ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

କେନ୍ଦ୍ର ହସ୍ତକ୍ଷେପ ଲୋଡିବ ବିଜେପି

ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣାରେ ବିଜେପି ବିଧାୟକମାନଙ୍କର ଏକ ପ୍ରତିନିଧି ଦଳ ଦିଲ୍ଲୀ ଯାଇ କେନ୍ଦ୍ର ଗୃହମନ୍ତ୍ରୀ ଓ ରାଷ୍ଟ୍ରୀୟ ମହିଳା ଆୟୋଗଙ୍କୁ ଭେଟି ଘଟଣା ବିଷୟରେ ଅବଗତ କରାଇବା ସହିତ ତାଙ୍କର ହସ୍ତକ୍ଷେପ ଲୋଡିବେ ବୋଲି ବିରୋଧିଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ।

ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାୟକ କହିଛନ୍ତି ଯେ ଯାଜପୁର ଜିଲ୍ଲା ପୋଲିସ ଓ ପ୍ରଶାସନ ସ୍ମୀତାରାଣୀ ବିଶ୍ୱାଳ ହତ୍ୟାର ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରୁଥିବା କାରଣରୁ ତାଙ୍କ ସ୍ୱାମୀ ଓ କୁନି ଝିଅକୁ ନ୍ୟାୟ ମିଳିବା ଅସମ୍ଭବ । ତେଣୁ ନିରପେକ୍ଷ ତଦନ୍ତ ପାଇଁ ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଉ ।

ଶ୍ରୀ ନାଏକ ଏଭଳି ଦାବି କରିବା ସହିତ କହିଛନ୍ତି ଯେ ବିନା ତଦନ୍ତରେ ମୃତା ସ୍ମୀତାରାଣିଙ୍କର ସ୍ୱାମୀଙ୍କ ମତକୁ ଓ ପରିବାରର କଥାକୁ ଏସପି ତଦନ୍ତ ପରିସର ଭୁକ୍ତ ନକରି କେବଳ ଯିଏ ଅପରାଧୀ ତାହା କଥାରେ କିପରି ସ୍ମୀତାରାଣୀଙ୍କର ଚରିତ୍ରକୁ ଆକ୍ଷେପ କଲେ ତାହା ବଡ ଆଶ୍ଚର୍ଯ୍ୟର କଥା । ମହିଳା କମିଶନ ଘଟଣା ସ୍ଥଳକୁ ଯାଇଥିଲେ ବି ଆଶ୍ଚର୍ଯ୍ୟ ଜନକ ଭାବେ ମୃତା ସ୍ମୀତାରାଣିଙ୍କର ପରିବାର ଲୋକଙ୍କୁ ଭେଟିଲେ ନାହିଁ ।

ରାଜ୍ୟ ସରକାର ତୁରନ୍ତ ଯାଜପୁର ଏସପିଙ୍କୁ ଓ ମହିଳା କମିଶନର ଅଧ୍ୟକ୍ଷାଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ । ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଯଦି ରାଜ୍ୟ ସରକାର ସ୍ମୀତାରାଣି ହତ୍ୟା ଓ ଦୁର୍ଷ୍କମ ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ ନକରନ୍ତି ତାହେଲେ ବିରୋଧି ଦଳ ପକ୍ଷରୁ ବିଧାନସଭା ଅଚଳ କରାଯିବ ।

ସେହିପରି ବିଜେପି ବିଧାୟକମାନଙ୍କର ଏକ ପ୍ରତିନିଧି ଦଳ ଦିଲ୍ଲୀ ଯାଇ କେନ୍ଦ୍ର ଗୃହମନ୍ତ୍ରୀ ଓ ରାଷ୍ଟ୍ରୀୟ ମହିଳା ଆୟୋଗଙ୍କୁ ଭେଟି ଘଟଣା ବିଷୟରେ ଅବଗତ କରାଇବା ସହିତ ଘଟଣାରେ ହସ୍ତକ୍ଷେପ ଲୋଡିବେ ବୋଲି ଶ୍ରୀ ନାୟକ । ସ୍ମୀତାରାଣିଙ୍କର ପରିବାର ଏବେ ଭୟଭିତ ହୋଇକି ଅଛନ୍ତି । ତାଙ୍କ ପରିବାରକୁ ୨୪ଘଂଟିଆ କଡା ପୋଲିସ ସୁରକ୍ଷା ଦିଆଯାଉ ବୋଲି ଶ୍ରୀ ନାଏକ ଦାବି କରିଛନ୍ତି ।


ଶ୍ରୀ ନାଏକ କହିଛନ୍ତି ଯେ ସ୍ଥାନୀୟ ତହସିଲ ଅଫିସର ତଥ୍ୟ ଅନୁସାରେ ମାର୍ଚ୍ଚ ୨୭,୨୦୧୮ରେ ଏହି ରଙ୍ଗଶାଳାକୁ ଉଚ୍ଛେଦ କରାଯାଇଛି । ଆର୍ଆଇ କ୍ଷୀରାଦ୍ଦି ପଣ୍ଡାଙ୍କ ସ୍ୱାକ୍ଷରରେ ଏକ ଉଚ୍ଛେଦ ରିପୋର୍ଟ ମାର୍ଚ୍ଚ ୨୭,୨୦୧୮ ତାରିଖ ଦିନ ତହସିଲ ଅଫିସକୁ ଦିଆଯାଇଛି । ରାଜ୍ୟ ରାଜସ୍ୱ ବରାଗ ତଥା ଜିଲ୍ଲାପାଳ ଏହି ରିପୋର୍ଟର ସତ୍ୟତା ଉପରେ ତୁରନ୍ତ ସ୍ପଷ୍ଟିକରଣ ରଖନ୍ତୁ ।

