ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଓଡିଶା ଚାଷୀଙ୍କୁ କରୋନା ମାଡ


ଚୀନ୍‍ ଓ କୋରିଆରେ ଆତଙ୍କ ଖେଳାଇଥିବା କରୋନାର ପ୍ରଭାବ ଓଡିଶାର ଚାଷୀଙ୍କ ଉପରେ ପଡିବା ଆରମ୍ଭ କରିଛି । ଚୀନ୍‍ ଓ କୋରିଆରରୁ କୃଷି ଯନ୍ତ୍ରପାତି ସାମଗ୍ରୀ ଆମଦାନୀ ହୋଇ ପାରୁନଥିବାରୁ ଓଡିଶା ବଜାରରେ ଏହା ଏବେ ଦୁର୍ମୂଲ୍ୟ ହୋଇଛି । କେତେକ ସ୍ଥାନରେ ଚାଷୀଙ୍କ କୃଷି ଯନ୍ତ୍ରପାତି ମରାମତି ନହୋଇ ପଡି ରହିଲାଣି ।

ଓଡିଶାର ଚାଷୀମାନେ ସବ୍‍ସିଡ୍‍ ଦରରେ ଧାନକଟା, ଧାନ ଅମଳ, ରୋଟାଭେଟର, ପାୱାରଟିଲର, ରିପର ଆଦି ଖରିଦ କରିଥାନ୍ତି । ରାଜ୍ୟରେ ପ୍ରାୟ ୧୫ଟି କମ୍ପାନୀ ଏହିସବୁ ଯନ୍ତ୍ରପାତି ବିକ୍ରି କରୁଥିବାବେଳେ ଅଧିକାଂଶ ସାମଗ୍ରୀ ଚୀନ୍‍ ଓ କୋରିଆରୁ ଆମଦାନୀ ହୋଇଥାଏ । ଏଠାରେ କେବଳ କମ୍ପାନୀମାନେ ତାହାର ମାର୍କେଟିଂ କରିଥାନ୍ତି । ଚାଷୀଙ୍କ ଆବଶ୍ୟକତା ଅନୁଯାୟୀ ଆନୁଷଙ୍ଗିକ ଯନ୍ତ୍ରପାତି ବି ସେଠାରୁ ଆସିଥାଏ ।

ବର୍ତ୍ତମାନ ଚୀନ୍‍ରୁ ଯନ୍ତ୍ରପାତି ଆମଦାନୀ ବ୍ୟାହତ ହୋଇଥିବାରୁ ଓଡିଶା ବଜାରରେ ଏହାର ପ୍ରଭାବ ପଡିଛି । ଚାଷୀମାନେ ଆଉ ସେମାନଙ୍କ କମ୍ବାଇନ୍‍ ହାର୍ଭେଷ୍ଟର, ରିପର ଓ ପାୱାର ଟିଲର ଆଦି ମରାମତି କରିବାକୁ ସ୍ପେୟାର ପାର୍ଟସ ପାଉନାହାନ୍ତି । ଫଳରେ ଅନେକଙ୍କ କୃଷି ଯନ୍ତ୍ରପାତି ଅଚଳ ହୋଇ ପଡିଗଲାଣି । କେବେ ପାର୍ଟସ ଆସିବ ଓ ଏଗୁଡିକ ମରାମତି ହେବ ତାହା କେହି କହିପାରୁ ନାହାନ୍ତି ।

