ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଆଉ ନିର୍ବାଚନ ଘୁଞ୍ଚାଅନି

କଟକ ଏବଂ ବଲାଙ୍ଗୀର ହେବାକୁ ଥିବା ଦୁଇଟି ଜିଲ୍ଲା ପରିଷଦର ଉପନିର୍ବାଚନର ତାରିଖ ରାଜ୍ୟ ନିର୍ବାଚନ ଆୟୋଗ ପୁଣି ଥରେ ଘୁଂଚାଇଛନ୍ତି । ପୂର୍ବରୁ ଏହି ଉପନିର୍ବାଚନ ମାର୍ଚ୍ଚ ୫ ତାରିଖରେ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଥିଲେ । ପରେ ଏହି ତାରିଖକୁ ଘୁଂଚାଇ ମାର୍ଚ୍ଚ ୨୦ ତାରିଖରେ ନିର୍ବାଚନ କରାଯିବା ପାଇଁ ଘୋଷଣା କରାଯାଇଥିଲା ।

ବିଜେପି ଏହି ଉପ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ସମୟରେ ରାଜ୍ୟ ନିର୍ବାଚନ ଆୟୋଗ ଏହି ତାରିଖକୁ ପୁଣିଥରେ ୨୪ ମାର୍ଚ୍ଚକୁ ଘୁଂଚାଇଛନ୍ତି । ବାରମ୍ବାର ତାରିଖ ପରିବର୍ତନକୁ ବିରୋଧ କରିବା ସହ ପୂର୍ବ ଘୋଷିତ ମାର୍ଚ୍ଚ ୨୦ ତାରିଖରେ ଉପନିର୍ବାଚନ କରିବା ପାଇଁ ଆଜି ଅକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛି ।

ରାଜ୍ୟ ନିର୍ବାଚନ ଆୟୋଗ ଜିଲ୍ଲା ପରିଷଦ, ପଂଚାୟତ ସମିତି ସଭ୍ୟ, ସରପଂଚ ଏବଂ ୱାର୍ଡ ମେମ୍ବର ଉପନିର୍ବାଚନର ତାରିଖକୁ ବାରମ୍ବାର ରିବର୍ତନ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ରାଜ୍ୟ ନିର୍ବାଚନ ଆୟୋଗ ଯେଉଁ ତାରିଖ ଘୋଷଣା କରିଥିଲେ ସେହି ତାରିଖରେ ନିର୍ବାଚନ କରନ୍ତୁ । ଯେହେତୁ ୨୦ତାରିଖ ଧାର୍ଯ୍ୟ ହୋଇଥିଲା ସେହି ତାରିଖରେ ନିର୍ବାଚନ କରାଯାଉ । ଅନ୍ୟପଟେ ବଲାଙ୍ଗୀର ଜିଲ୍ଲାରେ ଉପନିର୍ବାଚନ ଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲାପାଳ ନିର୍ବାଚନ ଘୁଂଟାଇବା ପାଇଁ କାହିଁକି ଚିଠି ଲେଖିଛନ୍ତି ବୋଲି ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି ।

ଉପନିର୍ବାଚନ ତାରିଖକୁ ଯେଉଁଭଳି ଭାବରେ ରାତିଅଧିଆ ପରିବର୍ତନ କରାଯାଇଛି ସେଥିରୁ ରାଜ୍ୟ ସରକାର ନିବୃତ ରୁହନ୍ତୁ ଏବଂ ଯେଉଁ ତାରିଖରେ ନିର୍ବାଚନ କରିବାପାଇଁ ସରକାର ଘୋଷଣା କରିଥିଲେ ସେହି ତାରିଖରେ ନିର୍ବାଚନ କରନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023