ଛୋଟ ଷ୍ଟେସନ ମାନଙ୍କରେ ଟିକେଟ ବୁକିଂ କାର୍ଯ୍ୟ ତୁଲାଉଥିବା ସହାୟକ ଷ୍ଟେସନ ମାଷ୍ଟର ମାନଙ୍କୁ ଟ୍ରେନ ଚଳାଚଳ ସମ୍ବନ୍ଧୀୟ ସଂରକ୍ଷା କାର୍ଯ୍ୟ ସହିତ ଯାତ୍ରୀ ଓ ଟ୍ରେନ ଗୁଡିକର ସଂରକ୍ଷା ପ୍ରତି ପ୍ରାଥମିକତା ଦେବାପାଇଁ ରେଳ ମନ୍ତ୍ରଣାଳୟ ଏହି ସ୍ଥାନରେ ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ନିୟୋଜନ କରିବାକୁ ନିଷ୍ପତ୍ତି ନେଇଛି I
ଏହାକୁ ନଜରରେ ରଖି ପୂର୍ବତଟ ରେଳପଥ ଅଣ ସହର ତଳି ଷ୍ଟେସନ ଗୃପ ୫ ଓ ୬ ମାନଙ୍କରେ ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ନିୟୋଜନ କରିବାକୁ ସ୍ଥିର କରିଛି I ଏହି ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ମାନେ ସେମାନଙ୍କଦ୍ୱାରା ବିକ୍ରି କରାଯାଇଥିବା ଟିକେଟ ଉପରେ କମିଶନ ପାଇବେ I ସ୍ଥିରୀକୃତ ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ମାନେ କମ୍ପୁଟରୀକୃତ ଅଣସଂରକ୍ଷିତ ଟିକେଟ ପ୍ରଣାଳୀ ଦ୍ୱାରା ଷ୍ଟେସନ ମାନଙ୍କରେ ଟିକେଟ ବିକ୍ରି କରିବେ I
କେଉଁ ଷ୍ଟେସନ ଗୁଡିକରେ କେତେ ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ କାଉଣ୍ଟର ଖୋଲାଯିବ ସେଥି ପ୍ରତି ରେଳବାଇ ପ୍ରଶାସନ ପକ୍ଷରୁ ଏକ କମିଟି ଗଠନ କରାଯିବ ଯେଉଁଥିରେ ରେଳବାଇର ବାଣିଜ୍ୟିକ, ଟ୍ରେନ ପରିଚାଳନା ଓ ଆକାଉଣ୍ଟସ ବିଭାଗର ଅଧିକାରୀମାନେ ରହିବେ I ସ୍ଥାନୀୟ ବ୍ଲକ କିମ୍ବା ତହସିଲ ପରିସୀମା ଅନ୍ତର୍ଗତ ଷ୍ଟେସନ ଗୁଡିକରେ ପୂର୍ବତଟ ରେଳପଥ ସ୍ଥାନୀୟ ବାସିନ୍ଦା ଥିବା ଯୁବକ ମାନଙ୍କୁ ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ଭାବେ ନିୟୋଜିତ କରିବ I
ରେଳବାଇ ଦ୍ୱାରା କମ୍ପୁଟରୀକୃତ ଅଣସଂରକ୍ଷିତ ଟିକେଟ ପ୍ରଣାଳୀ ସହିତ ଏହାର ମେଣ୍ଟେନାନ୍ସ, ଇଲେକ୍ଟ୍ରି ସଂଯୋଗ, ଦୂରସଂଚାର ଚ୍ୟାନେଲ ଓ ଏହାପ୍ରତି ଉପଯୁକ୍ତ ସ୍ଥାନ ଯୋଗାଇ ଦିଆଯିବ I ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ମାନେ ଅଣସଂରକ୍ଷିତ ଟିକେଟ ପ୍ରଣାଳୀ ଦ୍ୱାରା କେବଳ ରିହାତି ନଥିବା ଅଣସଂରକ୍ଷିତ ଟିକେଟ, ସିଜିନ ଟିକେଟ ଓ ପ୍ଳାଟଫର୍ମ ଟିକେଟ ବିକ୍ରି କରିପାରିବେ I ସିଜିନ ଟିକେଟ ଗୁଡିକର ରିନୁଆଲ ଏବଂ ବରିଷ୍ଠ ନାଗରିକ ରିହାତି ଟିକେଟ ଗୁଡିକ ମଧ୍ୟ ଏହି କମ୍ପୁଟରୀକୃତ ଅଣସଂରକ୍ଷିତ ଟିକେଟ ପ୍ରଣାଳୀ ରେ ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ମାନଙ୍କଦ୍ୱାରା ବିକ୍ରୟ କରାଯାଇପାରିବ I
