ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଅମୃତ ଯୋଜନା ଜଳ ଏବେ ବିଷ


ଅମୃତ ଯୋଜନାରେ ଲୋକଙ୍କୁ ମିଳୁଥିବା ପାନୀୟଜଳ ଏବେ ଏକ ପ୍ରକାର ବିଷ ପାଲଟିଲାଣି । କେଉଁଠି ଏଥିରେ ମାଟି କାଦୁଅ ମିଶୁଛି ତ ଆଉ କେଉଁଠି ନର୍ଦ୍ଦମାଜଳ । ଦୁଇ ତିନି ଦିନ ହେଲା ଏଭଳି ଜଳ ପାଉଛନ୍ତି ସ୍ଥାନୀୟ ଛଅ ନମ୍ବର ଅଞ୍ଚଳ ବାସିନ୍ଦା । ଏଥିଯୋଗୁଁ ରାଜଧାନୀରେ ଏବେ ଜଣ୍ଡିସ ବ୍ୟାପିବାର ଆଶଙ୍କା ବି ଦେଖାଦେଲାଣି ।

ଛଅ ନମ୍ବର ଅଞ୍ଚଳରେ ସରକାରୀ କ୍ୱାଟର୍ସଗୁଡିକୁ ଅମୃତ ଯୋଜନାରେ ଜଳଯୋଗାଣ ହେଉଛି । ପୂର୍ବରୁ କ୍ୱାଟର୍ସ ପଛପଟେ ଥିବା ଜଳଯୋଗାଣ ବ୍ୟବସ୍ଥାକୁ ବନ୍ଦ କରାଯାଇ ଆଗପଟେ ପାଇପ୍‍ରେ ପାଣି ଛଡାଯାଉଛି । ଲୋକେ କେତେ ଜଳ ବ୍ୟବହାର କରୁଛନ୍ତି ତାହାର ସର୍ଭେ ହେଉଛି । ହେଲେ ଏହି ପାଣିର ମାନ ପରଖିବାକୁ କେହି ନାହିଁ ।

ଅମୃତ ଯୋଜନାରେ ଜଳ ଯୋଗାଣ ପାଇଁ ବିଛାଯାଇଥିବା ଭୂତଳ ପାଇପ୍‍ ଚାମ୍ବର ଅନେକ ସ୍ଥାନରେ ଡଷ୍ଟବିନ୍‍ ପାଟଲିଛି । ଠିକାଦାରମାନେ ଏହାକୁ ଖୋଲା ଛାଡି ଦେଇଥିବାରୁ ଲୋକେ ସେଠାରେ ଆବର୍ଜନା ପକାଉଛନ୍ତି । କେତେକ ସ୍ଥାନରେ ବସ୍ତିବାସିନ୍ଦା ଓ ପଥଚାରୀମାନେ ଏହାକୁ ଶୌଚାଳୟ ବି କରିସାରିଲେଣି ।

ମେଲା ମୁକୁଳା ପଡିଥିବା ଏହି ଚାମ୍ବର ଗୁଡିକ କେତେକ ସ୍ଥାନରେ ଲିକ୍‍ କରୁଥିବାରୁ ସେଠାରେ ଜଳ ସହିତ ଆବର୍ଜନା ଏକାଠି ହୋଇ ଉପଭୋକ୍ତାଙ୍କ ଗରେ ପହଞ୍ଚୁଛି । ଲୋକେ ଏହାକୁ ପିଉଛନ୍ତି । ଏଥିଯୋଗୁଁ ଏହି ଅଞ୍ଚଳରେ ଖୁବ୍‍ଶୀଘ୍ର ଜଣ୍ଡିସ୍‍ ବ୍ୟାପିବାର ଆଶଙ୍କା ସୃଷ୍ଟି ହେଲାଣି ।

ଗତ ଦୁଇ ତିନିଦିନ ଧରି ଛଅ ନମ୍ବର ଅଞ୍ଚଳରେ ଅତ୍ୟନ୍ତ ଗୋଳିଆ ପାଣି ଆସୁଛି । ପାଣିରେ ଏତେ ପରିମାଣରେ ମାଟି ଆସୁଛି ଯେ ତାହାକୁ ପାଟିରେ ପୂରାଇବା ସମ୍ଭବପର ନୁହେଁ । ଏହି ଜଳରେ ଲୁଗାପଟା ଧୋଇଲେ ତାହା ମାଟିଆ ହୋଇଯାଉଛି । ବିଭାଗୀୟ କର୍ତ୍ତୃପକ୍ଷ ବର୍ଷାଦିନକୁ ଏଥିପାଇଁ ଦାୟୀ କରି ନିଜର କାମ ସାରିଦେଉଛନ୍ତି ।

ଅମୃତ ଯୋଜନାରେ ଠିକାଦାରମାନଙ୍କ ବେପରୁଆ କାମକୁ ଦେଖିବାକୁ ବି କେହି ନାହାନ୍ତି । ଫଳରେ ଅମୃତ ଯୋଜନାରେ ଜଳ ଯୋଗାଣ ଆରମ୍ଭ ହୋଇଥିବା ରାଜଧାନୀର କେତେକ ଅଞ୍ଚଳରେ ଲୋକେ ଜଳ ବଦଳରେ ଜହର ପିଇବା ଆରମ୍ଭ କରିଛନ୍ତି । ଜନସ୍ୱାସ୍ଥ୍ୟ ବିଭାଗର ଯନ୍ତ୍ରୀମାନେ ବି ଏଥିପ୍ରତି ଏକ ପ୍ରକାର ଆଖିବୁଜି ଦେଇଛନ୍ତି ।

ତେଣୁ ଅମୃତ ଯୋଜନାରେ ନିର୍ମାଣ ହୋଇଥିବା ଜଳ ଯୋଗାଣ ଚାମ୍ବର ଗୁଡିକ ଉପରେ ତୁରନ୍ତ ଘୋଡଣି ପକାଇବା ସହିତ ଲୋକଙ୍କୁ ସ୍ୱଚ୍ଛ ପାନୀୟଜଳ ଯୋଗାଣ ପାଇଁ ଦାବି ହେଉଛି । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020