
ପୂର୍ବ ଭାରତର ସବୁଠାରୁ ଖ୍ୟାତନାମା ବିଶ୍ୱବିଦ୍ୟାଳୟ ଭାବେ ଦୈନିକ ଇଂରାଜୀ ସମ୍ବାଦପତ୍ର ‘ଟାଇମ୍ସ ଅଫ୍ ଇଣ୍ଡିଆ’ ପକ୍ଷରୁ ଆୟୋଜିତ ଟାଇମ୍ସ ବିଜନେସ୍ ଆୱାର୍ଡ-୨୦୨୦ରେ ଶିକ୍ଷା ଓ ଅନୁସନ୍ଧାନ ଡିମଡ ବିଶ୍ୱବିଦ୍ୟାଳୟକୁ ସମ୍ମାନିତ କରାଯାଇଛି । ଶନିବାର ଭୁବନେଶ୍ୱର ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସୋଆର ରେଜିଷ୍ଟ୍ରାର୍ ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ବଲିଉଡ୍ ତାରକା ଅନୀଲ କପୁରଙ୍କ ଠାରୁ ଏହି ପୁରସ୍କାର ଓ ମାନପତ୍ର ଗ୍ରହଣ କରିଛନ୍ତି ।
କେନ୍ଦ୍ର ମାନବ ସମ୍ବଳ ମନ୍ତଣାଳୟ ପକ୍ଷରୁ ପରିଚାଳିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁସନାଲ୍ ର୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ୍) ରାଙ୍କିଙ୍ଗରେ ବିଶ୍ୱବିଦ୍ୟାଳୟ ତାଲିକାରେ ସୋଆ ଦେଶରେ ୨୪ତମ ସ୍ଥାନ ହାସଲ କରିଛି । ସୋଆ ଅଧିନରେ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ମେଡିକାଲ୍ ସାଇନସେସ୍, ଡେଂଟାଲ୍ ସାଇନସେସ୍ ମ୍ୟାନେଜମେଂଟ, ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ, ଫାର୍ମାସ୍ୟୁଟିକାଲ୍ ସାଇନସେସ୍, ନର୍ସିଂ, ଲିଗାଲ୍ ଷ୍ଟଡିଜ୍ ଏବଂ ଏଗ୍ରିକଲଚରାଲ୍ ସାଇନସେସ୍ ଭଳି ପାଠ୍ୟକ୍ରମ ରହିଛି ।
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ଗୃହମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ଓଡ଼ିଶା ସ୍କିଲ୍ ଡେଭଲପମେଂଟ୍ ଅଥରିଟିର ଅଧ୍ୟକ୍ଷ ସୁବ୍ରତ ବାଗଚୀ, ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଓଡ଼ିଶା ଶାଖାର ଚିଫ୍ ଜେନେରାଲ୍ ମ୍ୟାନେଜର ପ୍ରବୀଣା କାଲା, ଓଲିଉଡ୍ ଅଭିନେତ୍ରୀ ଅର୍ଚିତା ସାହୁ ଏବଂ ଇପିକଲ୍ ପରିଚାଳନା ନିର୍ଦ୍ଦେଶକ ନୀତିନ୍ ଜୱାଲେ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।