ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ବିଧାନସଭା ବନ୍ଦ ଅଗଣତାନ୍ତ୍ରିକ


ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ୫୯୨ କୋଟି ଟଙ୍କାକୁ ବୁଡାଇ ଦେବାର ଚକ୍ରାନ୍ତ ରଚିଥିବା ସରକାର ବିଧାନସଭାରେ ଜବାବ ଦେଇପାରିଲେ ନାହିଁ । ଗୃହରେ ବିରୋଧୀ ସରକାରଙ୍କୁ ୟେସ ବ୍ୟାଙ୍କ କେଳେଙ୍କାରି ବିଷୟରେ ଘେରିଲେ । ଶ୍ରୀଜଗନ୍ନାଥଙ୍କ ପଇସା ସରକାରୀ ବ୍ୟାଙ୍କରୁ ଆଣି ସରକାରଙ୍କର ଅନୁମୋଦନ ତାଲିକାରେ ନଥିବା ଏକ ଘରୋଇ ବ୍ୟାଙ୍କରେ କାହିଁକି ରଖାଗଲା ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ପ୍ରଶ୍ନ କରିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାଏକ କହିଛନ୍ତି ଯେ, ମାର୍ଚ୍ଚ ୧୯ରେ ସରକାର ଏହି ଅର୍ଥ ୟେସ ବ୍ୟାଙ୍କରୁ ଉଠାଇ ଆଣିବେ ବୋଲି ଦମ୍ଭୋକ୍ତି ଦେଇଥିଲେ । ଯଦି ସରକାର ସେହି ତାରିଖରେ ପଇସା ଫେରାଇ ଆଣିପାରିବେ ନାହିଁ ତାହେଲେ ବିଧାନସଭାରେ ହରଡ ଘଣାରେ ପଡିଥାନ୍ତେ । ତେଣୁ ତାହା ପୂର୍ବରୁ ଜାଣିଶୁଣି ବାହାନାବାଜି କରି ବିଧାନସଭାକୁ ବନ୍ଦ କରିଦେଲେ । ହେଲେ ଯେତେ ଘଂଟ ଘୋଡାଇଲେ ବି ସତ ବାହାରିବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପଇସାକୁ ଲୁଟ କରିବାରେ ଯେଉଁମାନେ ଦୋଷି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଚୁପ ବସିବ ନାହିଁ ।

ଯଦି ରାଜ୍ୟ ସରକାର ଭାବୁଥାନ୍ତି ଯେ ସେମାନେ ଚଂଚକତା କରି ୟେସ ବ୍ୟାଙ୍କ କେଳେଙ୍କାରିରୁ ଖସି ଯିବେ ତାହା କେବେବି ସଫଳ ହେବ ନାହିଁ । ଭାରତୀୟ ଜନତା ପାର୍ଟି ସେହି ମହାଦୁର୍ନିତିର ମହାନାୟକ ମାନଙ୍କୁ ଗୋଡେଇ ଧରିବ ବୋଲି ଶ୍ରୀ ନାଏକ ଚେତାବନୀ ଦେଇଛନ୍ତି । ରାଜ୍ୟରେ ଏବେ ସୁଦ୍ଧା କରୋନା ଭାଇରାସରେ କେହି ଆକ୍ରାନ୍ତ ହୋଇନାହାନ୍ତି । ଯେତେ ଗୁଡିଏ ପରୀକ୍ଷା ହୋଇଛି ସବୁ ନେଗେଟିଭ ବାହାରିଛି । କିନ୍ତୁ ବିଧାନସଭାକୁ କରୋନା ପାଇଁ ବାତିଲ କରାଯିବା ସରକାରଙ୍କର ପଳାୟନ ପନ୍ଥି ମନୋଭାବକୁ ପ୍ରମାଣିତ କରୁଛି ।

ବର୍ତମାନ ଦେଶରେ ସଂସଦରେ ବଜେଟ ଅଧିବେସନ ସୁରୁଖୁରୁରେ ଚାଲିଥିବାବେଳେ ଦିଲ୍ଲୀ, ତେଲେଙ୍ଗାନା, ଆସାମ, ରାଜସ୍ଥାନ, ପଂଜାବ, କର୍ଣ୍ଣାଟକ, ବିହାର ଆଦି ରାଜ୍ୟରେ ବିଧାନସଭା ଅଧିବେସନ ବି ଚାଲିଛି । କେଉଁଠି ବି କରୋନା ପାଇଁ ବିଧାନସଭାକୁ ଅଧାରୁ ବନ୍ଦ କରିଦିଆଯିବାର ଖବର ନାହିଁ । ହେଲେ ଯେଉଁଠି ଜଣେ ହେଲେ କରୋନା ରୋଗୀ ନାହାନ୍ତି ସେଠାରେ ସରକାର କଣ ପାଇଁ ବିଧାନସଭାକୁ ବନ୍ଦ କରିବା ପାଇଁ ଚାହିଁଲେ ବୋଲି ବିଜେପି ବିଧାୟକ ମୋହନ ମାଝୀ ପ୍ରଶ୍ନ କରିଛନ୍ତି ।

ଓଡିଶାର ସବୁ ବିଭାଗର ଟଙ୍କା ପ୍ରାଇଭେଟ ବ୍ୟାଙ୍କ ରେ ରଖାଯାଇଛି । କେଉଁ ବିଭାଗରେ କେତେ ଅର୍ଥ ରହିଛି ଅର୍ଥମନ୍ତ୍ରୀ ଏକ ଶ୍ୱେତ ପତ୍ରମାଧ୍ୟମରେ ତାହା ପ୍ରକାଶ କରନ୍ତୁ । ଓଏମସିର ୬୫୦ କୋଟି, ଇଡକୋ ର ୨୦୦୦ କୋଟି ଟଙ୍କା ବିଭିନ୍ନ ଘରୋଇ ବ୍ୟାଙ୍କରେ ରାଜ୍ୟ ସରକାର ରଖିଛନ୍ତି । ସେହିପରି ଜଗନ୍ନାଥଙ୍କ ଅର୍ଥକୁ ଆତ୍ମସାତ କରିବା ପାଇଁ ବିଜେଡି ପ୍ରୟାସ ଚଲାଇଛି । ପୂର୍ବରୁ ବ୍ରହ୍ମ ବିଭ୍ରାଟ, ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାର କାହା ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ ବୋଲି ଉପନେତା ବିଷ୍ଣୁ ସେଠୀ ପ୍ରଶ୍ନ କରିଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023