ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ସଚିବଙ୍କ ହସ୍ତକ୍ଷେପ ପରେ ମିଳିଲା ଟଙ୍କା

ନିଜ ହାତରୁ ୧୫୦୦ ଟଙ୍କା ବ୍ୟୟରେ ପାଣି ପାଇପ ମରାମତି କରିଥିବା ଖୋର୍ଦ୍ଧାର ଅକ୍ଷୟ କୁମାର ମହାପାତ୍ର ମୋ ସରକାର ଫୋନ୍‍ ନମ୍ବରକୁ ଫୋନ୍‍ କରି ତାଙ୍କ ମରାମତି ବାବଦ ଟଙ୍କା ଫେରି ପାଇଛନ୍ତି ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ମୋ ସରକାର ଯୋଜନାରେ ଆସୁଥିବା ଟେଲିଫୋନ୍‍ ନମ୍ବରକୁ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମାଥିଭାଥନନ୍‍ ଅନୁଧ୍ୟାନ କରିବା ସମୟରେ ଏଭଳି ଅଭିଯୋଗ ତାଙ୍କ ନଜରକୁ ଆସିଥିଲା ।

ମାମଲାର ବିବରଣୀରୁ ପ୍ରକାଶ ଯେ ଖୋର୍ଦ୍ଧାସ୍ଥିତ ଶ୍ରୀ ମହାପାତ୍ରଙ୍କ ଘରେ ପାଣି ପାଇପ୍‍ ସଂଯୋଗ ହୋଇଥିଲା । କିନ୍ତୁ କାମରେ ଖଇଚା ଯୋଗୁ ଏହି ପାଇପ୍‍ରେ ପାଣି ଲିକ୍‍ ହୋଇଥିଲା । ଏହାକୁ ମରାମତି କରିବା ପାଇଁ ଶ୍ରୀ ମହାପାତ୍ର ମୋ ସରକାର ଅଭିଯୋଗ ନମ୍ବରକୁ ବାରମ୍ବାର ଫୋନ୍‍ କରିଥିଲେ ମଧ୍ୟ କାମ କରିଥିବା କଣ୍ଟ୍ରାକ୍ଟର କିମ୍ବା ୱାଟ୍‍କୋ କର୍ତ୍ତୃପକ୍ଷ କେହିହେଲେ କର୍ଣ୍ଣପାତ କରିନଥିଲେ ।

ତେଣୁ ଶ୍ରୀ ମହାପାତ୍ର ବାଧ୍ୟ ହୋଇ ଆଉ ଜଣେ ଘରୋଇ ମିସ୍ତ୍ରୀକୁ ୧୫୦୦ ଟଙ୍କା ଦେଇ ପାଣି ପାଇପ ମରାମତି କରିଥିଲେ । ତେବେ ଏଭଳି ଅଭିଯୋଗ ପ୍ରମୁଖ ସଚିବଙ୍କ ଦୃଷ୍ଟିକୁ ଆସିବା ପରେ ସେ ତୁରନ୍ତ ଏହାର ତଦନ୍ତ କରାଇଥିଲେ ।

ତଦନ୍ତରୁ ଜଣାପଡ଼ିଥିଲା ଯେ ଶ୍ରୀ ମହାପାତ୍ରଙ୍କ ଘରେ କାମ କରିଥିବା ନରଟେକ ନାମକ ସଂସ୍ଥା ଏଭଳି ଖଇଚା କାର୍ଯ୍ୟ କରିଛି । ଫଳରେ ବାଧ୍ୟ ହୋଇ ହିତାଧିକାରୀ ଜଣକ ନିଜ ଅର୍ଥରେ ଏହାକୁ ମରାମତି କରିଛନ୍ତି । ଏହି କାମରେ ସହକାରୀ ପରିଚାଳକ ଠିକଣା ଭାବେ ଅନୁଧ୍ୟାନ କରିନଥିବା ଦୃଷ୍ଟିକୁ ଆସିଥିଲା ।

ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶକ୍ରମେ ୱାଟକୋ ଡିଭିଜନ-୨ର ସାଧାରଣ ପରିଚାଳକ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚିବା ସହିତ ସେ ଖର୍ଚ୍ଚ କରିଥିବା ୧୫୦୦ ଟଙ୍କା ପୈଠ ଲାଗି ନରଟେକ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟ ତଦାରଖରେ ଅବହେଳା କରିଥିବା ଅଧିକାରୀମାନଙ୍କୁ ଚେତାବନୀ ଦେବା ଲାଗି ଜନସ୍ୱାସ୍ଥ୍ୟ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023