
ଓଡିଶାରେ ପ୍ରଥମ କରୋନା ରାଗୀ ଚିହ୍ନଟ ହୋଇଥିବା ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଇଟାଲୀରେ ପାଠ ପଢୁଥିବା ସମ୍ପୃକ୍ତ ଯୁବକ ଚଳିତମାସ ୬ ତାରିଖରେ ସେଠାରୁ ଫେରିବାପରେ ନୂଆଦିଲ୍ଲୀ ଠାରେ ତାଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଇଥିଲା ।
ସେଠାରେ ସେ ସୁସ୍ଥ ଅନୁଭବ କରିବାପରେ ୧୨ ତାରିଖ ଦିନ ରେଳ ଯୋଗେ ଓଡିଶା ଫେରିଥିଲେ । ହେଲେ ତାଙ୍କୁ ଥଣ୍ଡା ଓ ଜ୍ୱର ଲାଗି ରହିବାରୁ ପରିବାର ଲୋକେ ୧୩ ତାରିଖରେ ଆଣି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହସ୍ପିଟାଲ କର୍ତ୍ତୃପକ୍ଷ ଇଟାଲୀ ଫେରନ୍ତା ଏହି ଯୁବକଙ୍କର ରକ୍ତ ଓ ସ୍ୱାବ ନମୂନା ପରୀକ୍ଷା ପାଇଁ ସ୍ଥାନୀୟ ଆରଏମ୍ଆରସିକୁ ପଠାଇଥିଲେ ।
ସେଠାରେ ହୋଇଥିବା ପରୀକ୍ଷାରୁ ଯୁବକଙ୍କ ଶରୀରରେ କରୋନା ଭୂତାଣୁ ଥିବା ଚିହ୍ନଟ ହୋଇଛି । ଏହା ଜଣାପଡିବାପରେ ତୁରନ୍ତ ଡାକ୍ତରଖାନା ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯିବା ସହିତ ସ୍ୱତନ୍ତ୍ର ଆଇସୋଲେସନ କୋଠରୀରେ ଯୁବକଙ୍କୁ ରଖାଯାଇଛି ।
ତେବେ ଗତକାଲି ସମ୍ପୃକ୍ତ ଯୁବକଙ୍କ ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଥିବା ନେଇ ତାଙ୍କ ପରିବାରକୁ ସୂଚନା ଦିଆଯାଇଥିଲା । ହେଲେ ପରେ କର୍ତ୍ତୃପକ୍ଷ ଏହାକୁ ପଜିଟିଭ ବୋଲି ଦର୍ଶାଇବା ସହିତ ଯୁବକଙ୍କର ସ୍ୱତନ୍ତ୍ର ଚିକିତ୍ସା ଆରମ୍ଭ କରିଛନ୍ତି । ତେଣୁ ପରିବାର ଲୋକେ ଆଉ ଥରେ ତାଙ୍କର ରକ୍ତ ଓ ସ୍ୱାବ ପରୀକ୍ଷା ଲାଗି ମତ ଦେଉଛନ୍ତି ।