ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଆନନ୍ଦ ବଜାରରେ ଅବଡ଼ା ସେବନ ମନା


କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଭକ୍ତମାନେ ଆନନ୍ଦ ବଜାରରେ ଅବଡ଼ା ଖାଇବା ଉପରେ ଶ୍ରୀମନ୍ଦିର କଟକଣା ଜାରି କରିଛି । ଏଥିସହ ମନ୍ଦିରକୁ ଆସୁଥିବା ଲୋକେ ଅରୁଣ ସ୍ତମ୍ଭ କିମ୍ବା ଗରୁଡ଼ ସ୍ତମ୍ଭକୁ ଛୁଇଁପାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି ।

ଆଜି ବସିଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏଭଳି ନିଷ୍ପତ୍ତି ହୋଇଥିବା ବେଳେ ଆନନ୍ଦ ବଜାରରେ ମହାପ୍ରସାଦ ସେବନ ଉପରେ ଏପ୍ରିଲ୍‍ ୧୫ ତାରିଖ ପର୍ଯ୍ୟନ୍ତ କଟକଣା ଜାରି ହୋଇଛି ।

ମନ୍ଦିର ଭିତରେ ଭକ୍ତମାନେ ଏକାଠି ନ ହେବାକୁ ପରାମର୍ଶ ଦିଆଯାଇଛି । ସେହିଭଳି ସେବାୟତମାନଙ୍କ ଲାଗି ମଧ୍ୟ କେତେକ କଟକଣା ଜାରି ହୋଇଛି ।

ସେବାୟତ ଓ ପୂଜାପଣ୍ଡାମାନେ ମନ୍ଦିର ଭିତରେ ନୀତିକାନ୍ତି ସମୟରେ ମୁହଁରେ ମାସ୍କ ପିନ୍ଧିବାକୁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଜାରି କରିଛନ୍ତି । ଯେଉଁ ଭକ୍ତମାନେ ଶ୍ରୀମନ୍ଦିରକୁ ଆସିବେ ସେମାନେ କରୋନା ଆକ୍ରାନ୍ତ ନୁହଁ ବୋଲି ଲିଖିତ ଭାବେ ଦେବାକୁ କୁହାଯିବ ।

ଏଥିସହିତ ଦର୍ଶନାର୍ଥୀ ନିଜ ସମ୍ପର୍କରେ ନିର୍ଦ୍ଧାରିତ ଫର୍ମରେ ତଥ୍ୟ ଦେବାକୁ ବାଧ୍ୟତାମୂଳକ କରାଯାଇଛି । ଜ୍ୱର, ଥଣ୍ଡା ହୋଇଥିଲେ ଦର୍ଶନ ପାଇଁ ନ ଆସିବାକୁ ପରାମର୍ଶ ଦିଆଯାଇଛି । ପରିବାରର କେହି ବିଦେଶରୁ ଫେରିଥିଲେ ଫର୍ମରେ ସ୍ପଷ୍ଟ କରିବେ । ଶ୍ରୀମନ୍ଦିର ବାହାରେ ହେଲ୍ପଡେସ୍କରେ ଫର୍ମ ଯୋଗାଇ ଦିଆଯିବ ।

ଶ୍ରୀମନ୍ଦିର ଭିତରେ ସଂକୀର୍ତ୍ତନ ଜରିଆରେ ପୂଜାପାଠକୁ ବାରଣ କରାଯାଇଛି । ଏଥିସହିତ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବା ସହିତ ଧାଡ଼ି ଭିତରେ ୨ ମିଟର ବ୍ୟବଧାନ ରହିବ । ଭିତରକାଠ ପର୍ଯ୍ୟନ୍ତ ଧାଡ଼ିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ ।

କରୋନାକୁ ଦୃଷ୍ଟିରେ ରଖି ଆଜି ବସିଥିବା ଜରୁରୀ ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିର ପ୍ରଶାସକ ଡ. କ୍ରିଷନ୍‍ କୁମାର, ଜିଲ୍ଲାପାଳ ବଲୱନ୍ତ ସିଂ ଓ ନିଯୋଗର ସଦସ୍ୟମାନେ ଉପସ୍ଥିତ ଥିଲେ ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023