ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଆହାର ଯୋଜନାରେ ୧୭ ସଂସ୍ଥା


ରାଜ୍ୟର ୧୧୪ଟି ସହରରେ ଦୈନିକ ୯୭,୪୪୫ ଲୋକଙ୍କୁ ଆହାର କେନ୍ଦ୍ରରେ ୫ ଟଙ୍କା ମୂଲ୍ୟରେ ଭାତ ଡାଲମା ମିଳୁଛି । ଏଥିପାଇଁ ୧୫୮ଟି କେନ୍ଦ୍ର ଖୋଲା ଯାଇଥିବା ବେଳେ ୧୭ଟି ସଂସ୍ଥା ଏହାର ପରିଚାଳନା ଦାୟିତ୍ୱରେ ଅଛନ୍ତି ।

ସରକାରୀ ସୂଚନାନୁଯାୟୀ ଗଞ୍ଜାମ ଜିଲ୍ଲାରେ ଦୈନିକ ୧୨,୦୫୦ଟି ୫ ଟଙ୍କିଆ ମିଲ୍‍ ପ୍ରସ୍ତୁତ ହେଉଥିବା ବେଳେ ଏହା ପଛକୁ ଯଥାକ୍ରମେ କଟକ ଓ ଭୁବନେଶ୍ୱର ମହାନଗର ନିଗମ ରହିଛି । କଟକରେ ଦୈନିକ ୮,୬୦୦ ଓ ଭୁବନେଶ୍ୱରରେ ୮,୫୦୦ ମିଲ୍‍ ପ୍ରସ୍ତୁତ ହେଉଥିବା ବେଳେ ସମ୍ବଲପୁରରେ ଏହି ସଂଖ୍ୟା ୭,୯୫୦ ରହିଛି ।

କୋରାପୁଟ ଜିଲ୍ଲାରେ ଦୈନିକ ୩୮୦୦, ମାଲକାନଗିରିରେ ୧୨୫୦, ମୟୂରଭଞ୍ଜରେ ୨୭୫୦, ନୟାଗଡ଼ରେ ୨୧୦୦, ପୁରୀରେ ୨୩୫୦, କେନ୍ଦ୍ରାପଡ଼ାରେ ୧୨୫୦, ଜଗତସିଂହପୁରରେ ୨୦୦୦, ଯାଜପୁରରେ ୨୨୫୦, ଖୋର୍ଦ୍ଧାରେ ୧୮୫୦, ଭଦ୍ରକରେ ୧୪୦୦, ବଲାଙ୍ଗୀରରେ ୨୪୦୦ ମିଲ୍‍ ପ୍ରସ୍ତୁତ ହେଉଛି । ବୌଦ୍ଧ ଜିଲ୍ଲାରେ ସବୁଠାରୁ କମ୍‍ ଗୋଟିଏ ଆହାର କେନ୍ଦ୍ରରେ ଦିନକୁ ୭୫୦ ଟି ମିଲ୍‍ ପ୍ରସ୍ତୁତ ହେଉଛି । ତେବେ ମୋଟ୍‍ ୯୭,୪୪୫ଟି ମିଲ୍‍ ମଧ୍ୟରୁ ଦିନବେଳା ଲୋକଙ୍କ ପାଇଁ ୮୧,୯୦୦ଟି ମିଲ୍‍ ପ୍ରସ୍ତୁତ ହେଉଥିବା ବେଳେ ରାତିବେଳା ୧୫,୫୪୫ଟି ମିଲ୍‍ ମିଳୁଛି ।

ଆହାର ଯୋଜନାରେ ୫ ଟଙ୍କିଆ ଭାଲ ଡାଲମା ବିକ୍ରି ପାଇଁ ୧୫୮ଟି କେନ୍ଦ୍ର ଖୋଲିଥିବା ବେଳେ ଏଥିମଧ୍ୟରୁ ମାନା ଟ୍ରଷ୍ଟ ୮୦ଟି, ଅକ୍ଷୟପାତ୍ର ୪୫ଟି, ପ୍ରଗତି ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ୨ଟି, ମା’ ଘଣ୍ଟାଶୁଣୀ ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ୨ଟି, ମା’ ମହାଲକ୍ଷ୍ମୀ ଦ୍ୱାକୁଆ ମହିଳା ସମିତି ଗୋଟିଏ, ଜନ କଲ୍ୟାଣ ପରିଷଦ ୫ଟି, ନେବର ସର୍ଭିସ୍‍ ୨ଟି, ଦାମୋଦରଜୀଉ ସେବାୟତନ ଗୋଟିଏ, ଏଡ଼ା ସର୍ଭିସେସ୍‍ ଗୋଟିଏ, ଅଭିଜିତ୍‍ ସହଯୋଗ ସମିତି ଟ୍ରଷ୍ଟ ୨ଟି, ମା’ ମଙ୍ଗଳା ସ୍ୱୟଂସହାୟିକା ଗୋଷ୍ଠୀ ୪ଟି, ରାଜକନିକାର ଗ୍ରାମ ଉତ୍‍ଥାନ ୨ଟି, ଇନ୍‍ଷ୍ଟିଚ୍ୟୁସନାଲ୍‍ ଅଫ୍‍ ପ୍ରଫେସନାଲ୍‍ ଷ୍ଟଡିଜ୍‍, ନାରୀ ଜାଗୃତି ଓ ଆରତୀ ମହିଳା ସୟଂସହାୟିକା ଗୋଷ୍ଠୀ ଗୋଟିଏ କରି, ରୋଟାରୀ କ୍ଲବ୍‍ ୫ଟି ଓ ଜିଲ୍ଲା ଚାଉଳ କଳ ସଂଘ ୩ଟି ୫ ଟଙ୍କିଆ ଆହାର କେନ୍ଦ୍ରରେ ଖାଦ୍ୟ ବିକ୍ରିର ଦାୟିତ୍ୱ ନେଇଛନ୍ତି ।

ଓଡ଼ିଶା ରାଜ୍ୟ ଆହାର ସମିତି ଦ୍ୱାରା ବଜାର ଦରକୁ ଦୃଷ୍ଟିରେ ରଖି ଚଳିତବର୍ଷ ଏପ୍ରିଲ୍‍ ପହିଲାରୁ ଖାଦ୍ୟର ପୁନଃମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ଯୋଗାଯାଉଥିବା ଖାଦ୍ୟର ମାନ ନିଶ୍ଚିତ କରିବା ଲାଗି ଜିଲ୍ଲା ଆହାର ସମିତି ଓ ନଗର ଆହାର ସମିତିଗୁଡ଼ିକୁ ଜିଲ୍ଲଶ ଖାଦ୍ୟ ନିରୀକ୍ଷକଙ୍କ ଦ୍ୱାରା ପରୀକ୍ଷା ଲାଗି ନିର୍ଦ୍ଦେଶ ଦିଆଯାଇଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2021