ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ରେଳବାଇ ଜମି ଜବରଦଖଲ

ରାଉରକେଲା-ଝାରସୁଗୁଡ଼ା ମଧ୍ୟରେ ତୃତୀୟ ରେଳ ଲାଇନ ନିର୍ମାଣ କାର୍ଯ୍ୟ ବ୍ୟାପକ ଜବରଦଖଲ ଯୋଗୁ ବିଳମ୍ବିତ ହୋଇଛି ବୋଲି ଆଜି ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ।

ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଶ୍ରୀ ଗୋୟଲ କହିଛନ୍ତି ଯେ ୧୦୧ କିମି ଲମ୍ବ ରାଉରକେଲା-ଝାରସୁଗୁଡ଼ା ତୃତୀୟ ରେଳ ପଥ ନିର୍ମାଣ ପ୍ରସ୍ତାବକୁ ୨୦୧୫-୧୬ ଆର୍ଥିକ ବର୍ଷରେ ମଞ୍ଜୁରି ମିଳିଥିଲା । ବର୍ତମାନ ଏହି ରେଳପଥର ନିର୍ମାଣ ଅଟକଳ ୧୩୧୨.୯୭ କୋଟି ଟଙ୍କାରେ ପହଞ୍ଚିଛି ।

ମାର୍ଚ୍ଚ ୨୦୧୯ ସୁଦ୍ଧା ଏହି ରେଳପଥ ଲାଗି ୪୫୩.୯୪ କୋଟି ଟଙ୍କା ବ୍ୟୟ କରାଯାଇସାରିଲାଣି । ୨୦୧୯-୨୦ ଆର୍ଥିକ ବର୍ଷରେ ଏହି ରେଳଲାଇନ ପାଇଁ ୧୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ତେବେ ଏହି ରେଳ ଲାଇନର ରାଉରକେଲା-ପାନପୋଷ ଖଣ୍ଡରେ ବ୍ୟାପକ ଜବରଦଖଲ (୮୦୧ ସଂଖ୍ୟକ) ଯୋଗୁ ନିର୍ମାଣ କାର୍ଯ୍ୟ ଗୁରୁତର ବାଧାପ୍ରାପ୍ତ ହୋଇଛି ଏବଂ ପ୍ରକଳ୍ପ ଝୁଲା ଅବସ୍ଥାରେ ରହିଛି ।

୮୦୧ଟି ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ୪୭୪ ପରିବାରର ପାଖାପାଖି ୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିବ । ଏହି ଜମି ରେଳ ବିଭାଗର ଏବଂ ଜବରଦଖଲକାରୀମାନେ ଏହାକୁ ବେଆଇନ ଭାବେ ଦଖଲ କରି ରହିଛନ୍ତି । ଜବରଦଖଲକାରୀଙ୍କ ଥଇଥାନ ପାଇଁ କୌଣସି ପ୍ରସ୍ତାବ ନାହିଁ ଏବଂ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇସାରିଥିବା ଶ୍ରୀ ଗୋୟଲ ପ୍ରକାଶ କରିଛନ୍ତି । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2021