ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଦାୟିତ୍ୱ ନେଲେ ଡାକ୍ତର ମେହେର୍ଦ୍ଦା


୧୯୯୭ ବ୍ୟାଚ୍‍ ଆଇଏଏସ୍‍ ଅଫିସର ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ଆଜି ରାଜ୍ୟପାଳଙ୍କ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଡାକ୍ତର ମେହେର୍ଦ୍ଦା ଆଜି ରାଜଭବନ ଯାଇ ପ୍ରଥମେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ପରେ ବିଧିବଦ୍ଧ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଭାବେ ଦୀର୍ଘଦିନ ଧରି ସଫଳତାର ସହ କାର୍ଯ୍ୟ କରିବାପରେ ଅଳ୍ପଦିନ ତଳେ ତାଙ୍କୁ ରାଜ୍ୟ ସରକାର ବାଣିଜ୍ୟ ଓ ପରିବହନ ବିଭାଗକୁ ବଦଳି କରିଥିଲେ । ଏହି ବିଭାଗରେ କାର୍ଯ୍ୟ କରିବାପରେ ତାଙ୍କୁ ରାଜ୍ୟପାଳଙ୍କ ସଚିବ ଭାବେ ବଦଳି କରାଯିବା ସହିତ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।

ରାଜ୍ୟପାଳଙ୍କ ସଚିବ ଥିବା ୧୯୯୧ ବ୍ୟାଚ୍‍ ଆଇଏଏସ୍‍ ଅଫିସର ମଧୁସୂଦନ ପାଢୀ ବାଣିଜ୍ୟ ଓ ପରିବହନ ବିଭାଗର କମିଶନର ତଥା ଶାସନ ସଚିବ ଭାବେ ନିଯୁକ୍ତି ପାଇବାପରେ ଡାକ୍ତର ମେହେର୍ଦ୍ଦା ଏହି ଅତିରିକ୍ତ ଦାୟିତ୍ୱରୁ ମୁକ୍ତ ହୋଇ ଆଜି ରାଜଭବନରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ଡାକ୍ତର ମେହେର୍ଦ୍ଦା କାର୍ଯ୍ୟରେ ଯୋଗଦେବା ସମୟରେ ରାଜଭବନର କର୍ମଚାରୀମାନେ ଉପସ୍ଥିତ ରହିବା ସହିତ ତାଙ୍କୁ ସ୍ୱାଗତ କରିଥିଲେ । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023