ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ପୌରାଞ୍ଚଳରେ କ୍ୱାରେଣ୍ଟାଇନ ସେଣ୍ଟର ଖୋଲ


କରୋନା ମୁକାବିଲା ଲାଗି ସହରାଞ୍ଚଳରେ କ୍ୱାରେଣ୍ଟାଇନ ସେଣ୍ଟର ଖୋଲିବା ପାଇଁ ରାଜ୍ୟ ସରକାର ପୌର ପ୍ରଶାସକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର, ବାତ୍ୟା ଆଶ୍ରୟସ୍ଥଳୀ, ଆଶ୍ରୟଗୃହ କିମ୍ବା ସେହିଭଳି ଘରୋଇ ଓ ସରକାରୀ କୋଠାଗୁଡ଼ିକରେ କ୍ୱାରେଣ୍ଟାଇନ ସେଣ୍ଟର ଖୋଲିବା ଲାଗି କୁହାଯାଇଛି ।

ଏହିସବୁ କୋଠାରେ ଯେଭଳି ନିୟମିତ ବିଜୁଳି ଯୋଗାଣ ସହିତ ଜେନେରେଟର ସେଟ, ଜଳଯୋଗାଣ ଆଦି ରହିବ । ଏହି କେନ୍ଦ୍ରଗୁଡ଼ିକୁ ଲୋକ ଯୋଗାଇଦେବା ଲାଗି ସେବା ଯୋଗାଣକାରୀ ସଂସ୍ଥାଗୁଡ଼ିକ ତୁରନ୍ତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏହି ସମସ୍ତ କୋଠା ଠିକଣା ଭାବେ ପରିସ୍କାର ପରିଚ୍ଛନ୍ନତା ସହିତ ସାନିଟାଇଜ କରିବାକୁ କୁହାଯାଇଛି ।

କ୍ୱାରେଣ୍ଟାଇନ ସେଣ୍ଟରଗୁଡ଼ିକର ଠିକଣା ପରିଚାଳନା ସହିତ ସୁରକ୍ଷାକର୍ମୀ ଓ ସେବା ଯୋଗାଣକାରୀଙ୍କୁ ମୁତୟନ ଲାଗି ସରକାର କହିଛନ୍ତି । ପ୍ରତ୍ୟେକ ୱାର୍ଡ ଅଫିସରମାନଙ୍କୁ ସେମାନଙ୍କ ଇଲାକାର ସର୍ଭିଲାନ୍ସ ଅଫିସର ଭାବେ ବିବେଚନା କରାଯିବ । ଏହି ଅଫିସର ବିଭିନ୍ନ ଗୋଷ୍ଠୀ ସହ ସମ୍ପର୍କ ରକ୍ଷା କରି ବାସ୍ତବ ସ୍ଥିତିର ଅନୁଧ୍ୟାନ କରିବେ ।

ପୌରାଞ୍ଚଳରେ ଥିବା ସ୍ୱଚ୍ଛ ସାଥୀମାନଙ୍କୁ ବର୍ଜ୍ୟବସ୍ତୁ ନିୟନ୍ତ୍ରଣରେ ମୁତୟନ କରାଯିବା ସଙ୍ଗେ ସଙ୍ଗେ ବିଗତ ୧୫ ଦିନ ମଧ୍ୟରେ ଯଦି ସହରକୁ କୌଣସି ବ୍ୟକ୍ତି ବିଦେଶରୁ ଆସିଥାନ୍ତି ସେମାନଙ୍କ ସଂକ୍ରାନ୍ତରେ ପୌର ଅଧିକାରୀଙ୍କୁ ଖବର ଦେବାକୁ କୁହାଯାଇଛି ।

ପୂର୍ବରୁ ଦୁଇଦିନ ମଧ୍ୟରେ ଶୌଚାଳୟ ଓ ଆଧାର କେନ୍ଦ୍ର ଲାଗି ୱାଟର ଜେଟିଂ ମେସିନ ଖରିଦ ଲାଗି କୁହାଯାଇଥିଲା । ବର୍ତ୍ତମାନ ଏହିସବୁ ଇଲାକାରେ ପରିସ୍କାର ପରିଚ୍ଛନ୍ନ ଉପରେ ଗୁରତ୍ୱ ଦିଆଯାଇଛି । ସେହିପରି ଧୂଅାଁ ଛାଡ଼ିବା ଓ ସିଞ୍ଚନ ଯନ୍ତ୍ର ନିୟମିତ ଭାବେ ବ୍ୟବହାର କରିାବକୁ କୁହାଯାଇଛି ।

ଆବଶ୍ୟକତା ମେଣ୍ଟାଇବା ଲାଗି ପର୍ଯ୍ୟାପ୍ତ ପରିମାଣରେ ମେସିନ କିଣିବାକୁ କର୍ତ୍ତୃପକ୍ଷ କହିଛନ୍ତି । ସହରରେ ଥିବା ସମସ୍ତ ଗୋଷ୍ଠୀ ପାଇଖାନାଗୁଡ଼ିକୁ ବ୍ୟବହାର ଯୋଗ୍ୟ କରିବାକୁ କୁହାଯାଇଛି । ଏଗୁଡ଼ିକୁ ରଙ୍ଗ ମାରିବା ସହିତ ଜଳଯୋଗାଣ, ବିଦ୍ୟୁତ ଏବଂ ଶୌଚାଳୟରେ ହାତ ଧୋଇବା ଲାଗି ସାବୁନ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସହରରେ ଥିବା ସମସ୍ତ ପାର୍କ ଦିନ ୨ଟା ପରଠାରୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କୁ ସଚେତନ କରିବା ଲାଗି ଆଇଇସି ଅଭିଯାନ ନିୟମିତ ଭାବେ ଚଳାଇବାକୁ କୁହାଯାଇଛି ।

କୌଣସି କ୍ଷେତ୍ରରେ ମିଥ୍ୟା କିମ୍ବା କପୋଳକଳ୍ପିତ ଖବର ସୋସାଲ ମିଡ଼ିଆ କିମ୍ବା ଅନ୍ୟ କୌଣସି ଗଣମାଧ୍ୟମରେ ପ୍ରସାରିତ ହେଲେ ସେ ସଂକ୍ରାନ୍ତରେ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ କୁହାଯାଇଛି । ପୌରାଞ୍ଚଳଗୁଡ଼ିକୁ ଆବଶ୍ୟକସ୍ଥଳେ ସ୍ଥିତିକୁ ଦୃଷ୍ଟିରେ ରଖି ଅର୍ଥ ଖର୍ଚ୍ଚ କରିବାର କ୍ଷମତା ଦିଆଯାଇଛି ।

ସେହିଭଳି ପୌରାଞ୍ଚଳରେ ସମସ୍ତ ପ୍ରକାରର ଜନସମାଗମକୁ ନିଷେଧ କରାଯାଇଛି । ପୌର ଅଧିକାରୀମାନେ ଜିଲ୍ଲାପାଳ, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କଠାରୁ ପରାମର୍ଶ ଗ୍ରହଣ କରିବାକୁ ରାଜ୍ୟ ସରକାର କହିଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023