ଅନ୍ୟ ରିହାତି ଥିବା ଟିକେଟ ଗୁଡିକ ମଧ୍ୟ ଏହି କମ୍ପୁଟରୀକୃତ ଅଣସଂରକ୍ଷିତ ଟିକେଟ ପ୍ରଣାଳୀ ରେ ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ମାନଙ୍କଦ୍ୱାରା ସହାୟକ ଷ୍ଟେସନ ମାଷ୍ଟର (ଏଏସଏମ) ମାନଙ୍କ ଦସ୍ତାବିଜ କାଗଜ ପତ୍ର ଯାଞ୍ଚ ପରେ ବିକ୍ରୟ କରାଯାଇପାରିବ I ଅଣ ସହର ତଳି ଷ୍ଟେସନ ଗୃପ ୫ ଓ ୬ ଅନ୍ତର୍ଭୁକ୍ତ ଷ୍ଟେସନ ଗୁଡିକ ସାଧାରଣତଃ ଛୋଟ ଷ୍ଟେସନ I
ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଅଣ ସହର ତଳି ଷ୍ଟେସନ ଗୃପ ୫ ଓ ୬ ଅନ୍ତର୍ଭୁକ୍ତ ଷ୍ଟେସନ ପ୍ରାୟ ୨୩୩ ଟି ମଧ୍ୟରୁ ୧୩୨ ଟି ଷ୍ଟେସନରେ ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ମାନଙ୍କୁ ନିୟୋଜିତ କରାଯାଇଅଛି I ଅନ୍ୟ ଷ୍ଟେସନ ଗୁଡିକରେ ମଧ୍ୟ ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ମାନଙ୍କୁ ନିୟୋଜିତ କରାଯାଇପାରେ I ଏଥିପାଇଁ ଖବର କାଗଜ ମାନଙ୍କରେ ନୋଟିସ ଅଥବା ବିଜ୍ଞାପନ ଦ୍ୱାରା ସୂଚିତ କରାଯିବ I ଆଶାୟୀ ପ୍ରାର୍ଥୀ ୧୮ ବର୍ଷରୁ ଉର୍ଦ୍ଧ ହୋଇଥିବା ଆବଶ୍ୟକ ଏବଂ ଏଥିପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ୧୦ମ ଶ୍ରେଣୀ ପାସ ହୋଇଥିବା ଆବଶ୍ୟକ I
ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ମାନଙ୍କୁ ନିୟୋଜିତ କରାଯିବା ପରେ ସହାୟକ ଷ୍ଟେସନ ମାଷ୍ଟର (ଏଏସଏମ) ମାନେ ଟିକେଟ ବିକ୍ରୟ କାର୍ଯ୍ୟରୁ ନିବୃତ ରହିବେ ଏବଂ ସେମାନେ ଟ୍ରେନ ଚଳାଚଳ ସମ୍ବନ୍ଧୀୟ ସଂରକ୍ଷା କାର୍ଯ୍ୟ ସହିତ ଯାତ୍ରୀ ଓ ଟ୍ରେନ ଗୁଡିକର ସଂରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବେ I ଏହି ଛୋଟ ଛୋଟ ଷ୍ଟେସନ ମାନଙ୍କରେ ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ ମାନଙ୍କୁ କେବଳ ଟିକେଟ ବିକ୍ରି ପାଇଁ ନିୟୋଜିତ କରାଯାଉଥିବାରୁ ଯାତ୍ରୀମାନଙ୍କୁ ମଧ୍ୟ ଏଣିକି ଧାଡିରେ ଅପେକ୍ଷା କରିବାକୁ ପଡିବ ନାହିଁ I