ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଶ୍ରୀମନ୍ଦିର ହେବ ପ୍ଲାଷ୍ଟିକ ମୁକ୍ତ


ଶ୍ରୀମନ୍ଦିରର ସ୍ୱଚ୍ଛତା ନେଇ କଠୋର ହୋଇଛି ଶ୍ରୀମନ୍ଦିର ପ୍ରଶାସନ । ଆସନ୍ତା ଏପ୍ରିଲ ପହିଲାରୁ ଶ୍ରୀମନ୍ଦିର ପରିସରରେ ପ୍ଲାଷ୍ଟିକ ବ୍ୟବହାର ହୋଇପାରିବନାହିଁ ଏବଂ ପାନପିକ ପକାଉଥିବା ବ୍ୟକ୍ତି ୫୦୦ ଟଙ୍କାର ତଣ୍ଡ ଗଣିବେ । ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି ।

ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର କହିଛନ୍ତି ଯେ ଉକ୍ରଳ ଦିବସରୁ ଶ୍ରୀମନ୍ଦିର ମଧ୍ୟରେ ପାନଛେପ ପକାଉଥିବା ବ୍ୟକ୍ତିଙ୍କୁ ଜୋରିମାନା ଦେବାକୁ ପଡିବ । ତାଙ୍କ ଠାରୁ ୫୦୦ ଟଙ୍କା ଜୋରିମାନା ଆଦାୟ ହେବ । ଉଲ୍ଲେଖନୀୟ ଯେ ପୂର୍ବରୁ ପାନପିକ ପକାଇବା ନେଇ କଟକଣା ଜାରି ହୋଇଥିଲେ ମଧ୍ୟ ତାହାକୁ ଅନେକ ମାନୁ ନାହାନ୍ତି ।

ସେହିଭଳି ମହାପ୍ରସାଦ ଯେଭଳି ପ୍ରତିଦିନ ଠିକଣା ସମୟରେ ବାହାରିବ ଓ ଭକ୍ତମାନେ ପାଇପାରିବେ ତାହା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି । ଶ୍ରୀମନ୍ଦିରରେ ପରିସରରେ ଥିବା ବ୍ୟବସାୟୀମାନେ ପଲିଥିନ୍‍ ବ୍ୟବହାର କରୁଥିବାରୁ ଏହାକୁ ମଧ୍ୟ ନିଷିଦ୍ଧ ପାଇଁ ନିଷ୍ପତ୍ତି ହୋଇଛି । ପଲିଥିନ୍‍ର ବିକଳ୍ପ ସାମଗ୍ରୀ ବ୍ୟବହାର ଲାଗି ପଦକ୍ଷେପ ନେବାକୁ ବ୍ୟବସାୟୀମାନଙ୍କୁ ଆଗତୁରା ସୂଚନା ଦିଆଯାଇଛି ।

ଅନ୍ୟ ପକ୍ଷରେ ଆଗାମୀ ୯ ତାରିଖର ପଡୁଥିବା ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ନେଇ ମଧ୍ୟ ବୈଠକରେ ବିସ୍ତୃତ ଆଲୋଚନା ହୋଇଯାଇଛି । ଆଜି ଅନୁଷ୍ଠିତ ବୈଠକରେ ମୁଖ୍ୟ ପ୍ରଶାସକ ଡକ୍ଟର କୁମାରଙ୍କ ସହିତ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ, ଛତିଶା ନିଯୋଗର ସଦସ୍ୟ ଓ ସେବାୟତମାନେ ଉପସ୍ଥିତ ଥିଲେ ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023