ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ତୁରନ୍ତ ନିର୍ବାଚନ କରାଯାଉ


ସମବାୟ ସମିତିଗୁଡିକ ସ୍ୱତନ୍ତ୍ର, ସ୍ୱାୟତ୍ତ ଓ ଗଣତାନ୍ତ୍ରିକ ସଂସ୍ଥା । ସମ୍ବିଧାନର ଧାରା ଅନୁଯାୟୀ ସମବାୟ ସମିତିର ଗଣତାନ୍ତ୍ରିକ ଚରିତ୍ର ବଜାୟ ରଖିବା ପାଇଁ କାର୍ଯ୍ୟକାଳ ପୂରିବା ପୂର୍ବରୁ ନୂଆ ନିର୍ବାଚନ କରିବାର ନିୟମ ରହିଛି । ଏହା ଦ୍ୱାରା ପୁରୁଣା କମିଟି ପାଖରୁ ସିଧାସଳଖ ନୂଆ ନିର୍ବାଚିତ ପରିଷଦ ଦାୟିତ୍ୱ ଗ୍ରହଣ କରିପାରିବେ । ଜାନୁଆରୀ ୨୦ରୁ ଫେବୃଆରୀ ୨୦ ତାରିଖ ଭିତରେ ସମସ୍ତ ପ୍ରାଥମିକ ସମବାୟ ସମିତିର ଅବଧି ପୂରଣ ହେଉଛି । ଅବଧି ପୂରଣ ହେବାର ୬ ମାସ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଆରମ୍ବ ହୋଇ ଶେଷ ହେବା କଥା ।

କିନ୍ତୁ ରାଜ୍ୟ ସରକାର ନିର୍ବାଚନର ବିଜ୍ଞପ୍ତି ପ୍ରକାଶ ନକରି ବେଆଇନ ଭାବେ ସରକାରୀ ଅଧିକାରୀଙ୍କୁ ଭାରପ୍ରାପ୍ତ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି । ଏପରିକି ସମସ୍ତ ସମିତିର ଅବଧୀ ପୂରିଥିଲେ ମଧ୍ୟ ନିର୍ବାଚନ କମିଶନ ନିଯୁକ୍ତି ହୋଇ ନାହାଁନ୍ତି ବୋଲି ବିଜେପି ସମବାୟ ପ୍ରକୋଷ୍ଠର ରାଜ୍ୟ ସହ ସଂଯୋଜକ ପବିତ୍ର ମୋହନ ଦାଶ ଅଭିଯୋଗ କରିଛନ୍ତି ।

ଆଜି ରାଜ୍ୟ ବିଜେପି ସମବାୟ ପ୍ରକୋଷ୍ଠ ପକ୍ଷରୁ ଏକ ପ୍ରତିନିଧି ଦଳ ଓଡିଶା ସମବାୟ ନିବନ୍ଧକଙ୍କୁ ଭେଟି ଓଡିଶା ସମବାୟ ଆଇନ ଓ ସମ୍ବିଧାନ ସମବାୟ ସମିତିର ନିୟମ ଅନୁସାରେ ତୁରନ୍ତ ନିର୍ବାଚନ କରିବା ପାଇଁ ଦାବି କରିଛି ।

ଶ୍ରୀ ଦାଶ କହିଛନ୍ତି ଯେ ରାଜ୍ୟ ସରକାର ସମବାୟ ସମିତିର ନିର୍ବାଚନ ନକରି ଏକ ଅସ୍ଥାୟୀ ଓ ସମ୍ପୃକ୍ତ ସମିତି ପ୍ରତି ଏକ ଅଣ ଉତରଦାୟୀ ପରିଚାଳନା ପରିଷଦ ଗଠନର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହା ସଂପୂର୍ଣ୍ଣ ଭାବେ ଅଗଣତାନ୍ତ୍ରିକ ଏବଂ ସମ୍ବିଧାନ ବିରୋଧୀ ଅଟେ । ଯେ ପର୍ଯ୍ୟନ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ନହୋଇଛି ସେତେଦିନ ପର୍ଯ୍ୟନ୍ତ କାର୍ଯ୍ୟକାଳ ପୂରି ଯାଇଥିବା ପରିଚାଳନା କମିଟିଗୁଡିକୁ କାର୍ଯ୍ୟକାରୀ ପରିଷଦ ଭାବେ ଦାୟିତ୍ୱରେ ରଖାଯାଉ ।

ଯଦି ରାଜ୍ୟ ସରକାର ତୁରନ୍ତ ଗଣତାନ୍ତ୍ରିକ ଉପାୟରେ ନିର୍ଦ୍ଧାରିତ ସମୟରେ ନିର୍ବାଚନ ନକରନ୍ତି ତେବେ ଆଗାମୀ ଦିନରେ ବିଜେପି ସମବାୟ ପ୍ରକୋଷ୍ଠ ପକ୍ଷରୁ ସମଗ୍ର ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଦାଶ ଚେତାବନୀ ଦେଇଛନ୍ତି ।

ଏହି ପ୍ରତିନିଧି ଦଳରେ ବିଜୟ ରାଉତରାୟ, ଅନୁପ ପରିଡା, ଗୌରୀଶ୍ୟାମ ପଟ୍ଟନାୟକ, ସୁବାଶ ପ୍ରଧାନ, ପ୍ରତିଭା ଶତପଥୀ, ବନ୍ଧୁ ଚରଣ ସାହୁ, ବିପିନ ପଣ୍ଡା, କଲ୍ୟାଣ ଚାର୍ଟାଜୀ, କେଳୁଚରଣ ଜଗଦେବ, ଗୌରୀଶଙ୍କର ପଟ୍ଟନାୟକ ଏବଂ ରଂଜିତ ମହାପାତ୍ର ପ୍ରମୁଖ ସାମିଲ ଥିଲେ ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020