ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ସର୍ବକ୍ଷମା ଯୋଜନାର ଅବଧି ବୃଦ୍ଧି କରାଯାଉ


ଆଜି ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱରରେ ସର୍ବକ୍ଷମା ଯୋଜନାର ଅବଧି ବୃଦ୍ଧି ଦାବିରେ ବିଡିଏ ଉପାଧ୍ୟକ୍ଷଙ୍କୁ ସାକ୍ଷାତ କରିବା ସହ ସର୍ବକ୍ଷମା ଯୋଜନାର ହିତାଧିକାରୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏତେ କମ ସମୟ ଭିତରେ ଅଧିକ ପରିମାଣର ଜରିମାନା ଅର୍ଥ ଦାଖଲ କରିବାକୁ ହିତାଧିକାରୀମାନେ ଅକ୍ଷମ ହୋଇପଡିଛନ୍ତି ।

ଅନ୍ୟପକ୍ଷରେ ଆର୍କିଟେକମାନଙ୍କର ଚଢା ଅର୍ଥ ଦାବି ମଧ୍ୟ ହିତାଧିକାରୀଙ୍କୁ ହତାଶ କରିଛି । ସରକାର ଭୁବନେଶ୍ୱର ତଥା ଅନ୍ୟାନ୍ୟ ସହରାଂଚଳର ଅଧିବାସୀମାନଙ୍କ ସୁବିଧା ପାଇଁ ଏହି ଯୋଜନା କରିଥିବା ସ୍ଥଳେ ହିତାଧିକାରୀଙ୍କ ସମସ୍ୟାକୁ ମଧ୍ୟ ବିଚାରକୁ ନେବା ଉଚିତ ବୋଲି ଶ୍ରୀ ରାଉତରାୟ କହିଛନ୍ତି ।

ସରକାର ସର୍ବକ୍ଷମା ଯୋଜନାର ଅବଧି ଆଉ ୬ ମାସ ବୃଦ୍ଧି କରିବା ପାଇଁ ସେ ଦାବି କରିବା ସହ ସରକାର ଟିକେ ସରଳ ଭାବ ଗ୍ରହଣ କଲେ ଏଥିରୁ ରାଜକୋଷ ପାଇଁ ଅଧିକ ଅର୍ଥ ମଧ୍ୟ ଆସିପାରିବ ବୋଲି ଶ୍ରୀ ରାଉତରାୟ କହିଛନ୍ତି । ଭୁବନେଶ୍ୱର ତଥା ରାଜ୍ୟ ସହରାଂଚଳବାସୀଙ୍କ ଦାବିକୁ ସେ ବିଡିଏ ଉପାଧ୍ୟକ୍ଷଙ୍କ ପାଖରେ ଉପସ୍ଥାପନ କରିଛନ୍ତି । ସହରାଂଚଳ ବିକାଶ ମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି । ଏହି ପ୍ରତିନିଧି ଦଳରେ ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, ପ୍ରକାଶ ମିଶ୍ର, ମାନସ ଆଚାର୍ଯ୍ୟ, ଲିଙ୍ଗରାଜ ସାହୁ, ସୁଚନ୍ଦ୍ର ବାରିକ, ସଞ୍ଜିବ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020