ଚାଷୀମାନଙ୍କ ଅଭିଯୋଗ ହେଉଛି ଯେ ବର୍ତ୍ତମାନ କମ୍ପାନୀ ଗୁଡିକ କରୋନାକୁ ଦୋଷ ଦେଉଥିବାବେଳେ ଅନ୍ୟ ସମୟରେ ବି ଏମାନେ ଠିକଣା ଭାବେ ବିକ୍ରି ପରବର୍ତ୍ତୀ ସେବା ଯୋଗାଉ ନାହାନ୍ତି । ଥରେ ଯନ୍ତ୍ରପାତି ବିକ୍ରି ହୋଇଗଲା ପରେ ଆଉ ସେମାନଙ୍କ ଦେଖା ଦର୍ଶନ ମିଳୁନାହିଁ । କାଁ ଭାଁ ଗୋଟିଏ ଦୁଇଟିକୁ କମ୍ପାନୀକୁ ବାଦ୍‍ ଦେଲେ ଅନ୍ୟ ପ୍ରାୟ ସମସ୍ତ କମ୍ପାନୀର ଏଭଳି ଅବସ୍ଥା । ରାଜ୍ୟ ସରକାର କୃଷି ଯନ୍ତ୍ରପାତି ଉପରେ ବିପୁଳ ପରିମାଣର ସବ୍‍ସିଡ୍‍ ପ୍ରଦାନ କରୁଥିବାରୁ ଏହା ହାତେଇବାପାଇଁ କମ୍ପାନୀ ଗୁଡିକ ଯେଭଳି ବ୍ୟଗ୍ରତା ଦେଖାଉଛନ୍ତି ସେହି ଅନୁଯାୟୀ ପରବର୍ତ୍ତୀ ସେବା ଯୋଗାଉ ନାହାନ୍ତି । ଫଳରେ ଯେଉଁ ଲକ୍ଷ୍ୟ ନେଇ ସରକାର କୃଷି ଯନ୍ତ୍ରପାତି ଉପରେ ରିହାତି ଦେଉଛନ୍ତି ତାହା ବିଫଳ ହେବାରେ ଲାଗିଛି ।

ତେଣୁ ତୁରନ୍ତ ରାଜ୍ୟରେ କୃଷି ଯନ୍ତ୍ରପାତି ବିକ୍ରି କରୁଥିବା କମ୍ପାନୀ ଗୁଡିକୁ ସରକାର ନିୟନ୍ତ୍ରଣ କରିବାପାଇଁ ଚାଷୀମାନେ ମତ ଦେଉଛନ୍ତି । ସେମାନଙ୍କ ମତରେ ଧାନରୁଆ ଯନ୍ତ୍ରର କାମ ୧୫ରୁ ୨୦ ଦିନ । ଏହି ସମୟରେ ଯଦି ଏହାକୁ ଆବଶ୍ୟକ ଅନୁଯାୟୀ ମରାମତି କରାଯାଇ ପାରିବନାହିଁ ତେବେ ବର୍ଷସାରା ଏହାର କୌଣସି କାମ ନାହିଁ । ଉଲ୍ଲେଖନୀୟ ଯେ ରାଜ୍ୟ ସରକାର କମ୍ବାଇନ୍‍ ହାର୍ଭେଷ୍ଟର ଉପରେ ୪ରୁ ୫ଲକ୍ଷ ଟଙ୍କାର ସବ୍‍ସିଡ୍‍ ପ୍ରଦାନ କରୁଥିବାବେଳେ ଧାନକଟା ଯନ୍ତ୍ର ଉପରେ ୩୦ରୁ ୪୦ହଜାର, ରୋଟାଭେଟର ଉପରେ ୩୦ହଜାର ଟଙ୍କା ପର୍ଯ୍ୟନ୍ତ ସବ୍‍ସିଡ୍‍ ପ୍ରଦାନ କରୁଛନ୍ତି । ତେବେ ଅଧିକାଂଶ କମ୍ପାନୀ ଚୀନ୍‍ ଓ କୋରିଆରୁ ଆସୁଥିବାରୁ ଏବେ କରୋନା ପ୍ରଭାବ ସାଙ୍ଗକୁ କମ୍ପାନୀ ଗୁଡିକର ମନମାନି ରାଜ୍ୟର ଚାଷୀଙ୍କ ପାଇଁ କାଳ ହୋଇଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023