ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଫନି ସହାୟତା ବଣ୍ଟା ଚାଲିଛି


ଫନି କ୍ଷତିଗ୍ରସ୍ତଙ୍କୁ ସହାୟତା ବାବଦରେ ରାଜ୍ୟ ସରକାର ଯୋଗାଇ ଦେଇଥିବା ଅର୍ଥ ଏବେସୁଦ୍ଧା ସମ୍ପୂର୍ଣ୍ଣ ଭାବେ ବଣ୍ଟାଯାଇ ପାରିନାହିଁ । ୩୩ ପ୍ରତିଶତରୁ ଊଦ୍ଧ୍ୱର୍ ଫସଲହାନୀ ପାଇଁ ସହାୟତା ବାବଦରେ ୧୧୭ କୋଟି ଟଙ୍କା ଯୋଗା ଯାଇଥିବା ବେଳେ ଏଥିରୁ ଟଙ୍କାଟିଏ ବି ଦିଆଯାଇନାହିଁ ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ବିଜେଡି ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ବାତ୍ୟା ଫନି ଦ୍ୱାରା ୧୪ଟି ଜିଲ୍ଲାର ୨୦,୩୬୭ଟି ଗ୍ରାମ ଓ ୫୧ଟି ସହରାଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । ଏଥିରେ ପ୍ରାୟ ୧ କୋଟି ୬୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ ଏବଂ ୬୪ ଜଣଙ୍କ ପ୍ରାଣହାନୀ ଘଟିଥିଲା ।

ବାତ୍ୟା ଫନିରେ ୫,୫୬,୭୬୧ଟି ବାସଗୃହ ଓ ୧,୧୯,୬୯୪ଟି ଗୁହାଳ କ୍ଷତିଗ୍ରସ୍ତ ହୋଇଥିଲା । ୬୨୮୧ ଗୃହପାଳିତ ପଶୁ, ୫୩,୨୬,୯୦୫ଟି କୁକୁଡ଼ା ଏଥିରେ ମୃତ୍ୟୁବରଣ କରିଥିଲେ । ୭୧,୦୬୧ଜଣ ହସ୍ତଶିଳ୍ପ କାରିଗର, ୪୨,୪୮୮ ବୁଣାକାର, ୧୨,୧୩୫ ରେଶମ ଚାଷୀଙ୍କ ଜୀବିକା ପ୍ରଭାବିତ ହୋଇଥିଲା । ବାତ୍ୟାରେ ୮୫୭୭ଟି ବିଦ୍ୟାଳୟ, ୩୦୩୯ଟି ଅଙ୍ଗନବାଡ଼ି କେନ୍ଦ୍ର, ୨୩୯୭ଟି ପଞ୍ଚାୟତ ଘର ଓ ୧୦୩୧ଟି ସ୍ୱାସ୍ଥ୍ୟକେନ୍ଦ୍ର କ୍ଷତିଗ୍ରସ୍ତ ହୋଇଥିଲା ।

ଘରର ପୁନଃନିର୍ମାଣ ଲାଗି ସହାୟତା ଆକାରରେ ରାଜ୍ୟ ସରକାର ୧୩୭୧ କୋଟି ୩୧ ଲକ୍ଷ ୮୩ ହଜାର ଟଙ୍କା ଯୋଗାଇଥିବା ବେଳେ ଏଥିରୁ ୧୦୩୧ କୋଟି ୭୦ ଲକ୍ଷ ୮୨ ହଜାର ଟଙ୍କା ବଣ୍ଟନ ହୋଇଛି । କ୍ଷତିଗ୍ରସ୍ତଙ୍କୁ ବାସନକୁସନ ପାଇଁ ସହାୟତା ବାବଦରେ ୨ କୋଟି ୧ଲକ୍ଷ ୫୬ ହଜାର ଟଙ୍କା ଦିଆଯାଇଥିବା ବେଳେ ଏଥିରୁ ମାତ୍ର ୩୪ଲକ୍ଷ ୫୩ ହଜାର ଟଙ୍କା ଯାଇଛି । ଲୁଗାପଟା ପାଇଁ ୧ କୋଟି ୮୧ ଲକ୍ଷ ୪୦ ହଜାର ଟଙ୍କା ଦିଆଯାଇଥିବା ବେଳେ ଏଥିରୁ ବଣ୍ଟନ ହୋଇଛି ମାତ୍ର ୩୧ ଲକ୍ଷ ୧୮ ହଜାର ଟଙ୍କା ।

ପଶୁଧନହାନୀ ପାଇଁ ୯ କୋଟି ୮୪ ଲକ୍ଷ ୫୫ହଜାର ଟଙ୍କା ଦିଆଯାଇଥିବା ବେଳେ ବଣ୍ଟାଯାଇଛି ୮ କୋଟି ୭୧ ଲକ୍ଷ ୨୭ ହଜାର ଟଙ୍କା । ସେହିଭଳି ଡଙ୍ଗା ଓ ଜାଲ ପାଇଁ ୬ କୋଟି ୩୦ ଲକ୍ଷ ୫୨ ହଜାର ଟଙ୍କା ଯୋଗା ଯାଇଥିବା ବେଳେ ବଣ୍ଟାଯାଇଛି ୬ କୋଟି ୨୪ ଲକ୍ଷ ୩୮ ହଜାର ଟଙ୍କା ।

ମାଛ ପୋଖରୀ ପାଇଁ ସହାୟତା ଦେବାକୁ ୪ ଲକ୍ଷ ୧୧ ହଜାର ଟଙ୍କା ଯୋଗା ଯାଇଥିବା ବେଳେ ଏଥିରୁ ୩ ଲକ୍ଷ ୭୪ ହଜାର ଟଙ୍କା ବଣ୍ଟନ କରାଯାଇଛି । ମାଛ ଯାଅାଁଳ ପୋଖରୀ ପାଇଁ ୩ ଲକ୍ଷ ୫୫ ହଜାର ଟଙ୍କା ସରକାର ଦେଇଥିବା ବେଳେ ବଣ୍ଟା ହୋଇଛି ୧ ଲକ୍ଷ ୪ ହଜାର ଟଙ୍କା । କ୍ଷତିଗ୍ରସ୍ତ ଗ୍ରାମୀଣ ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗରଙ୍କ ପାଇଁ ୭ କୋଟି ୪୨ ଲକ୍ଷ ୭୬ ହଜାର ଟଙ୍କା ଯୋଗା ଯାଇଥିବା ବେଳେ ବଣ୍ଟାଯାଇଛି ୬ କୋଟି ୮୮ ଲକ୍ଷ ୯୪ ହଜାର ଟଙ୍କା ।

୩୩ ପ୍ରତିଶତରୁ ଊଦ୍ଧ୍ୱର୍ ଫସଲ ହାନୀ ପାଇଁ କୃଷିଭିତ୍ତିକ ସହାୟତା ଯୋଗାଇ ଦେବାକୁ ରାଜ୍ୟ ସରକାର ୧୧୭ କୋଟି ୩୬ ଲକ୍ଷ ୯୬ ହଜାର ଟଙ୍କା ଦେଇଥିବା ବେଳେ ଏହି ଅର୍ଥରୁ ତୁରନ୍ତ ବଣ୍ଟନ କରିବା ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଫନି କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ବଣ୍ଟନ ପ୍ରକ୍ରିୟା ଚାଲୁ ରହିଛି ଓ ବାକିଥିବା କ୍ଷତିଗ୍ରସ୍ତ ଲୋକଙ୍କୁ ଖୁବ୍‍ଶୀଘ୍ର ଏହା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି କହିଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020