ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଏସସିବିରେ ହେବ ବିଶ୍ୱସ୍ତରୀୟ ଚିକିତ୍ସା


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ୱାର୍ଲ୍ଡ କ୍ଲାସ ଇନଷ୍ଟିଚ୍ୟୁଟ ଭାବରେ ଗଢ଼ିବା ପାଇଁ ଶୁଭ ଦେଇଛନ୍ତି । ଏହାଫଳରେ ଓଡ଼ିଶା ବିକାଶ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିହେଲା ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଆଜି ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । କଟକ ସର ସହ ତାଙ୍କର ସମ୍ପର୍କ ଥିଲା ନିବିଡ଼ । ଏହି କଟକ ମାଟିରେ ସେ ବଡ଼ ହୋଇଥିଲେ । ବ୍ରିଟିଶ ପୋଲିସ ବିରୁଦ୍ଧରେ ଲଢ଼େଇ କରିଥିଲେ । ଏହି କଟକରୁ ସେ ପେଶୱାରକୁ ସାଇକେଲରେ ଯାଇଥିଲେ । କଟକ ସହ ଆମ ପରିବାରର ସମ୍ପର୍କ ସ୍ୱତନ୍ତ୍ର ।

ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲ ସାଧାରଣ ଲୋକଙ୍କ ଆଶା ଏବଂ ଭରସାର କେନ୍ଦ୍ର । ରାଜ୍ୟ ବାହାରୁ ବହୁ ଲୋକ ଚିକିତ୍ସା ପାଇଁ ଏଠାକୁ ଆସିଥାନ୍ତି । ତେଣୁ ଏସସିବିର ଭିତ୍ତିଭୂମିର ବିକାଶ ବର୍ତ୍ତମାନ ଜରୁରୀ ହୋଇପଡ଼ିଛି ।

ଏସସିବିକୁ ବିଶ୍ୱସ୍ତରୀୟ ଚିକିତ୍ସାଳୟ ଭାବରେ ବିକାଶ କରି ସାଧାରଣ ଲୋକଙ୍କୁ ଓଡ଼ିଶାରେ ହିଁ ଅନ୍ତର୍ଜାତୀୟ ମାନର ସେବା ଯୋଗାଇଦେବା ଆମର ଲକ୍ଷ୍ୟ । ଆପଣମାନଙ୍କ ଆଶୀର୍ବାଦ ଆଜି ଆମ ସରକାର ଲୋକଙ୍କ ସେବାରେ ୨୦ ବର୍ଷ ପୂର୍ଣ୍ଣ କଲା ।

ଆପଣମାନଙ୍କର ଏହି ସ୍ନେହ ଓ ଭଲପାଇବା ପାଇଁ ମୁଁ ଆପଣମାନଙ୍କ ନିକଟରେ ଋଣୀ । ଏକ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନ ଆମର ଲକ୍ଷ୍ୟ । ଏହି ମହାନ ଲକ୍ଷ୍ୟକୁ ସଫଳ କରିବା ଦିଗରେ ମୁଁ ଆପଣମାନଙ୍କର ସମସ୍ତଙ୍କର ସହଯୋଗ କାମନା କରୁଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023