ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ବିଭାଗରେ ମିଶିଲା ଦୁଇ ନିର୍ଦ୍ଦେଶାଳୟ

 
ଖଣି ଓ ଇସ୍ପାତ ବିଭାଗ ଅଧିନରେ ଥିବା ଭୂତତ୍ୱ ନିର୍ଦ୍ଦେଶାଳୟ ଓ ଖଣି ନିର୍ଦ୍ଦେଶାଳୟ ଏଣିକି ପ୍ରଶାସନିକ ବିଭାଗରେ ମିଶିଯାଇଛି । ସରକାରୀ ସ୍ତରରେ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହା ପୂର୍ବରୁ ଆଉ କେତେକ ନିର୍ଦ୍ଦେଶାଳୟକୁ ସେମାନଙ୍କ ପ୍ରଶାସନିକ ବିଭାଗରେ ସରକାର ମିଶାଇଛନ୍ତି । ଫଳରେ ନିର୍ଦ୍ଦେଶାଳୟରୁ ପ୍ରଶାସନିକ ବିଭାଗକୁ ଫାଇଲ୍‍ ପଠାଇବା ଓ ସେଠାରେ ଫାଇଲ୍‍ର ଦୋହରାଚାଷରେ ଯେତେ ସମୟ ଓ ଶ୍ରମ ବରବାଦ ହେଉଥିଲା ତାହା ବଞ୍ଚିଯାଉଛି । ନିର୍ଦ୍ଦେଶାଳୟ ଗୁଡିକ ପ୍ରଶାସନିକ ବିଭାଗରେ ମିଶିବା ଫଳରେ କାର୍ଯ୍ୟଦକ୍ଷତା ମଧ୍ୟ ବୃଦ୍ଧି ପାଉଛି ।

ଭୂତତ୍ୱ ଓ ଖଣି ନିର୍ଦ୍ଦେଶାଳୟକୁ ଖଣି ଓ ଇସ୍ପାତ ବିଭାଗରେ ମିଶାଇ ଦେବାପରେ ସମ୍ପୃକ୍ତ ନିର୍ଦ୍ଦେଶକମାନେ ଅତିରିକ୍ତ ଶାସନ ସଚିବ ପାହ୍ୟାରେ କାମ କରିବେ । ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରଶାସନିକ ବିଭାଗ ପାଇଁ ଯେଉଁ ଓସୱାସ ବ୍ୟବସ୍ଥା ରହିଛି ତାହା ମାଧ୍ୟମରେ ଏବେ ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକମାନଙ୍କ ନଥି ଯାତାୟତ କରିବ । ବିଭାଗର ସମନ୍ୱିତ ପରିଚାଳନା ପାଇଁ ଆସନ୍ତା ଆର୍ଥିକ ବର୍ଷରେ ବଜେଟ୍‍ ବ୍ୟୟବରାଦ କରାଯିବ ।

ସରକାରୀ ସୂତ୍ରରୁ ଜଣାପଡିଛି ଯେ ଏହି ଦୁଇଟି ନିର୍ଦ୍ଦେଶାଳୟ ଖଣି ଓ ଇସ୍ପାତ ବିଭାଗରେ ମିଶି ଯାଇଥିଲେ ମଧ୍ୟ ଏମାନଙ୍କର ଦପ୍ତର ପୂର୍ବରୁ ଯେଉଁଠାରେ ଥିଲା ସେଇଠି ଏବେ କାମ କରିବ । ଭୂ ବିଜ୍ଞାନ ଭବନରୁ ଭୂତତ୍ୱ ନିର୍ଦ୍ଦେଶାଳୟ ଓ ବିଭାଗୀୟ ମୁଖ୍ୟ ଦପ୍ତରରୁ ଖଣି ନିର୍ଦ୍ଦେଶାଳୟ, ଖଣି ଓ ଇସ୍ପାତ ବିଭାଗରେ ମିଶିବାପରେ ବି କାମ କରିବେ ।

ଏଥି ପୂର୍ବରୁ ଗତ ଅଗଷ୍ଟମାସରେ ଏହି ଦୁଇ ନିର୍ଦ୍ଦେଶାଳୟ ସେମାନଙ୍କ ପ୍ରଶାସନିକ ବିଭାଗରେ ସାମିଲ ହେବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଥିଲା । ଏବେ ଏହି ପ୍ରସ୍ତାବକୁ କେବଳ କାର୍ଯ୍ୟକାରୀ କରାଯାଇଛି । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020