ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

କୋଇଲା ଖଣିରେ ନିଯୁକ୍ତି ସମସ୍ୟା


କୋଇଲା ଖଣି ଅଞ୍ଚଳରେ ସ୍ଥାନୀୟ ଯୁବକ ଏପରିକି ଜମିବାଡ଼ି ହରାଇଥିବା ଲୋକଙ୍କୁ ନିଯୁକ୍ତି ମିଳୁନଥିବାରୁ ଉତ୍ତେଜନା ବଢ଼ିବାରେ ଲାଗିଛି । ଏହାକୁ ନେଇ ରାଜ୍ୟ ସରକାର ଚିନ୍ତିତ । ଏମ୍‍ସିଏଲ୍‍ ଅଧିନରେ ଥିବା ତାଳଚେର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ କୋଇଲା ଖଣି ଅଞ୍ଚଳରେ ନିୟମିତ ଭାବେ ଉତ୍ତେଜନା ଦେଖାଦେଉଛି ।

ଏମ୍‍ସିଏଲ୍‍ ଖଣି ଅଞ୍ଚଳରେ ବର୍ଷସାରା ନିଯୁକ୍ତିରୁ ବଞ୍ଚିତ ଜମିହରାମାନେ ସୃଷ୍ଟି କରୁଥିବା ଉତ୍ତେଜନା ପ୍ରମୁଖ ସମସ୍ୟା ପାଲଟିଲାଣି । ଜମି ହରାଇଥିବା ବହୁ ଯୋଗ୍ୟ ବ୍ୟକ୍ତି ନିଯୁକ୍ତି ପାଇନଥିବା ବେଳେ ଥଇଥାନ ଯୋଜନାରେ ସେମାନେ ଏମ୍‍ସିଏଲ୍‍ରେ ଚାକିରି ପାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସ୍ଥାନୀୟ ଲୋକ ପ୍ରତିନିଧିମାନେ ବାରମ୍ବାର ଏହି ପ୍ରସଙ୍ଗ ରାଜ୍ୟ ସରକାରଙ୍କ ନିକଟରେ ଉତ୍‍ଥାପନ କରୁଥିବା ବେଳେ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ବିଷୟ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ନିକଟରେ ଉଠାଇଛନ୍ତି ।

ମୁଖ୍ୟ ଶାସନ ସଚିବ ଅସୀତ୍‍ ତ୍ରିପାଠୀ ଏ ସଂକ୍ରାନ୍ତରେ ସମୀକ୍ଷା କରିବା ସହିତ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇଛନ୍ତି । ସ୍ଥାନୀୟ ଲୋକଙ୍କୁ ଥଇଥାନ କରିବା ଓ ନିଯୁକ୍ତି ଦେଉନଥିବାରୁ ଲୋକ ପ୍ରତିନିଧିମାନେ ଏମ୍‍ସିଏଲ୍‍କୁ ଦୋଷ ଦେଉଛନ୍ତି । ଏମ୍‍ସିଏଲ୍‍ କର୍ତ୍ତୃପକ୍ଷ କିନ୍ତୁ ତାଙ୍କ ସଂସ୍ଥାରେ ଓଡ଼ିଶାର ୮୪ ପ୍ରତିଶତ ଲୋକଙ୍କୁ ନିଯୁକ୍ତି ଦେଇଥିବାର ହିସାବ ଦେଖାଉଛନ୍ତି ।

ଏମ୍‍ସିଏଲ୍‍ରେ ଉଭୟ ଅଫିସର ଓ କର୍ମଚାରୀଙ୍କୁ ମିଶାଇ ୨୨,୧୧୮ ଲୋକ ଥିବା ବେଳେ ଏମାନଙ୍କ ମଧ୍ୟରୁ ଓଡ଼ିଶାର ୧୮,୬୩୩ ବୋଲି ଏମ୍‍ସିଏଲ୍‍ର ଜଣେ ଅଧିକାରୀ କହିଛନ୍ତି । ସ୍ଥାନୀୟ ଲୋକଙ୍କ ସ୍ୱାର୍ଥକୁ ଏମ୍‍ସିଏଲ୍‍ ଗୁରୁତ୍ୱ ଦେଉନଥିବା ଅଭିଯୋଗ ଆସିବା ପରେ ଏମ୍‍ସିଏଲ୍‍ ସିଏମ୍‍ଡି ଭୋଳାନାଥ ଶୁକ୍ଳା ରାଜ୍ୟ ସରକାରଙ୍କୁ ଏ ବାବଦରେ ଅବଗତ କରିଛନ୍ତି ।

