥ ମନ୍ଦିରର ସ୍ଥାୟୀ ଜମା ଆକାରରେ ଥିବା ଅର୍ଥ ଫେରିଛି । ପ୍ରଥମ ପର୍ଯ୍ୟାୟରେ ୩୮୯ କୋଟିର ଜମା ଟଙ୍କା ସହିତ ସୁଧ ବାବଦରେ ୮,୨୩,୨୭,୬୩୬ ଟଙ୍କା ଆସିଛି ।

ଏହି ଅର୍ଥକୁ ପୁରୀ ଷ୍ଟେଟବ୍ୟାଙ୍କ୍‍ ମୁଖ୍ୟ ଶାଖାରେ ଥିବା ଶ୍ରୀମନ୍ଦିର ପ୍ରଶାସନ ଆକାଉଣ୍ଟରେ ଜମା କରାଯାଇଛି । ୟେସ୍‍ ବ୍ୟାଙ୍କରେ ଶ୍ରୀମନ୍ଦିର ପ୍ରଶାସନର ଥିବା ଆଉ ୧୫୬କୋଟି ଟଙ୍କାର ସ୍ଥାୟୀ ଜମାର ଅବଧି ମାର୍ଚ୍ଚ ୩୦ ତାରିଖରେ ସରିବାକୁ ଯାଉଥିବାରୁ ଏହି ସମୟ ପରେ ସେହି ଅର୍ଥ ଫେରିବ । ୟେସ୍‍ ବ୍ୟାଙ୍କ୍‍ ପକ୍ଷରୁ ଆଜି ଅର୍ଥ ଫେରିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି ।

ଉଲ୍ଲେଖନୀୟ ଯେ ୟେସ୍‍ ବ୍ୟାଙ୍କ୍‍ରେ ଶ୍ରୀମନ୍ଦିର ପ୍ରଶାସନର ୫୪୫ କୋଟି ଟଙ୍କା ଜମାକୁ ନେଇ ଗତ କିଛିଦିନ ଧରି ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡୁଥିଲା । ମନ୍ଦିର ଅର୍ଥକୁ ରାଷ୍ଟ୍ରାୟତ ବ୍ୟାଙ୍କ୍‍ ବଦଳରେ କାହିଁକି ଘରୋଇ ବ୍ୟାଙ୍କରେ ରଖାଗଲା ବୋଲି ବିରୋଧିଦଳ ଗୁଡିକ ପ୍ରଶ୍ନ କରିବା ସହିତ ସରକାରଙ୍କୁ ବିଧାନସଭା ଭିତରେ ଓ ବାହାରେ ଘେରିଥିଲେ ।

ଅର୍ଥ ଫେରସ୍ତ ପାଇଁ ରାଜ୍ୟ ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ୍‍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସଂଗେ ସଂଗେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ମଧ୍ୟ ପତ୍ର ଲେଖିଥିଲେ । ଓଡିଶାର ସାଂସଦମାନେ ବି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଇଥିଲେ । ୟେସ୍‍ ବ୍ୟାଙ୍କ୍‍ରୁ ଅର୍ଥ ଉଠାଇବା ଉପରେ ଭାରତୀୟ ରିଜର୍ଭବ୍ୟାଙ୍କ୍‍ ଯେଉଁ କଟକଣା ଜାରି କରିଥିଲେ ତାହାକୁ ଗତକାଲି ଉଠାଇ ଦେବାପରେ ଆଜି ଶ୍ରୀମନ୍ଦିର ପ୍ରଶାସନର ଅର୍ଥ ଫେରି ଆସିଛି । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023