ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ରାଷ୍ଟ୍ରାୟତ ବ୍ୟାଙ୍କ୍‍ ମୁହାଁ ଗ୍ରାହକ

ୟେସ୍‍ ବ୍ୟାଙ୍କ୍‍ ବିପତ୍ତି ପରେ ଏବେ ଅନ୍ୟ ଘରୋଇ ବ୍ୟାଙ୍କ୍‍ରେ ଟଙ୍କା ରଖିଥିବା ଜମାକାରୀମାନେ ଆତଙ୍କିତ । କେଉଁ ବ୍ୟାଙ୍କ୍‍ରେ ଜମା ସମ୍ପୂର୍ଣ୍ଣ ନିରାପଦ ରହିପାରିବ ତାହାକୁ ଆଖିଆଗରେ ରଖି ଅନେକ ଲୋକ ପୁଣି ଜାତୀୟକରଣ ବ୍ୟାଙ୍କ୍‍ ମୁହାଁ ହେଲେଣି । ବିଶେଷକରି ଶ୍ରୀଜଗନ୍ନାଥ ମନ୍ଦିରର ୫୪୦କୋଟି ଟଙ୍କାରୁ ଉଦ୍ଧ୍ୱର୍ ଜମା ୟେସ୍‍ବ୍ୟାଙ୍କ୍‍ରେ ରହିଥିବା ପରିପ୍ରେକ୍ଷୀରେ ଓଡିଶାରେ ଏବେ ଏହି ବ୍ୟାଙ୍କ୍‍ ସମ୍ପର୍କରେ ଚର୍ଚ୍ଚା ବେଶ୍‍ ଜୋରଦାର ।

ଇତି ମଧ୍ୟରେ ରିଜର୍ଭବ୍ୟାଙ୍କ୍‍ ୟେସ୍‍ ବ୍ୟାଙ୍କ୍‍ର ପରିଚାଳନା ବୋର୍ଡକୁ ଭାଙ୍ଗି ନିଜ ହେପାଜତକୁ ନେଇଛନ୍ତି ଏବଂ ଏହି ବ୍ୟାଙ୍କ୍‍ର ଏକଦା ସର୍ବେସର୍ବା ବୋଲି କୁହାଯାଉଥିବା ରାଣା କାପୁରଙ୍କୁ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି । ଏହାଛଡା ତାଙ୍କର ଅନ୍ୟ କେତେକ ସମ୍ପର୍କୀୟ ଓ ସଂସ୍ଥା ଉପରେ ବି ଇଡିର ଚଢାଉ ଅବ୍ୟାହତ ରହିଛି । ୟେସ୍‍ ବ୍ୟାଙ୍କର ଜମାକାରୀମାନେ ଆତଙ୍କିତ ନହେବା ଲାଗି ବାରମ୍ବାର କର୍ତ୍ତୃପକ୍ଷ କହୁଥିଲେ ମଧ୍ୟ ଜମାକାରୀଙ୍କ ଟଙ୍କା ଉଠାଣ ଉପରେ କଟକଣାର ସୀମା ଧାର୍ଯ୍ୟ କରିଛନ୍ତି । ଫଳରେ ଜମାକାରୀ ଚାହିଁଲେ ବି ଏକକାଳୀନ ଧାର୍ଯ୍ୟ ସୀମାଠାରୁ ଅଧିକ ଟଙ୍କା ଉଠାଇ ପାରିବେନାହିଁ ।

ଏବେ ବିବାହ ଋତୁ ଚାଲିଥିବା ପରିପ୍ରେକ୍ଷୀରେ ୟେସ ବ୍ୟାଙ୍କ୍‍ରେ ଯେଉଁମାନେ ମୋଟା ଅଙ୍କର ଟଙ୍କା ପିଲାମାନଙ୍କ ବିବାହ ଉତ୍ସବକୁ ଆଖିଆଗରେ ରଖି ସାଇତିଥିଲେ ସେମାନଙ୍କ ଚିନ୍ତା ବଢିଯାଇଛି ।

