ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଏସ୍‍ଏଚ୍‍ଜି ପାଇଁ ମିଶନ ଶକ୍ତି ବିଭାଗ


ମହିଳା ସ୍ୱୟଂ ସହାୟକ ଗୋଷ୍ଠି ପାଇଁ ରାଜ୍ୟରେ ସ୍ୱତନ୍ତ୍ର ଭାବେ ମିଶନ ଶକ୍ତି ବିଭାଗ କାର୍ଯ୍ୟ କରିବ । ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହା ଘୋଷଣା କରିଛନ୍ତି । ମହିଳା ଗୋଷ୍ଠି ପାଇଁ ବିଭାଗ ଗଠନ କ୍ଷେତ୍ରରେ ସମଗ୍ର ଦେଶରେ ଏହା ପ୍ରଥମ ଏବଂ ରାଜ୍ୟର ମହିଳାମାନଙ୍କୁ ଏହା ଉତ୍ସର୍ଗ କରାଯିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡିଶା ଏକ ଆଗୁଆ ରାଜ୍ୟ । ବିକାଶର ସବୁ କ୍ଷେତ୍ରରେ ଆମର ମା’ମାନେ ଆଜି ଆଗରେ । ଆମ ମା’ମାନଙ୍କର ସଂଗ୍ରାମ, ଆତ୍ମ ବିଶ୍ୱାସ ଓ ସଫଳତା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।

୭୦ଲକ୍ଷ ମା’ମାନଙ୍କୁ ନେଇ ମିଶନ ଶକ୍ତି, ମମତା କାର୍ଯ୍ୟକ୍ରମ ଓ ପଞ୍ଚାୟତିରାଜରେ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଆଜି ମହିଳାମାନଙ୍କ ସାମାଜିକ ଅର୍ଥନୈତିକ ସଶକ୍ତିକରଣ କ୍ଷେତ୍ରରେ ନୂଆ ଯୁୁଗ ଆରମ୍ଭ କରିଛି । କ୍ରୀଡା ଠାରୁ ଆରମ୍ଭ କରି ଉଦ୍ୟୋଗ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମା’ମାନଙ୍କର ସଫଳତା ବେଶ୍‍ ଉତ୍ସାହଜନକ । ଓଡିଶା ସରକାର ସବୁବେଳେ ମହିଳା ସଶକ୍ତିକଣ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି । ଚଳିତବର୍ଷ ଆମେ ସ୍ୱତନ୍ତ୍ର ପୁଷ୍ଟି ବଜେଟ ଆଣିଛୁ । ମା ଓ ଶିଶୁଙ୍କ ପୁଷ୍ଟି ଉପରେ ଏହା ଫୋକସ କରିବ ।

ଓଡିଶାର ଝିଅ ଓ ମା’ମାନେ ବିଭିନ୍ନ କ୍ଷେତ୍ରରେ ରାଜ୍ୟର ସୁନାମ କରିଛନ୍ତି । ଦୂତୀ ଚାନ୍ଦ, ପ୍ରତିଭା ରାୟ ଓ ନନ୍ଦିତା ଦାସଙ୍କ ପରି ମହିଳାମାନେ ଦେଶ ବିଦେଶରେ ଓଡିଶା ପାଇଁ ଗୌରବ ଆଣିଛନ୍ତି । ମହିଳା ସଶକ୍ତିକରଣ କ୍ଷେତ୍ରରେ ଏମାନେ ସାରା ଦେଶରେ ମହିଳାମାନଙ୍କ ପାଇଁ ଆଦର୍ଶ ।

ଆଜିର ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା, ବିଭାଗୀୟ ଉପଦ୍ଦେଷ୍ଟା ଲୋପାମୁଦ୍ରା ବକ୍ସି ପାତ୍ର, ସୁଲତା ଦେଓ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ବିଭାଗୀୟ ପ୍ରମୁଖ ସଚିବ ଅନୁଗର୍ଗ, ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତିନିଟି ଶେଷ୍ଟ ଆଇସିଡିଏସ୍‍ ମୟୁରଭଞ୍ଜ, ଢେଙ୍କାନାଳ ଓ ଗଜପତି ସହିତ ଶ୍ରେଷ୍ଟ ସ୍ୱୟଂ ସହାୟିକା ଗୋଷ୍ଠି, ଶ୍ରେଷ୍ଠ ଅଙ୍ଗନବାଡି କର୍ମୀ ଏବଂ ବ୍ୟାଙ୍କ ମଧ୍ୟରେ ଭାରତୀୟ ଷ୍ଟେଟବ୍ୟାଙ୍କ୍‍, ରାଜ୍ୟ ସମବାୟ ବ୍ୟାଙ୍କ ଓ ଓଡିଶା ଗ୍ରାମ୍ୟ ବ୍ୟାଙ୍କକୁ ପୁରସ୍କୃତ କରିଥିଲେ ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023