
୧୯୮୬ ବ୍ୟାଚ୍ ଆଇପିଏସ୍ ଅଫିସର ଅଭୟ୍ଙ୍କୁ ରାଜ୍ୟ ସରକାର ପୁଲିସ୍ ନୂତନ ଡିଜି ଭାବେ ନିଯୁକ୍ତି ଦେଇଛନ୍ତି । ଶ୍ରୀ ଅଭୟ କାର୍ଯ୍ୟରେ ଯୋଗଦେବା ପର୍ଯ୍ୟନ୍ତ ୧୯୮୮ ବ୍ୟାଚ୍ର ଆଇପିଏସ୍ ଅଫିସର ସତ୍ୟଜିତ୍ ମହାନ୍ତିଙ୍କୁ କୁହାଯାଇଛି । ଶ୍ରୀ ମହାନ୍ତି ଏବେ ରାଜ୍ୟ କାରକାର ଡିଜି ଦାୟିତ୍ୱରେ ଅଛନ୍ତି ।
ପୁଲିସ୍ ଡିଜି ଦାୟିତ୍ୱରେ ଥିବା ବିଜୟ କୁମାର ଶର୍ମାଙ୍କୁ ବଦଳି କରାଯାଇ ତାଙ୍କୁ ଗୃହ ବିଭାଗର ଓଏସ୍ଡି ଭାବେ ନିଯୁକ୍ତି ଦିଆଯାଇଛି ।
ସେହିଭଳି ୧୯୮୭ ବ୍ୟାଚ୍ ଆଇପିଏସ୍ ଅଫିସର ସୁନୀଲ ରାୟଙ୍କୁ ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ଦିଆଯାଇଛି ।