ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

କରୋନା ସର୍ତକତା ପାଇଁ କର୍ମଚାରୀଙ୍କ ଦାବି

ସମଗ୍ର ରାଜ୍ୟରେ କରୋନା ସର୍ତକତା ଲାଗୁ ହେବାପରେ ଲୋକସେବା ଭବନର କର୍ମଚାରୀାମନେ ଏବେ ସ୍ୱଚ୍ଛତା ସହିତ ନିଜ ନିଜର ସୁରକ୍ଷା ପାଇଁ ଆଗକୁ ଆସିଛନ୍ତି । ଓଡିଶା ସଚିବାଳୟ କର୍ମଚାରୀ ମହାସଂଘ ପକ୍ଷରୁ ଏ ନେଇ କେତେକ ଦାବି ଉପସ୍ଥାପନ କରାଯାଇଛି ।

ଏଥି ମଧ୍ୟରେ କର୍ମଚାରୀଙ୍କୁ ମାଗଣାରେ ବିଶୁଦ୍ଧ ପିଇବା ପାଣି, ହାତ ସଫା କରିବାପାଇଁ ସାନିଟାଇଜର ଓ ଟିସୁ ପେପର, ସଂକ୍ରମଣରୁ ଦୂରେଇ ରହିବାପାଇଁ ମାସ୍କ ଆଦି ଯୋଗାଇବାପାଇଁ କୁହାଯାଇଛି । ସେହିଭଳି କର୍ମଚାରୀଙ୍କ ବସିବା ସ୍ଥାନକୁ ଭଲଭାବେ ବିଶୋଧନ ପାଇଁ କହିଛନ୍ତି ।

କରୋନା ନିୟନ୍ତ୍ରଣ ହେବା ପର୍ଯ୍ୟନ୍ତ ଫାଇଲ୍‍ ଗୁଡିକୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନେବା ଆଣିବା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯାଉ । କାରଣ ଏହାଦ୍ୱାରା ସଂକ୍ରମଣର ଭୟ ଥିବା କର୍ମଚାରୀମାନେ ଆଶଙ୍କା କରିଛନ୍ତି । ସେହିଭଳି ଲୋକସେବା ଭବନ ପରିସର ଓ ଶୌଚାଳୟ ଗୁଡିକୁ ପରିସ୍କାର ପରିଚ୍ଛନ୍ନ କରିବା ସହିତ ନିୟମିତ ଅନ୍ତରରେ ବିଶୋଧନ ପାଇଁ ଦାବି ହୋଇଛି ।

ଲୋକସେବା ଭବନ ପରିସରରେ ଥିବା ଚାହା ଦୋକାନ, ଜଳଖିଆ ଦୋକାନ ଓ କ୍ୟାବିନ ସବୁରେ ଗରମ, ତଟକା ଓ ପ୍ୟାକେଟ ଖାଦ୍ୟ ବିକ୍ରି ପାଇଁ ତୁରନ୍ତ ନିର୍ଦ୍ଦେଶ ଦିଆଯାଉ । ବ୍ୟବହାର ହେଉଥିବା ଗ୍ଲାସ, ଧାତୁ ନିର୍ମିତ ପିଆଲା, ବାସନ ବଦଳରେ ଏକକ ବ୍ୟବହାର ହେଉଥିବା ପିଆଲା, ବାସନ ବ୍ୟବହାର ପାଇଁ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରନ୍ତୁ ।

ଲୋକସେବା ଭବନ ପରିସରକୁ ଆସୁଥିବା ଅଣ କର୍ମଚାରୀ ଓ ଅତିଥିଙ୍କ ସଂଖ୍ୟା ଉପରେ ଅଙ୍କୁଶ ଲଗାଇବା ସହିତ ସେମାନଙ୍କ ଗତିବିଧି ଉପରେ ନଜର ରଖାଯିବାକୁ ମହାସଂଘର ସଦସ୍ୟମାନେ ଦାବି କରିଛନ୍ତି । ଏହା ହେଲେ ରାଜ୍ୟ ପ୍ରଶାସନର ପ୍ରାଣକେନ୍ଦ୍ର ଲୋକସେବା ଭବନ ପରିସରକୁ କରୋନା ସଂକ୍ରମଣରୁ ରକ୍ଷା କରାଯାଇ ପାରିବ ବୋଲି ସେମାନେ ମତ ଦେଇଛନ୍ତି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023