ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଆଉ ୨ ହଜାର ବିଦ୍ୟାଳୟରେ କମ୍ପ୍ୟୁଟର ଲାବ୍‍


ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ପଢ଼ାଉଥିବା ୪ହଜାରରୁ ଅଧିକ ଶିକ୍ଷକ ଏବେ ବେକାର ହୋଇ ବୁଲୁଥିବା ବେଳେ ଆଉ ୨ହଜାର ବିଦ୍ୟାଳୟରେ କମ୍ପ୍ୟୁଟର ଲାବ୍‍ ଖୋଲିବା ପାଇଁ ସରକାରଙ୍କ ଯୋଜନା ରହିଛି । ତେବେ ଶିକ୍ଷକ ଛଟେଇ ହୋଇଥିବା ଅଧିକାଂଶ କମ୍ପ୍ୟୁଟର ଲାବ୍‍ରେ ପାଠପଢ଼ା ହେଉନଥିବା ବେଳେ ନୂତନ କମ୍ପ୍ୟୁଟର ଲାବ୍‍ ଖୋଲିବା ପାଇଁ ସରକାରଙ୍କ ଯୋଜନା ନେଇ ଏବେ ପ୍ରଶ୍ନ ଉଠିଛି ।

ରାଜ୍ୟର ୪ହଜାର ହାଇସ୍କୁଲରେ ଆଇସିଟି ଯୋଜନା ମାଧ୍ୟମରେ କମ୍ପ୍ୟୁଟର ଶିକ୍ଷାଦାନ କରାଯାଉଥିଲା । ଏଥିପାଇଁ ପ୍ରତି ବିଦ୍ୟାଳୟରେ ଜଣେ କରି ସଂଯୋଜକମାନଙ୍କୁ ନିଯୁକ୍ତିକାରୀ ସଂସ୍ଥା ମାଧ୍ୟମରେ ରଖାଯାଇଥିଲା । ଏହି ସଂସ୍ଥା ସହିତ ୫ ବର୍ଷିୟା ଚୁକ୍ତିନାମା ହୋଇଥିଲା । ଚୁକ୍ତିନାମା ଅନୁଯାୟୀ ଏହି ଅବଧି ମଧ୍ୟରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ କମ୍ପ୍ୟୁଟର ଜ୍ଞାନ ଆହରଣ କରିବେ ଓ ସଂଯୋଜକମାନେ ବିଦା ହେଲାପରେ ସେମାନେ ଛାତ୍ରଛାତ୍ରୀମାନଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରିବେ ।

ଏଥିପାଇଁ ରାଜ୍ୟ ସରକାରଙ୍କ ସହ ଆଇଏଲ୍‍ଏଫ୍‍ଏସ୍‍ ନାମକ ସଂସ୍ଥା ଚୁକ୍ତିନାମା କରିଥିଲା । ଇତିମଧ୍ୟରେ ୫ ବର୍ଷିୟା ଚୁକ୍ତି ଅବଧି ସରିଥିବା ବେଳେ ରାଜିନାମା ଅନୁଯାୟୀ ବିଦ୍ୟାଳୟରୁ ସଂଯୋଜକମାନେ ହଟିଛନ୍ତି । କିନ୍ତୁ ଅଧିକାଂଶ ବିଦ୍ୟାଳୟରେ ଏବେ କମ୍ପ୍ୟୁଟର ଖତ ଖାଇବାରେ ଲାଗିଛି । ଶିକ୍ଷକ ଶିକ୍ଷୟିତ୍ରୀମାନେ କମ୍ପ୍ୟୁଟର ଜାଣିନଥିବାରୁ ଛାତ୍ରଛାତ୍ରୀମାନେ କମ୍ପ୍ୟୁଟର ପାଠପଢ଼ା ପାଇଁ ଥିବା ଉଦ୍ଦିଷ୍ଟ ସମୟରେ ଖେଳୁଛନ୍ତି ।

ଉଲ୍ଲେଖନୀୟ ଯେ ଏହି ଯୋଜନାରେ ୪ ହଜାର ବିଦ୍ୟାଳୟକୁ କମ୍ପ୍ୟୁଟର, ପ୍ରିଣ୍ଟର, ପ୍ରୋଜେକ୍ଟର, ଇନ୍‍ଭର୍ଟର୍‍, ଇଣ୍ଟରନେଟ୍‍, ଜେନେରେଟର ଆଦି ଯୋଗାଣ ହୋଇଥିଲା । ଘରୋଇ ସଂସ୍ଥା ଦ୍ୱାରା ମୁତୟନ କମ୍ପ୍ୟୁଟର ସଂଯୋଜକମାନେ ଥିବ ା ବେଳେ କମ୍ପ୍ୟୁଟର ପାଠ ପଢ଼ା ହେଉଥିବା ବେଳେ ଏବେ ଏଥିରେ ପ୍ରାୟ ପୂର୍ଣ୍ଣଚ୍ଛେଦ ପଡ଼ିଛି ।

ରାଜ୍ୟର ୪ହଜାର କମ୍ପ୍ୟୁଟର ଲାବ୍‍ରେ ଧୂଳି ଜମିଥିବା ବେଳେ ୫ ବର୍ଷ ଧରି ଶିକ୍ଷାଦାନ କରିଥିବା ଡିଗ୍ରୀଧାରୀ ଶିକ୍ଷକମାନେ ଏବେ ରାସ୍ତାରେ ଆନ୍ଦୋଳନ କରୁଛନ୍ତି । ସରକାର ଏଥିପ୍ରତି ଦୃଷ୍ଟି ନ ଦେଇ ଆଉ ୨ ହଜାର ବିଦ୍ୟାଳୟରେ ଏବେ କମ୍ପ୍ୟୁଟର ଲାବ୍‍ ପାଇଁ ଯୋଜନା କରିଥିବା ସୂଚନା ମିଳିଛି । ଏହି ନୂଆ ଲାବ୍‍ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଅର୍ଥ ଯୋଗାଇଦେବେ । ତେବେ ନୂଆ ଲାବ୍‍ରେ କିଏ ପାଠ ପଢ଼ାଇବ ଓ ପୁରୁଣା ଲାବ୍‍ କେଉଁ କାମରେ ଲାଗୁଛି ତାହାର ଠିକଣା ଅନୁଧ୍ୟାନ ଲାଗି ଏବେ ଦାବି ହେଉଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023