ସ୍ମିତାରାଣିଙ୍କର ସ୍ୱାମୀ ମହିଳା କମିଶନ ଓ ପୋଲିସ ଡିଜିଙ୍କ ପାଖରେ କହିଛନ୍ତି ଯେ ସ୍ମୀତାରାଣିଙ୍କ ଉପରେ ବୃତିଗତ ଚାପ ଥିଲା । ଶାସକ ଦଳର କିଛି ନେତା ମିଥ୍ୟା ବିଲ ପାସ କରାଇବା, ପକ୍କାଘର ହିତାଧୀକାରି ଚୟନରେ ସେମାନଙ୍କ ସୁପାରିଶ ଅନୁସାରେ ହିତାଧିକାରି ଚୟନ କରିବା ଓ ଅନ୍ୟାନ ସରକାରୀ ଯୋଜନାରେ ବେଆଇନ କାମ କରିବା ପାଇଁ ଚାପ ପକାଉଥିଲେ । ସେକଥା ସ୍ମୀତାରାଣି ତାଙ୍କ ସ୍ୱାମୀଙ୍କୁ ଅନେକ ଥର କହିଥିଲେ ।

ପୋଲିସ ସେହି ଦିଗ ଉପରେ ତଦନ୍ତ କାହିଁକି କଲାନାହିଁ ? ସ୍ମିତାରାଣୀର ଗଣଦୁର୍ଷ୍କମ ଏବଂ ହତ୍ୟା ସ୍ଥଳୀରେ ରଙ୍ଗଶାଳା ସାଜିଥିବା ସେ ଗେଷ୍ଟହାଉସର ସିସିଟିଭି ଫୁଟେଜ କୁଆଡେ ଗଲା? ଗଣଦୁଷ୍କର୍ମ ଏବଂ ହତ୍ୟା ହୋଇଥିବା ଘଟଣାସ୍ଥଳ ଏବଂ ଗେଷ୍ଟହାଉସ କଣ ପାଇଁ ପୋଲିସ ସେହି ଘଟଣା ଘଟିବା ପରେ ସିଲ କଲା ନାହିଁ ? ଯେଉଁ ସ୍କୋର୍ପିଓରେ ମୃତା ସ୍ମିତାରାଣୀଙ୍କୁ ଡାକ୍ତରଖାନା ନିଆଗଲା ସେ ଗାଡି କାହାର ଏବଂ ସେଗାଡିକୁ ପୋଲିସ କଣ ପାଇଁ ସିଜ କରିଲା ନାହିଁ ? ଘଟଣା ସମୟରେ ଗେଷ୍ଟ ହାଉସରେ ଥିବା ବାକି ୪ ଜଣ ଯେଉଁଥିରେ ୨ ଜଣ ବିଜେଡିର ସମିତିସଭ୍ୟ, ଜଣେ ଜିଲ୍ଲା ପରିଷଦ ସଦସ୍ୟ ଏବଂ ଜଣେ ରାମକୋର ଉଚ୍ଚସ୍ତରୀୟ ଅଧିକାରୀ ଥିଲେ ସେମାନେ କିଏ ଏବଂ ଏହି ହତ୍ୟାକାଣ୍ଡରେ ତାଙ୍କର ଭୂମିକା କଣ ଥିଲା ବୋଲି ବିଜେପି ପ୍ରଶ୍ନ କରିଛି ।

ଘଟଣାରେ ରୂପେଶ ଭଦ୍ରକୁ ଗିରଫ କରାଯାଇଥିବା ସମୟରେ ଆଉ ୪ ଜଣଙ୍କୁ ପୋଲିସ କଣ ପାଇଁ ଗିରଫ କଲା ନାହିଁ ? ଅଧିକନ୍ତୁ ସେମାନଙ୍କୁ ତଦନ୍ତ ପରିସର ଭିତରକୁ ମଧ୍ୟ ପୋଲିସ ଆଣିନାହିଁ କିମ୍ବା ସେମାନଙ୍କୁ ପଚରାଉଚରା କରିନାହିଁ । ହେଲେ ପୋଲିସ ମୃତା ସ୍ମିତାରାଣୀଙ୍କ ସ୍ୱାମୀ ସୁଶିଲ ବିଶ୍ୱାଳ ଏବଂ ଭାରତୀୟ ସେନାରେ କାର୍ଯ୍ୟରତ ଥିବା ତାଙ୍କର ୨ ଭାଇଙ୍କୁ ଘଂଟା ଘଂଟା ଧରି ଥାନାରେ ବସାଇ ପାଣି ଟୋପେ ନଦେଇ, ତାଙ୍କୁ ଅମାନୁଷିକ ଭାବେ ମାନସିକ ସ୍ତରରେ ନିର୍ଯ୍ୟାତନା ଦେଉଛି । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2021