ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଯୋଜନା ବୋର୍ଡ ପାଲଟିଛି ଥଇଥାନ କେନ୍ଦ୍ର


ରାଜ୍ୟ ସରକାର ଯୋଜନା ବୋର୍ଡରେ ଦଳୀୟ ନେତାଙ୍କୁ ଥଇଥାନ କରି କ୍ୟାବିନେଟ ପାହ୍ୟା ଦେବା ପାଇଁ ଏହି ବୋର୍ଡକୁ ବ୍ୟବହାର କରୁଛନ୍ତି । ଗତ ୯ ମାସ ହେଲାଣି ଯୋଜନା ବୋର୍ଡକୁ ରାଜ୍ୟସରକାର ସଂପୂର୍ଣ୍ଣ ଭାବେ ଅଚଳ କରିଦେଇଛନ୍ତି ।

ଏବେ ରାଜ୍ୟସଭା ରେସରେ ତାଙ୍କ ଦଳୀୟ ନେତା ସଂଜୟ ଦାସବର୍ମାଙ୍କ ନାଁ ଉଠିବାରୁ ତାଙ୍କୁ ଯୋଜନା ବୋର୍ଡର ଉପାଧ୍ୟକ୍ଷ କରି ତାଙ୍କୁ ଥଇଥାନ କରାଯାଇଛି । ରାଜ୍ୟସରକାରଙ୍କ ଯୋଜନା ବୋର୍ଡ ବିଜେଡି ନେତାଙ୍କ ଥଇଥାନ କେନ୍ଦ୍ର ପାଲଟିଛି ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିବାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି ।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ଗତ ୧୩ ଜୁନ୍ ୨୦୧୯ ରୁ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଏବଂ ସଦସ୍ୟ ମାନଙ୍କର କାର୍ଯ୍ୟକାଳ ପରିସମାପ୍ତ ସରିଛି ବୋଲି ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଉତର ରଖିଥିଲେ । ଏହା ସତ୍ୱେ ବି ରାଜ୍ୟ ସରକାର ଯୋଜନା ବୋର୍ଡ ପାଇଁ ସକ୍ରିୟ ନୁହଁନ୍ତି । ରାଜ୍ୟ ସରକାରଙ୍କ ଯୋଜନା ସହ ରାଜ୍ୟ ଯୋଜନା ବୋର୍ଡର କୌଣସି ସଂପର୍କ ନାହିଁ ।

ଯୋଜନା ବୋର୍ଡ ଦ୍ୱାରା ଓଡିଶାର କୌଣସି ଯୋଜନା ହୋଇପାରିବ ନାହିଁ । ଏହା କେବଳ ବିଜେଡି ନେତାଙ୍କ ଥଇଥାନ ସ୍ଥାନ ପାଲଟିଛି । ଓଡିଶାରେ କୌଣସି ନୀତି ପ୍ରଣୟନ ହେଉ ସେକଥା ବି ରାଜ୍ୟ ସରକାର ଚାହୁଁ ନାହାଁନ୍ତି ।

ରାଜ୍ୟ ଯୋଜନା ବୋର୍ଡ ବୈଠକ ୨୦୦୭ ମସିହାରୁ ଆଜି ପର୍ଯ୍ୟନ୍ତ ହୋଇନାହିଁ । ନୀତି ଆୟୋଗ ଢାଂଚାରେ ଯୋଜନା ବୋର୍ଡ କରିବେ ବୋଲି କହୁଥିବା ସରକାର କାହିଁକି ଯୋଜନା ବୋର୍ଡକୁ ଅଣଦେଖା କରି ଚାଲିଛନ୍ତି । କାହିଁକି ଦୀର୍ଘ ଦିନ ଧରି ଏହି ପଦବୀଟି ଖାଲି ପଡିଥିଲା ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023