ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

କମିବ କେନ୍ଦ୍ରୀୟ ଟିକସ

ଆସନ୍ତା ବର୍ଷ ଗୁଡିକରେ ଓଡିଶା ସରକାର କେନ୍ଦ୍ରୀୟ ଟିକସ ବାବଦରେ କମ୍‍ ପରିମାଣର ଅର୍ଥ ପାଇବାର ଆଶଙ୍କା ଦେଖାଦେଇଛି । ଏଥିଯୋଗୁଁ ରାଜ୍ୟ ସରକାର ଉନ୍ନୟନ ଯୋଜନା ଗୁଡିକୁ ଚଳାଇ ରଖିବାରେ ସମସ୍ୟାର ସମ୍ମୁଖୀନ ହେବେ ଏବଂ ଏହା ରାଜ୍ୟ ପାଇଁ ଚିନ୍ତାର କାରଣ ବୋଲି ଅଧିକାରୀମାନେ ସ୍ୱୀକାର କରୁଛନ୍ତି ।

୨୦୨୦-୨୧ ଆର୍ଥିକ ବର୍ଷ ଲାଗି ପଞ୍ଚଦଶ ଅର୍ଥ କମିଶନ ତାଙ୍କର ଅନୁମୋଦନ ଦେଇଥିବାବେଳେ କେନ୍ଦ୍ର ସରକାର ରାଜ୍ୟର ଅନୁଦାନକୁ ହ୍ରାସ କରିଛନ୍ତି । ୨୦୧୯-୨୦ ବର୍ଷରେ ଓଡିଶା ସରକାର କେନ୍ଦ୍ରୀୟ ଅନୁଦାନ ବାବଦରେ ପ୍ରାୟ ୩୦୦୦ କୋଟି ଟଙ୍କା କମ୍‍ ପାଇବେ ବୋଲି ଅଧିକାରୀମାନେ ଆଶଙ୍କା ପ୍ରକାଶ କରୁଛନ୍ତି । ପଞ୍ଚଦଶ ଅର୍ଥ କମିଶନ ୨୦୧୧ ମସିହାର ଜନସଂଖ୍ୟାକୁ ଗ୍ରହଣ କରିଥିବାରୁ ରାଜ୍ୟ ସରକାର କମ୍‍ ପରିମାଣର କେନ୍ଦ୍ରୀୟ ଟିକସ ପାଇବାକୁ ଯାଉଛନ୍ତି । କାରଣ ୨୦୧୧ ଜନଗଣନାରେ ଓଡିଶାର ଜନସଂଖ୍ୟା ଭାରତର ମୋଟ୍‍ ଜନସଂଖ୍ୟାର ୩.୫୩ ପ୍ରତିଶତକୁ ହ୍ରାସ ପାଇଥିଲା । କିନ୍ତୁ ୧୯୭୧ ରେ ଏହା ୪.୦୪ ପ୍ରତିଶତ ଥିଲା । ତେଣୁ ଓଡିଶା ସରକାର ଏବେ କମ୍‍ ପରିମାଣରେ କେନ୍ଦ୍ରୀୟ ଟିକସ ପାଇବେ ଯାହାକି ରାଜ୍ୟପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ଆର୍ଥିକ ବିଶେଷଜ୍ଞମାନେ ମତ ଦେଉଛନ୍ତି ।