ଶ୍ରୀଜଗନ୍ନାଥ ମନ୍ଦିରର ୫୪୦କୋଟି ଟଙ୍କାରୁ ଅଧିକ ଅର୍ଥ ୟେସ୍‍ ବ୍ୟାଙ୍କ୍‍ରେ ଅଛି । ଦୁଇଟି ସ୍ଥାୟୀଜମାର ମିଆଦି ନିକଟରେ ପୂରିବାକୁ ଯାଉଥିବାବେଳେ ରିଜର୍ଭବ୍ୟାଙ୍କ୍‍ଙ୍କ କଟକଣା ପରିପ୍ରେକ୍ଷୀରେ ମିଆଦ ପୂରିବାପରେ ବି ଟଙ୍କା କାଢିବାରେ ସମସ୍ୟା ଅଛି । ଏହାକୁ ଆଖିଆଗରେ ରଖି ଇତି ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ରିଜର୍ଭବ୍ୟାଙ୍କକୁ ଚିଠି ଲେଖିଛନ୍ତି । ଯେଉଁଠି ଶ୍ରୀଜଗନ୍ନାଥଙ୍କ ମନ୍ଦିରର ଟଙ୍କା ଫେରି ପାଇବା ଘେନି ସମସ୍ୟା ଅଛି ସେଠି ସାଧାରଣ ଲୋକେ ତାଙ୍କ ଚାହିଦା ମୁତାବକ ଖର୍ଚ୍ଚ ପାଇଁ ଏଠାରୁ ଟଙ୍କା କାଢିପାରୁନାହାନ୍ତି । ଏମିତିକି ଡାକ୍ତରଖାନାରେ ଚିକିତ୍ସା ଲାଗି ମଧ୍ୟ ଏହି ବ୍ୟାଙ୍କ୍‍ ଜମାକାରୀଙ୍କୁ ଧାର୍ଯ୍ୟ ସୀମାରୁ ଅଧିକ ଅର୍ଥ ଫେରାଇ ପାରୁନାହିଁ ।

ଏଭଳି ସ୍ଥିତିରେ ଏବେ କେବଳ ୟେସ ବ୍ୟାଙ୍କ ନୁହେଁ ଅନ୍ୟ ଯେଉଁ ଘରୋଇ ବ୍ୟାଙ୍କ୍‍ ଓ ଦୁର୍ବଳ ସ୍ଥିତିରେ ଥିବା ଅନ୍ୟ ବ୍ୟାଙ୍କ୍‍ ଗୁଡିକରେ ଯେଉଁମାନେ ଟଙ୍କା ରଖିଛନ୍ତି ସେମାନେ ବି ଦ୍ୱନ୍ଦରେ ଅଛନ୍ତି । କାଳେ କେତେବେଳେ କିଛି ଅଘଟଣ ଘଟିଯିବ ସେହି ଆଶଙ୍କାରେ ଅନେକ ଜମାକାରୀ ଏହି ବ୍ୟାଙ୍କ୍‍ ଗୁଡିକରୁ ଟଙ୍କା ଉଠାଇ ଜାତୀୟକରଣ ବ୍ୟାଙ୍କ୍‍ରେ ରଖିବାକୁ ପସନ୍ଦ କରୁଛନ୍ତି । ଅତୀତରେ ସାହାରା ଭଳି ସଂସ୍ଥାରେ ଟଙ୍କା ଜମାରଖି ଅନେକ ଜମାକାରୀ ଟଙ୍କା ଫେରସ୍ତ ପାଇବାଲାଗି ମାସ ମାସ ଧରି ଦଉଡିଛନ୍ତି ।

କେତେକ ସମବାୟ ବ୍ୟାଙ୍କ୍‍ରେ ବି ଏଭଳି ସମସ୍ୟାର ଅନୁଭୂତି ରହିଛି । ଚିଟ୍‍ଫଣ୍ଡ ସଂସ୍ଥା ଗୁଡିକରେ କୋଟି କୋଟି ଟଙ୍କା ଜମାରଖି ଲୋକୋ ଆଠ ଦଶବର୍ଷ ଧରି ଅର୍ଥ ଫେରସ୍ତ ପାଇପାରୁନାହାନ୍ତି । ଏ ପରିପ୍ରେକ୍ଷୀରେ ୟେସ ବ୍ୟାଙ୍କ ସମସ୍ୟା ଜମାକାରୀଙ୍କ ପାଇଁ ବଡ ଆହ୍ୱାନ ହୋଇଛି । ଇତି ମଧ୍ୟରେ ରାଜ୍ୟ ସରକାରଙ୍କର ଯେଉଁସବୁ ଦପ୍ତର ୟେସ ବ୍ୟାଙ୍କ୍‍ରେ ଟଙ୍କା ସେମାନେ ନିଜେ ଏହାର ଦାୟିତ୍ୱ ମୁଣ୍ଡାଇବେ ବୋଲି ଅର୍ଥ ସଚିବ ଆଜି ରୋକ୍‍ଠୋକ୍‍ ଶୁଣାଇ ଦେଇଛନ୍ତି । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023