ଅଫିସରସ୍ତରୀୟ ନିଯୁକ୍ତି କୋଲ୍‍ ଇଣ୍ଡିଆ ଲିମିଟେଡ୍‍ (ସିଆଇଏଲ୍‍) ଦ୍ୱାରା ହେଉଥିବା ବେଳେ ଏମ୍‍ସିଏଲ୍‍ରେ ଏବେ ୧୭୯୪ ଅଫିସର ଅଛନ୍ତି ଓ ଏମାନଙ୍କ ମଧ୍ୟରୁ ୮୭୧ ଜଣ ହେଉଛନ୍ତି ଓଡ଼ିଶାର । ସେହିଭଳି କର୍ମଚାରୀଙ୍କ କ୍ଷେତ୍ରରେ ଏମ୍‍ସିଏଲ୍‍ରେ ୨୦,୩୨୪ ଜଣ ଥିବା ବେଳେ ଏମାନଙ୍କ ମଧ୍ୟରୁ ୧୭,୭୬୨ ଜଣ ଓଡ଼ିଶାର । ଏମ୍‍ସିଏଲ୍‍ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଖଣି ସର୍ଦ୍ଦାର, ସର୍ଭେୟର୍‍ ଓ ଓଭରମ୍ୟାନ୍‍ ଭଳି ପଦରେ ଖୋଲା ନିଯୁକ୍ତି ହେଉଥିବା ବେଳେ ଏହି ନିଯୁକ୍ତି ପାଇଁ ଥିବା କମିଟିରେ ରାଜ୍ୟ ସରକାରଙ୍କ ଅଧିକାରୀ ସଦସ୍ୟ ରହିଥାନ୍ତି । ଅନ୍ୟ ପଦବୀରେ କେବଳ ଜମିହରାମାନଙ୍କୁ ନିଯୁକ୍ତି ମିଳୁଥିବା ବେଳେ ଏମ୍‍ସିଏଲ୍‍ କର୍ତ୍ତୃପକ୍ଷ ଏମାନଙ୍କୁ କେବଳ ସୁରକ୍ଷାକର୍ମୀ ଭାବେ ନିଯୁକ୍ତି ଦେଉଛନ୍ତି ।

ଏମ୍‍ସିଏଲ୍‍ କର୍ତ୍ତୃପକ୍ଷ ଜମିହରାମାନଙ୍କୁ ନିଯୁକ୍ତି ଦେଉଥିବା ହିସାବ ଦେଖାଉଥିବା ବେଳେ ବାସ୍ତବରେ କିନ୍ତୁ ଘରୋଇ ସୁରକ୍ଷା ଏଜେନ୍ସି ସହାୟତାରେ କାମ ଚଳାଉଥିବା ଲୋକ ପ୍ରତିନିଧିମାନେ ଅଭିଯୋଗ କରିଛନ୍ତି । ଏମ୍‍ସିଏଲ୍‍ କର୍ତ୍ତୃପକ୍ଷ କହୁଛନ୍ତି ଯେ ଏହି ଘରୋଇ ସୁରକ୍ଷା ସଂସ୍ଥାଗୁଡ଼ିକ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଉଛନ୍ତି । ପାଖାପାଖି ୨୦ ହଜାର ହେକ୍ଟର ଅଧିଗୃହୀତ ଜମିକୁ ଏମ୍‍ସିଏଲ୍‍ ବ୍ୟବହାର ନ କରିବା ଓ ଅନ୍ୟ ଅଞ୍ଚଳକୁ ମନ୍ଥର ଗତିରେ ବ୍ୟବହାର କରିବା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି ।

କେନ୍ଦ୍ର ସରକାର ଏହି ଅବ୍ୟବହୃତ ଅଞ୍ଚଳର ଅଧିଗ୍ରହଣ ବାତିଲ ପାଇଁ ପଦକ୍ଷେପ ନେଉନଥିବା ବେଳେ ଆସନ୍ତା ୫ ବର୍ଷ ଭିତରେ ବ୍ୟବହାର ହେବାକୁ ନ ଥିବା ଜମି ରାଜ୍ୟ ସରକାରଙ୍କ ପାଇଁ ଚିନ୍ତା ବଢ଼ାଇଛି । କାରଣ ଏଠାରେ ବସବାସ କରୁଥିବା ଲୋକେ ଜୋରଦାର୍‍ ବିରୋଧ ପ୍ରଦର୍ଶନ କରୁଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020