ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ରେଳବାଇର କରୋନା ସର୍ତକତା


ପୂର୍ବତଟ ରେଳପଥ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ନିମନ୍ତେ ବ୍ୟାପକ ବ୍ୟବସ୍ଥା କରିଛି । ରେଳବାଇର ମହାପ୍ରବନ୍ଧକ ବିଦ୍ୟାଭୂଷଣ ରେଳବାଇ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ମଣ୍ଡଳ ରେଳ ପ୍ରବନ୍ଧକମାନଙ୍କୁ ଏହି ଭୂତାଣୁ ସଂକ୍ରମଣରୁ ରକ୍ଷା କରିବା ନିମନ୍ତେ ସାରା ରେଳପଥରେ ପର୍ଯ୍ୟାପ୍ତ ପ୍ରତିଷେଧକ ବ୍ୟବସ୍ଥା ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବିଦ୍ୟାଭୂଷଣ ଆହୁରି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କାର୍ଯ୍ୟକାରିତାକୁ ନିୟମିତ ଭାବେ ଯାଞ୍ଚ କରିବା ସହ ଆବଶ୍ୟକୀୟ ବ୍ୟାପକ ପଦକ୍ଷେପ ଗ୍ରହଣ କରି ସଂକ୍ରମଣକୁ ରେଳ ପରିସରରେ ରୋକିବାକୁ ସମସ୍ତ ଉଦ୍ୟମ କରିବା । ଏହି ରେଳପଥର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିୟନ୍ତ୍ରଣ କକ୍ଷ ଖୋଲିବା ସହ ହେଲପଲାଇନ୍ ନମ୍ବର ମଧ୍ୟ ପ୍ରଦାନ କରାଯାଇଛି । ଏଥି ସଂଗେ ସଂଗେ କର୍ମଚାରୀମାନଙ୍କୁ ସଚେତନ କରାଯାଉଛି ।

ବିଭିନ୍ନ ଟ୍ରେନ୍, ଷ୍ଟେସନ, ଷ୍ଟେସନ ପରିସର, ରେଳ କଲୋନୀ, କାର୍ଯ୍ୟାଳୟ ଓ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ଜନସାଧାରଣ ଓ ରେଳ ଯାତ୍ରୀମାନଙ୍କୁ ସଚେତନ ଓ ଶିକ୍ଷିତ କରିବା ନିମନ୍ତେ ସ୍ଥାନୀୟ ଭାଷାରେ ପୋଷ୍ଟର ଓ ବ୍ୟାନରମାନ ଲଗାଯାଇଛି ଏବଂ ପ୍ରଚାରପତ୍ରଗୁଡ଼ିକ ବଣ୍ଟା ଯାଉଛି । ସ୍ଥାନୀୟ ଭାଷାରେ ଅଡ଼ିଓ ଭିଜୁଆଲ୍ ମାଧ୍ୟମରେ ବିଭିନ୍ନ ରେଳ ଷ୍ଟେସନଗୁଡ଼ିକରେ ପ୍ରଚାର କରାଯାଉଛି ।

ରେଲୱେ ହସପିଟାଲରେ ଯେଉଁ କର୍ମଚାରୀମାନଙ୍କୁ ଜ୍ୱର ହୋଇଛି, ସେମାନଙ୍କୁ ଅଲଗା କରାଯାଇଛି । ଜ୍ୱର ମାମଲା ଗୁଡ଼ିକ ପାଇଁ ସ୍ୱତନ୍ତ୍ର କାଉଣ୍ଟର ବା ୱାର୍ଡ଼ ବ୍ୟବସ୍ଥା କରାଯାଉଛି । ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ସହ ମେଡ଼ିକାଲ କର୍ମଚାରୀମାନଙ୍କୁ ବିଭିନ୍ନ ସ୍ଥାନରେ ନିଯୁକ୍ତ କରାଯାଇଛି ।

ସନ୍ଦିଗ୍ଧ କରୋନା ଭୂତାଣୁ ମାମଲା ନିମନ୍ତେ ଜ୍ୱର ସମ୍ବନ୍ଧୀୟ କେଶ ଗୁଡ଼ିକୁ ଚିିକିତ୍ସା ନିମନ୍ତେ ରେଳବାଇ ହସପିଟାଲରେ ପୃଥକ୍ ଶଯ୍ୟା ପ୍ରଦାନ କରାଯାଇଛି । ଦେଶର ବିଭିନ୍ନ ସ୍ଥାନରେ ସଂଗରୋଧ ନିମନ୍ତେ ରେଲୱେ ସ୍ୱତନ୍ତ୍ର ବେଡ଼୍ ଚିହ୍ନିତ କରିଛି । ମେଡ଼ିକାଲ୍ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି ଯେ, ସେମାନେ ଯେଉଁଠି/ଯେଉଁଠାରେ କରୋନା ଭାଇରସ୍ ରୋଗୀ ସନ୍ଦେହ କଲେ କି ନଜରରେ ଆସିଲେ ସଂଗେ ସଂଗେ ସ୍ଥାନୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଜଣାଇବେ ।

ସମସ୍ତ ରେଲୱେ ମେଡିକାଲ୍ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନେ ରାଜ୍ୟ କର୍ତ୍ତୃପକ୍ଷ ସହିତ ଯୋଗାଯୋଗରେ ରହି କରୋନା ଉପରେ ତଥ୍ୟ ନେବା ସହ ବିଭିନ୍ନ ନିର୍ଦ୍ଦେଶନାମା ସଂଗ୍ରହ କରି ତୁରନ୍ତ ପ୍ରତିଷେଧକ ବ୍ୟବସ୍ଥା କରିବେ । ରେଲୱେ ପରିସରରେ ପୃଥକ/ସଂଗରୋଧ କେନ୍ଦ୍ର ବେଡ଼ଗୁଡ଼ିକ ପ୍ରଶାସନ ସହ ପରାମର୍ଶ କରି ବ୍ୟବହାର କରାଯାଇପାରିବ ।

ରେଳ କର୍ମଚାରୀ ଓ ରେଳ ଉପଭୋକ୍ତାମାନଙ୍କୁ ସଚେତନ କରିବା ନିମନ୍ତେ ରେଲୱେ ସେଟେଲମେଣ୍ଟରେ ସ୍ୱାସ୍ଥ୍ୟ ଶିକ୍ଷା ଅଭିଯାନ ଆରମ୍ଭ ହୋଇଛି । ପ୍ରତିଷେଧକ ବ୍ୟବସ୍ଥା ଉପରେ ସ୍ୱାସ୍ଥ୍ୟ ଯତ୍ନ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ସନ୍ଦିଗ୍ଧ କୋଭିନ୍-୧୧ କେଶଗୁଡ଼ିକୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ପୂର୍ବ ତଟ ରେଳପଥ କେନ୍ଦ୍ରିୟ ହସପିଟାଲ୍, ସମ୍ବଲପୁର, ବିଶାଖାପାଟଣା ଓ ଖୋର୍ଦ୍ଧାରୋଡ଼୍ ରେଳମଣ୍ଡଳରେ ମଣ୍ଡଳ ହସପିଟାଲ୍ ଗୁଡ଼ିକରେ ୧୦ଟି ବେଡ଼୍ ପୃଥକ୍ ଭାବେ ଔଷଧ ଓ ଜୀବନ ବଞ୍ଚାଇବା ଯନ୍ତ୍ରପାତି ସହ ବ୍ୟବସ୍ଥା କରାଯାଇଛି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023