ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ବିଧାନସଭାରେ ସାମ୍ବାଦିକ ସୁରକ୍ଷା ଚିନ୍ତା

ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା ନେଇ ଆଜି ବିଧାନସଭାରେ ଉଦ୍‍ବେଗ ପ୍ରକାଶ ପାଇଥିଲା । ଦଳ ମତ ନିର୍ବିଶେଷରେ ସଦସ୍ୟମାନେ ସାମ୍ବାଦିକମାନଙ୍କ ସୁରକ୍ଷା ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ନେଇ ଆଲୋଚନା କରିବା ସହିତ ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ । 

ନରସିଂହ ମିଶ୍ର ଗୃହରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରସଙ୍ଗ ଉଠାଇଲେ | ସେ କହିଲେ ଯେ ସାରା ରାଜ୍ୟରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଓ ଦୁଃବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି| ଏମିତିକି ଲୋକ ପ୍ରତିନିଧିମାନେ ବି ସାମ୍ବାଦିକଙ୍କୁ ଦୁଃବ୍ୟବହାର କରୁଛନ୍ତି | ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ମହାରାଷ୍ଟ୍ର ସରକାର ଆଇନ କରିଛନ୍ତି | ସେହି ଢାଞ୍ଚାରେ ଓଡିଶା ସରକାର ଏକ ଆଇନ ଆଣିବାର ଆବଶ୍ୟକତା ରହିଛି | ମୋତେ ସାମ୍ବାଦିକ ମାନେ ଭେଟି ଏନେଇ ଆଲୋଚନା କରିଛନ୍ତି |

ପ୍ରଫୁଲ୍ଲ ସାମଲ କହିଲେ ଯେ, ରାଜ୍ୟ ସରକାର ସବୁ ବର୍ଗର ଲୋକଙ୍କ ପାଇଁ ବହୁତ କିଛି କରିଛନ୍ତି | ଏ ପର୍ଯ୍ୟନ୍ତ ସାମ୍ବାଦିକ ଚି଼ହ୍ନଟ କରାଯାଇପାରିନାହିଁ |ଶ୍ରମ ଓ ସୂଚନା ଓ ଲୋକ ସମ୍ପର୍କ ମଧ୍ୟରେ ସମନ୍ବୟ ରକ୍ଷା କରି ସାମ୍ବାଦିକ ଚି଼ହ୍ନଟ କରିବା ଦରକାର |ସାମ୍ବାଦିକଙ୍କୁ ସୁରକ୍ଷା ଦେବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେବା ଦରକାର | ବାଚସ୍ପତି ମଧ୍ୟ ନିଜେ ଜଣେ ସାମ୍ବାଦିକ | ତେଣୁ ସାମ୍ବାଦିକଙ୍କ ପାଇଁ ଆମେ ସମସ୍ତେ ଯତ୍ନବାନ ହେବା ଦରକାର |

ସୁରେଶ ରାଉତରାୟ କହିଲେ ଯେ, ଓଡ଼ିଶାର ସାମ୍ବାଦିକ ଭାରି ଦୁଃଦିନରେ ଅଛନ୍ତି | ବାଡେ଼ଇଲେ କେହି ସୁରକ୍ଷା ଦେବାକୁ ନାହାନ୍ତି | ତାଙ୍କରି ପାଇଁ ରାଜ୍ୟବାସୀ ଖବର ପାଉଛନ୍ତି | ସେମାନଙ୍କୁ ସୁରକ୍ଷା ଦେବା ଦରକାର, ଦରମା ଦେବା ସହ ସରକାର ଘର ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି | 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2021