ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଏନ୍‍ଡିଏମ୍‍ଏର କରୋନା ପରାମର୍ଶ

କରୋନା ମୁକାବିଲା ଲାଗି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ସଂସ୍ଥା (ଡିଡିଏମ୍‍ଏ)ର ସହାୟତା ନେବା ଲାଗି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‍ଡିଏମ୍‍ଏ) ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଏହାଦ୍ୱାରା କରୋନା ଭୂତାଣୁ ବ୍ୟାପିବାକୁ ରୋକାଯାଇ ପାରିବ ବୋଲି କୁହାଯାଇଛି ।

ଏନ୍‍ଡିଏମ୍‍ଏର ସଦସ୍ୟ ସଚିବ ଜି.ଭି.ଭି ଶର୍ମା ରାଜ୍ୟ ସରକାରଙ୍କୁ ଏଭଳି ଉପଦେଶ ଦେବା ସହିତ ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ଅତିକ୍ରମ କରିଥିବା ବେଳେ ରାଜ୍ୟରେ ଯେଭଳି ନ ବ୍ୟାପେ ସେଥିପାଇଁ ପଦକ୍ଷେପ ନେବାକୁ କହିଛନ୍ତି । ଶ୍ରୀ ଶର୍ମା ଅନୁଭବ କରିଛନ୍ତି ଯେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏସ୍‍ଡିଏମ୍‍ଏ) ଏବଂ ଡିଡିଏମ୍‍ଏ ପରସ୍ପରକୁ ବିଶ୍ୱାସକୁ ନେଇ ସମନ୍ୱୟ ରକ୍ଷା କଲେ କରୋନା ଭଳି ବିପର୍ଯ୍ୟୟ ମୁକାବିଲା କରିପାରିବେ । ବିଭିନ୍ନ ଏନ୍‍ଜିଓ ଏବଂ ସିଭିଲ୍‍ ସୋସାଇଟି ସହିତ ସମ୍ପର୍କ ରକ୍ଷା କରି କରୋନା ମୁକାବିଲା ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରିବା କ୍ଷେତ୍ରରେ ଡିଡିଏମ୍‍ଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ।

କେନ୍ଦ୍ର କ୍ୟାବିନେଟ୍‍ ସଚିବ ନିୟମିତ ଭାବେ କରୋନା ସଂକ୍ରାନ୍ତରେ ସମୀକ୍ଷା କରୁଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କରୋନା ମୁକାବିଲା ନେଇ ମାର୍ଗଦର୍ଶିକା ଜାରି ହୋଇଛି । ଏହାକୁ ରୋକିବା କ୍ଷେତ୍ରରେ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ପାରିବେ ବୋଲି କେନ୍ଦ୍ର କ୍ୟାବିନେଟ୍‍ ସଚିବ କହିଥିବା ଜଣାଯାଇଛି ।

ଡିଡିଏମ୍‍ଏମାନେ ଏନ୍‍ଜିଓ ଓ ସାମାଜିକ ସଙ୍ଗଠନଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି ବିଭିନ୍ନ ଗୋଷ୍ଠୀକୁ ସଚେତନତା କାର୍ଯ୍ୟକ୍ରମରେ ସାମିଲ ଲାଗି କୁହାଯାଇଛି । ରାଜ୍ୟ ସରକାର ତ୍ୱରିତ ସେବା ଯୋଗାଇବା ସହିତ ବ୍ୟାପୁଥିବା ଗୁଜବକୁ ମୁକାବିଲା କରିବା ଲାଗି ଗଣମାଧ୍ୟମ ସହ ଯୋଗାଯୋଗ ରକ୍ଷା କରି ପଦକ୍ଷେପ ନେବାକୁ କୁହାଯାଇଛି । ବିଦେଶୀ ପର୍ଯ୍ୟଟକ ଏବଂ ରୋଗୀମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଉଥିବା ଡାକ୍ତରଖାନାଗୁଡ଼ିକ ସମ୍ବେଦନଶୀଳ ସ୍ଥିତିରେ ରହୁଥିବାରୁ ଏଠାରେ ପହଞ୍ଚୁଥିବା ରୋଗୀ ଓ ଚିକିତ୍ସାଧୀନ ଅବସ୍ଥାରେ ବିଦେଶରୁ ଆସୁଥିବା ଲୋକଙ୍କ ଲାଗି ଆବଶ୍ୟକ ବ୍ୟବସ୍ଥା କରିବାକୁ କୁହାଯାଇଛି ।

ଦକ୍ଷ ସଂସ୍ଥାଗୁଡ଼ିକ ସହାୟତାରେ ଲୋକେ ଯେଭଳି ଆତଙ୍କିତ ନ ହେବେ ସେଥିପାଇଁ ହେଲ୍‍ପଲାଇନ୍‍ ଓ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁୟର ବ୍ୟବସ୍ଥା ଲାଗି କୁହାଯାଇଛି । ବିଦ୍ୟାଳୟଗୁଡ଼ିକରେ ତୁରନ୍ତ ପିଲାମାନଙ୍କ ଲାଗି ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟରେ ଥିବା ସ୍ଥିତି ସଂକ୍ରାନ୍ତରେ ଆକଳନ ଲାଗି ଏନ୍‍ଡିଏମ୍‍ଏ ପରାମର୍ଶ ଦେବା ସହିତ ଅନୁରୂପ ଭାବେ ବିଦ୍ୟାଳୟଗୁଡ଼ିକ ସାମୟିକ ଭାବେ ନିରୀକ୍ଷଣରେ ରଖିବା ଲାଗି କୁହାଯାଇଛି । ଯଦି ସ୍ଥିତି ବିଗିଡେ ତେବେ ବିଭିନ୍ନ ଦପ୍ତର ଓ କର୍ପୋରେଟ୍‍ ସଂସ୍ଥାର କର୍ମଚାରୀମାନେ ଘରେ ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇପାରିବ ।

ଜାତୀୟ ଓ ଅନ୍ତର୍ଜାତୀୟ କାର୍ଯ୍ୟ ଲାଗି ଯାତ୍ରା କରୁଥିବା ଲୋକଙ୍କୁ କେନ୍ଦ୍ର ସରକାର ନିୟମିତ ଭାବେ ମାର୍ଗଦର୍ଶିକା ମାଧ୍ୟମରେ ସଚେତନ କରୁଥିବା ବେଳେ ଅତି ଆବଶ୍ୟକ ନ ଥିଲେ ଯାତ୍ରା ନ କରିବା ଲାଗି ଏନ୍‍ଡିଏମ୍‍ଏ ପରାମର୍ଶ ଦେଇଛି । ସ୍ଥିତି ଆକଳନ ପରେ ଆବଶ୍ୟକ ସ୍ଥଳେ ଲୋକମାନଙ୍କୁ ଏକାଠି ନ ହେବା ପାଇଁ ନିର୍ଦ୍ଦେଶ ଜାରି କରିବା ସହିତ ଏଭଳି ଏକତ୍ରୀକରଣ କାର୍ଯ୍ୟକ୍ରମରୁ ଦୂରେଇ ରହିବା, ତାରିଖରେ ପରିବର୍ତ୍ତନ ଅଥବା ବାତିଲ କରିବା ପାଇଁ ଏନ୍‍ଡିଏମ୍‍ଏ ପରାମର୍ଶ ଦେଇଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023