ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଗାନ୍ଧୀ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାକୁ ୨ଲକ୍ଷ


ଚଳିତ ମାସରେ ରାଜ୍ୟର ଅନ୍ୟୁନ ୯ଟି ଜିଲ୍ଲାରେ ସରକାରଙ୍କ ପକ୍ଷରୁ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ସଂସ୍କୃତି ବିଭାଗ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସୂଚନା ଦେଇଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଗାନ୍ଧୀଜୀ ୧୯୨୭ ମସିହାରେ ତାଙ୍କ ତୃତୀୟ ଓଡିଶା ଗସ୍ତବେଳେ ଡିସେମ୍ବର ୩ରୁ ୨୧ ପର୍ଯ୍ୟନ୍ତ ଓ ୧୯୨୮ରେ ଚତୁର୍ଥ ଓଡିଶା ଗସ୍ତ ଅବସରରେ ଡିସେମ୍ବର ୨୧ ଓ ୨୨ ତାରିଖରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତାଙ୍କର ୧୯୨୭ ମସିହାର ଓଡିଶାଗସ୍ତ କାର୍ଯ୍ୟକ୍ରମ ଡିସେମ୍ବର ୩ ତାରିଖରେ ପାରଳାଖେମୁଣ୍ଡିରୁ ଆରମ୍ଭ ହୋଇଥିଲା ।

ଏହାପରେ ଡିସେମ୍ବର ୫ରେ ବ୍ରହ୍ମପୁର ଓ ପରେ ସଡକପଥରେ ଆସ୍କା, ପୋଲସରା, ରମ୍ଭା, ଖଲିକୋଟ, କୋଦଳା ଆଦି ବିଭିନ୍ନ ସ୍ଥାନରେ ୮ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ନଭେମ୍ବର ୮ ଓ ୯ ତାରିଖରେ ଗାନ୍ଧୀଜୀ ବାଣପୁରରେ ଅବସ୍ଥାନ କରିଥିବାବେଳେ ୧୨ ତାରିଖ ପର୍ଯ୍ୟନ୍ତ ବୋଲଗଡରେ ଥିଲେ । ଏହାପରେ ସେ ଜଟଣି ଦେଇ ସାକ୍ଷୀଗୋପାଳ ଓ ପୁରୀ ଯାଇଥିଲେ ।

ଏହି ଦୀର୍ଘ ଗସ୍ତ ସମୟରେ ସେ ବର୍ତ୍ତମାନର ବାଲେଶ୍ୱର, ଭଦ୍ରକ ଓ କଟକ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ୧୯୨୮ ମସିହାରେ ଗାନ୍ଧୀଜୀ ଡିସେମ୍ବର ମାସରେ ରେଳଯୋଗେ ଝାରସୁଗୁଡା ଆସି ସେଠାରୁ ସମ୍ବଲପୁର ଯାଇଥିଲେ ।

ରାଜ୍ୟ ସରକାର ଏ ପରିପ୍ରେକ୍ଷୀରେ ଗଜପତି, ଗଞ୍ଜାମ, ଖୋରଧା, ପୁରୀ, ବାଲେଶ୍ୱର, ଭଦ୍ରକ, କଟକ, ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାପାଳମାନଙ୍କୁ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ସେ ଗସ୍ତ କରିଥିବା ଜିଲ୍ଲା ଗୁଡିକରେ ଗାନ୍ଧୀ ଭାବର କାର୍ଯ୍ୟକ୍ରମମାନ ଆୟୋଜନ କରିବାକୁ କହିଛନ୍ତି । ଏଥିଲାଗି ବିଭିନ୍ନ ଅନୁଷ୍ଠାନ ଓ ବେସରକାରୀ ସଂସ୍ଥା ତଥା ବ୍ୟକ୍ତିବିଶେଷଙ୍କ ସହଯୋଗରେ ଜନସଭା ଓ ସ୍ମାରକୀ କାର୍ଯ୍ୟକ୍ରମମାନ କରିବାପାଇଁ ସରକାର କହିଛନ୍ତି ।

ସଂସ୍କୃତି ବିଭାଗ ସୂତ୍ରରୁ ଜଣାପଡିଛି ଯେ ୧୫୦ତମ ଜନ୍ମବାର୍ଷିକୀ ପାଳନ ଲାଗି ଜିଲ୍ଲା ଗୁଡିକୁ ରାଜ୍ୟ ସରକାର ୨ଲକ୍ଷ ଟଙ୍କା କରି ଇତି ମଧ୍ୟରେ ପ୍ରାଥମିକଭାବେ ପ୍ରଦାନ କରିଛନ୍ତି । ଜିଲ୍ଲା ସଂସ୍କୃତି ଅଧିକାରୀମାନେ ଜିଲ୍ଲାପାଳ ଓ ଅନ୍ୟମାନଙ୍କ ସହ ଯୋଗାଯୋଗ ରକ୍ଷାକରି ଚଳିତ ମାସରେ ନିଜ ନିଜ ଜିଲ୍ଲାରେ ଗାନ୍ଧୀ ସ୍ମାରକୀ କାର୍ଯ୍ୟକ୍ରମମାନ ଠିକଣା ଭାବେ କରିବା ସହିତ ସରକାରଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କୁହାଯାଇଛି । (ତଥ୍ୟ) 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020