
ବୁଲ୍ବୁଲ୍ କ୍ଷୟକ୍ଷତିର ଆକଳନ ପାଇଁ ୧୪ ତାରିଖରୁ କେନ୍ଦ୍ରୀୟ ପ୍ରତିନିଧିଦଳ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ । ଗୁରୁବାର ଦିନ ଅପରାହ୍ନରେ ଆସି ଭୁବନେଶ୍ୱର ଠାରେ ପହଞ୍ଚିବା ପରେ ଭଦ୍ରକ ଗସ୍ତରେ ଯିବେ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ ପ୍ରତିନିଧିଦଳ ଦିନ ଗୋଟାଏ ବେଳେ ନୂଆଦିଲ୍ଲୀରୁ ଆସି ଏଠାରେ ପହଞ୍ଚିବାପରେ ସିଧାସଳଖ ଭଦ୍ରକ ଯାଇ ସେଠାରେ ବାତ୍ୟା କ୍ଷୟକ୍ଷତି ପରିଦର୍ଶନ କରିବେ ।
୧୫ ତାରିଖ ଦିନ କେନ୍ଦ୍ରୀୟ ପ୍ରତିନିଧିଦଳ କେନ୍ଦ୍ରାପଡା ଜିଲ୍ଲାର ବାତ୍ୟାଞ୍ଚଳ ବୁଲି ଦେଖିବା ସହିତ ଅପରାହ୍ନରେ ଭୁବନେଶ୍ୱର ଫେରିଆସିବେ । ସେହିଦିନ ଅପରାହ୍ନ ୫.୩୦ରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରୀୟ ପ୍ରତିନିଧିଦଳର ସଦସ୍ୟମାନେ ଯୋଗଦେବେ ।