ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ରକ୍ତ ଦାନ କଲେ ମନ୍ତ୍ରୀ


ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଆଜି ତାଙ୍କ ୨୨ତମ ବିବାହ ବାର୍ଷିକୀ ଅବସରରେ ରକ୍ତଦାନ କରିଛନ୍ତି । କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାରର ନିର୍ଦ୍ଦେଶକ ଡାକ୍ତର ଦେବାଶିଷ ମିଶ୍ର ଓ ତାଙ୍କ ସହକର୍ମୀ ଅନୀଲ ମହାନ୍ତି ପ୍ରମୁଖ ମନ୍ତ୍ରୀଙ୍କ ଠାରୁ ରକ୍ତ ସଂଗ୍ରହରେ ସାହାଯ୍ୟ କରିଥିଲେ ।

ଏହି ଅବସରରେ ପତ୍ନୀଙ୍କ ସମେତ ବହୁ ଶୁଭେଚ୍ଛୁ ଓ ସମର୍ଥକ ଉପସ୍ଥିତ ରହି ତାଙ୍କୁ ବିବାହ ବାର୍ଷିକୀର ଶୁଭେଚ୍ଛା ଜଣାଇଥିଲେ । ରକ୍ତଦାନ ପାଇଁ ମନ୍ତ୍ରୀ ଆଜି ଆସିବା ପରିପ୍ରେକ୍ଷୀରେ ତାଙ୍କ ଉପସ୍ଥିତିରେ ଆଉ କେତେକ ଯୁବକ ଯୁବତୀ ମଧ୍ୟ ସ୍ୱେଚ୍ଛାକୃତ ଭାବେ ଏହି ଅବସରରେ ରକ୍ତଦାନ କରିଥିଲେ ।

ଏଠାରେ ଉଲ୍ଲେଖନୀୟ ଯେ ଜାତୀୟ ଯୁବ ପ୍ରକଳ୍ପର ଅନେକ ସ୍ୱେଚ୍ଛାସେବୀ ସେମାନଙ୍କ ଜନ୍ମଦିନ ଓ ବିବାହ ବାର୍ଷିକୀରେ କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାରରେ ରକ୍ତଦାନ କରି ନିଆରା ପରମ୍ପରା ସୃଷ୍ଟି କରୁଛନ୍ତି । ଯୁବ ପ୍ରକଳ୍ପର ହର ପ୍ରସାଦ ମହାପାତ୍ର, ବିକ୍ରମ ନାଏକ ପ୍ରମୁଖ ଉପସ୍ଥିତ ରହି ବିବାହ ବାର୍ଷିକୀରେ ରକ୍ତଦାନ କରିଥିବା ମନ୍ତ୍ରୀ ଶ୍ରୀ ଦାସ ଓ ଅନ୍ୟମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2021