ପଞ୍ଚଦଶ ଅର୍ଥ କମିଶନ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ତାଙ୍କର ପ୍ରଥମ ରିପୋର୍ଟ ଉପସ୍ଥାପନ କରିଥିବାବେଳେ କେନ୍ଦ୍ରୀୟ ଟିକସରୁ ଓଡିଶା କମ୍‍ ପରିମାଣର ଭାଗ ପାଇବ ବୋଲି ଏଥିରୁ ଜଣାପଡୁଛି । ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିଲା ପରେ ସ୍ଥିତି ଆହୁରି ସ୍ପଷ୍ଟ ହେବାକୁ ଥିବାବେଳେ କେନ୍ଦ୍ର ସରକାର କିନ୍ତୁ ଏବେ ଠାରୁ ରାଜ୍ୟକୁ ଅନୁଦାନ ଯୋଗାଣ ହ୍ରାସ ଆରମ୍ଭ କରିଦେଇଛନ୍ତି । ପୂର୍ବରୁ ହୋଇଥିବା ଅନୁମୋଦନ ଅନୁଯାୟୀ ଓଡିଶା ୪.୬୪୧ପ୍ରତିଶତ ଅଂଶଧନ ପାଇବାକୁ ଥିବାବେଳେ ପଞ୍ଚଦଶ ଅର୍ଥ କମିଶନଙ୍କ ପରିବର୍ତ୍ତିତ ସୂତ୍ରରେ ରାଜ୍ୟର ୪.୬୨୯ ପ୍ରତିଶତ ମିଳିବ । ଗତ ଆର୍ଥିକ ବର୍ଷରେ ରାଜ୍ୟ ସରକାର କେନ୍ଦ୍ରୀୟ ଟିକସରୁ ତାଙ୍କର ଅଂଶ ବାବଦରେ ୩୭ହଜାର କୋଟି ଟଙ୍କା ପାଇଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଏହା ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି ।

ଓଡିଶା ଏକ ଖଣିଜ ବହୁଳ ରାଜ୍ୟ ହୋଇଥିବାବେଳେ ବର୍ଷ ବର୍ଷ ଖଣି ରୟାଲିଟି ସଂଶୋଧନ ହେଉନଥିବାରୁ ରାଜ୍ୟ ସରକାର ବିପୁଳ କ୍ଷତି ସହୁଛନ୍ତି । ଅଧିକାରୀମାନଙ୍କ କହିବା ଅନୁଯାୟୀ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଅନୁରୋଧ ସତ୍ୱେ କୋଇଲା ରୟାଲିଟି ସମେତ ଲୁହାପଥର, ମାଙ୍ଗାନିଜ ଏବଂ ଅନ୍ୟ ପ୍ରମୁଖ ଖଣିଜ ସମ୍ପଦ ଗୁଡିକର ରୟାଲିଟି ସଂଶୋଧନ ହେଉନାହିଁ । ଉଲ୍ଲେଖନୀୟ ଯେ ରାଜ୍ୟର ନିଜସ୍ୱ ଟିକସର ୨୫ ପ୍ରତିଶତ ଖଣି ରୟାଲିଟିରୁ ଆସୁଥିବାବେଳେ ଏହା ସଂଶୋଧନ ହେଉନଥିବାରୁ ରାଜ୍ୟ ବିପୁଳ କ୍ଷତି ସହୁଛି ।

ଦ୍ୱିତୀୟରେ ବିଭିନ୍ନ ଖଣି ଗୁଡିକର ନିଲାମ ଓ ଉତ୍ତୋଳନ ପ୍ରକ୍ରିୟା ପାଇଁ ଦୀର୍ଘ ସମୟ ଲାଗୁଥିବାରୁ ରାଜ୍ୟ ସରକାର ମଧ୍ୟ ରୟାଲିଟି ପାଇପାରୁ ନାହାନ୍ତି । ଏଭଳି ସ୍ଥିତିରେ ରାଜ୍ୟର ବ୍ୟୟଭାର ବୃଦ୍ଧି ପାଉଥିବାରୁ ନିଜସ୍ୱ ସମ୍ବଳରୁ କିଭଳି ଅଧିକ ଟିକସ ଆଦାୟ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି । ଅନ୍ୟ ପକ୍ଷରେ ରାଜ୍ୟ ନିକଟରେ ଖୋଲା ବଜାରରୁ ଋଣ ଉଠାଣର ବିକଳ୍ପ ଥିବାବେଳେ ରାଜ୍ୟ କେତେ ପରିମାଣର ଋଣ ଉଠାଣ କରିପାରିବ ତାହା ଉପରେ ଏହା ନିର୍ଭର କରେ । ଆସନ୍ତା ୩୧ ତାରିଖରେ ରାଜ୍ୟର ବଜେଟ୍‍ ପାରିତ ହେବାକୁ ଯାଉଥିବାବେଳେ ନିଜସ୍ୱ ଟିକସ ଆଦାୟ କିଭଳି ବୃଦ୍ଧି ପାଇବ ସେଥିପାଇଁ ଅଧିକାରୀମାନେ ଲାଗି ପଡିଛନ୍ତି । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023