ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଶ୍ରୀଜଗନ୍ନାଥ ଅର୍ଥ ପାଇଁ ଗୃହ କମିଟି


ଶ୍ରୀଜଗନ୍ନାଥ ମନ୍ଦିର ଅର୍ଥ ଘରୋଇ ୟେସ ବ୍ୟାଙ୍କରେ କିଭଳି ରହିଲା ବିଧାନସଭାର ଗୃହ କମିଟି ତାହାର ଅନୁଧ୍ୟାନ କରିବ । ବିଧାୟକମାନଙ୍କ ଉଦବେଗକୁ ଲକ୍ଷ୍ୟକରି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହ କମିଟି ଗଠନ ଲାଗି ନିର୍ଦ୍ଦେଶ ଦେବା ପରେ ମୁଖ୍ୟ ସରକାରୀ ଦଳର ସଚେତକ ପ୍ରମିଳା ମଲ୍ଲିକ ଏ ନେଇ ଗୃହରେ ପ୍ରସ୍ତାବ ଆଗତ କରିଥିଲେ ।

ତଦନୁଯାୟୀ ଗଠନ ହୋଇଥିବା କମିଟିରେ ବାଚସ୍ପତି ଶ୍ରୀ ପାତ୍ର ଅଧ୍ୟକ୍ଷ ଥିବା ବେଳେ ସଦସ୍ୟ ଭାବେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ନରସିଂହ ମିଶ୍ର, ଦେବୀ ପ୍ରସାଦ ମିଶ୍ର, ଲକ୍ଷ୍ମଣ ମୁଣ୍ଡା, ତାରାପ୍ରସାଦ ବାହିନୀପତି, ଅତନୁ ସବ୍ୟସାଚୀ ନାୟକ, ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ମୋହନ ଚରଣ ମାଝି ଓ ପ୍ରତାପ କେଶରୀ ଦେବ ପ୍ରମୁଖ ରହିଛନ୍ତି ।

ଏହି ଘଟଣାରେ କମିଟି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ ବୋଲି କୁହାଯାଇଛି । ଏଠାରେ ଉଲ୍ଲେଖନୀୟ ଯେ ୟେସ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ରଖିବା ନେଇ ଗତକାଲି ବିରୋଧୀ ଦଳ ଦେଇଥିବା ମୁଲତବି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଆଲୋଚନା କାଳରେ ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ଏହାର ତଦନ୍ତ ଲାଗି ଗୃହ କମିଟି ଗଠନ ଉପରେ ଜୋର ଦିଆଯାଇଥିଲା ।

ତେବେ ଗତକାଲି ମୁଲତବି ପ୍ରସ୍ତାବର ଉତ୍ତରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏ ନେଇ କୌଣସି ସୂଚନା ଦେଇନଥିଲେ । ସେଥିପାଇଁ ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିଜେପି ସଦସ୍ୟମାନେ ଗୃହ କମିଟି ଗଠନ ଦାବିରେ ବିଧାନସଭାର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । କଂଗ୍ରେସ ସଦସ୍ୟମାନେ ମଧ୍ୟ ଗୃହ କମିଟି ଗଠନ ଦାବିରେ ନିଜ ନିଜ ଆସନରେ ଛିଡ଼ା ହୋଇ ରହିଥିଲେ ।

ଏଥିଯୋଗୁ ଆଜି ପ୍ରଶ୍ନକାଳ ଆଦୌ ଚାଲିପାରିନଥିଲା । ଶୂନ୍ୟକାଳରେ ବିଜେପି ସଦସ୍ୟମାନେ ସମାନ ଦାବି ନେଇ ପୁଣିଥରେ ଗୃହ ମଧ୍ୟଭାଗକୁ ଆସିବାରୁ ବାଚସ୍ପତି ଶ୍ରୀ ପାତ୍ର ଗୃହ କମିଟି ଗଠନ ନେଇ ସୂଚନା ଦେବା ସଙ୍ଗେ ସଙ୍ଗେ ଏ ସଂକ୍ରାନ୍ତୀୟ ପ୍ରସ୍ତାବ ଆଣିବାକୁ ସରକାରୀ ଦଳର ମୁଖ୍ୟ ସଚେତକଙ୍କୁ କହିଥିଲେ ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023