ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

୨୦୦ରୁ କମ୍‍ ଶିକ୍ଷାନୁଷ୍ଠାନର ନ୍ୟାକ୍‍ ମାନ୍ୟତା


ଓଡ଼ିଶାରେ ୧୦୦୦ରୁ ଅଧିକ ଡିଗ୍ରୀ କଲେଜ ଓ ୨୨ଟି ବିଶ୍ୱବିଦ୍ୟାଳୟ ଥିବା ବେଳେ ସେଥିମଧ୍ୟରୁ ୨୦୦ରୁ କମ୍‍ ଉଚ୍ଚ ଶିକ୍ଷାନୁଷ୍ଠାନର ନ୍ୟାକ୍‍ ମାନ୍ୟତା ରହିଛି । ତେବେ ଅଧିକରୁ ଅଧିକ ଶିକ୍ଷାନୁଷ୍ଠାନ ଯେପରି ଉଚ୍ଚ ଗ୍ରେଡ୍‍ର ନ୍ୟାକ୍‍ ମାନ୍ୟତା ହାସଲ କରନ୍ତି ତାହା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି ।

ଆମ ରାଜ୍ୟରେ ଅନ୍ୟୁନ ୧୫ଟି ସରକାରୀ ବିଶ୍ୱବିଦ୍ୟାଳୟ ଥିବା ବେଳେ ୬ଟି ବେସରକାରୀ ବିଶ୍ୱବିଦ୍ୟାଳୟ କାର୍ଯ୍ୟ କରୁଛି । ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରୁ କେବଳ ଗୋଟିକର ଏ ପ୍ଲସ୍‍ ଗ୍ରେଡ୍‍ର ନ୍ୟାକ୍‍ ମାନ୍ୟତା ଥିବା ବେଳେ ୭ଟିର ଏ ଗ୍ରେଡ୍‍ ଓ ୩ଟିର ବି ପ୍ଲସ୍‍ ଗ୍ରେଡ୍‍ ନ୍ୟାକ୍‍ ମାନ୍ୟତା ରହିଛି । ଗତ ମାର୍ଚ୍ଚ ୧୫ ସୁଦ୍ଧା ରହିଥିବା ରାଜ୍ୟ ବିଧାନସଭାରେ ସଦ୍ୟ ଉପସ୍ଥାପିତ ବିଭାଗୀୟ ସ୍ଥାୟୀ କମିଟିର ରିପୋର୍ଟରୁ ଜଣାପଡ଼ିଛି । ମୋଟାମୋଟି ଭାବେ ୧୧ଟି ବିଶ୍ୱବିଦ୍ୟାଳୟର ନ୍ୟାକ୍‍ ମାନ୍ୟତା ନାହିଁ ।

ଓଡ଼ିଶାରେ ୧୬ଟି ସରକାରୀ ସ୍ୱୟଂଶାସିତ କଲେଜ ସମେତ ମୋଟ୍‍ ୫୧ଟି ସରକାରୀ ଡିଗ୍ରୀ କଲେଜ ରହିଛି । ସେହିପରି ୧୭ଟି ସ୍ୱୟଂଶାସିତ କଲେଜ ସମେତ ୫୨୧ଟି ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ, ୫୦ଟି ଅନୁଦାନପ୍ରାପ୍ତ ସଂସ୍କୃତ କଲେଜ, ୨୪୦ଟି ଅଣଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ ଓ ୧୫୦ଟି ସେଲ୍ଫ ଫାଇନାନ୍ସିଂ କଲେଜ ରହିଛି । ସରକାରୀ କଲେଜଗୁଡ଼ିକ ମଧ୍ୟରେ ୧୪ଟି ଓ ବେସରକାରୀ ସାହାଯ୍ୟପ୍ରାପ୍ତ କଲେଜଗୁଡ଼ିକ ମଧ୍ୟରେ ୨୦ଟି ମହିଳା ଡିଗ୍ରୀ କଲେଜ ଅଛି । ଏହି ୧୦୪୯ଟି ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରୁ ମାତ୍ର ୧୮୩ଟି ଡିଗ୍ରୀ କଲେଜର ନ୍ୟାକ୍‍ ମାନ୍ୟତା ରହିଛି ।

କମିଟିଙ୍କ ରିପୋର୍ଟର ତଥ୍ୟ ମୁତାବକ ରାଜ୍ୟର କୌଣସି କଲେଜର ଏ ପ୍ଲସ୍‍ ଗ୍ରେଡ୍‍ ନ୍ୟାକ୍‍ ମାନ୍ୟତା ନ ଥିବା ବେଳେ ୮ଟିର ଏ ଗ୍ରେଡ୍‍, ୧୫ଟିର ବି ପ୍ଲସ୍‍ ପ୍ଲସ୍‍ ଗ୍ରେଡ୍‍ ଓ ୨୮ଟିର ବି ପ୍ଲସ୍‍ ଗ୍ରେଡ୍‍ ନ୍ୟାକ୍‍ ମାନ୍ୟତା ଅଛି । ସର୍ବାଧିକ ୯୯ଟି ଡିଗ୍ରୀ କଲେଜର ବି ଗ୍ରେଡ୍‍ ଓ ୩୩ଟିର ସି ଗ୍ରେଡ୍‍ ନ୍ୟାକ୍‍ ମାନ୍ୟତା ଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ।

ଅଧିକରୁ ଅଧିକ ସଂଖ୍ୟକ ଉଚ୍ଚଶିକ୍ଷାନୁଷ୍ଠାନ ଯେପରି ଭଲ ଗ୍ରେଡ୍‍ର ନ୍ୟାକ୍‍ ମାନ୍ୟତା ହାସଲ କରନ୍ତି ସେଥିପାଇଁ ଭିତ୍ତିଭୂମି ବିକାଶ ଲାଗି ରାଜ୍ୟ ବଜେଟ୍‍ରେ ବି ମୋଟା ଅଙ୍କର ଅର୍ଥ ବରାଦ ହେଉଛି । ରାଜ୍ୟ ସରକାର ସବୁ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷମାନଙ୍କର ଘନ ଘନ ବୈଠକ ବସାଇ ନ୍ୟାକ୍‍ ମାନ୍ୟତା ହାସଲ ପାଇଁ ପରାମର୍ଶ ଦେଉଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023