ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଚାରି ହଜାର ଟ୍ରେଣ୍ଡ୍‍ ଜାରି


ରାଜ୍ୟରେ ଲଗାତାର ଦୁଇ ଦିନ ଧରି କରୋନା ସଂକ୍ରମଣର ଟ୍ରେଣ୍ଡ୍‍ ୪ହଜାର ଉପରେ ରହିଛି । ୩୦ ଜିଲ୍ଲାରୁ ୪୨୪୧ ନୂଆ କରୋନା ରୋଗୀ ଚିହ୍ନଟ ହେବାପରେ ରାଜ୍ୟରେ ମୋଟ୍‍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୬୭,୧୬୧ରେ ପହଞ୍ଚିଛି ।

ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୭୩୯ ଲୋକାଲ କେସ୍‍ ଥିବାବେଳେ ୨୫୦୨ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଖୋରଧା ଜିଲ୍ଲାରେ ଗୋଟିଏ ଦିନରେ ସର୍ବାଧିକ ୫୧୭ ରୋଗୀ ଚିହ୍ନଟ ହୋଇଥିବାବେଳେ କଟକରେ ୩୮୯, ପୁରୀରେ ୨୯୧, ସୁନ୍ଦରଗଡରେ ୧୫୪, ଯାଜପୁରରେ ୧୫୦, ବରଗଡରେ ୧୪୯, ମୟୂରଭଞ୍ଜରେ ୧୪୭, ବାଲେଶ୍ୱରରେ ୧୪୧, ସୋନପୁରରେ ୧୨୯, ଜଗତସିଂହପୁରରେ ୧୨୬, କନ୍ଧମାଳରେ ୧୧୬, କଳାହାଣ୍ଡିରେ ୧୧୪, ଝାରସୁଗୁଡାରେ ୧୧୧, ନବରଙ୍ଗପୁରରେ ୧୦୭ ଓ କେନ୍ଦ୍ରାପଡାରେ ୧୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ଅନ୍ୟ ସମସ୍ତ ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କ ତଳକୁ ଥିବାବେଳେ ସବୁଠାରୁ କମ୍‍ ମାତ୍ର ୬ଜଣ ବରଗଡ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ୍‍ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧,୨୯୮୫୯ ଜଣ ଚିକିତ୍ସାପରେ ସୁସ୍ଥହୋଇ ଘରକୁ ଫେରିଥିବାବେଳେ ୩୬,୫୮୦ଜଣ ଚିକିତ୍ସାଧିନ ଅଛନ୍ତି । ତେବେ ଆଜି ସୁଦ୍ଧା ରାଜ୍ୟୋର ୨୬,୧୯,୬୦୧ଟି କୋଭିଡ ନମୂନା ପରୀକ୍ଷା ହୋଇଥିବାବେଳେ ଏଥିରୁ ୬.୩୮ ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଛି ।

ସେହିଭଳି କରୋନାରେ ଆଉ ୧୩ଜଣଙ୍କ ମୃତ୍ୟୁ ଘଟିବାପରେ ରାଜ୍ୟରେ ମୋଟ୍‍ କରୋନା ମୃତ୍ୟୁ ସଂଖ୍ୟା ୬୬୯ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ଖୋରଧା ଓ ପୁରୀରୁ ୪ଜଣ କରି ଥିବାବେଳେ ଗଜପତିରୁ ୨ ଏବଂ କଟକ, ବାଲେଶ୍ୱର ଓ ସୋନପୁରରୁ ଜଣେ କରି ଅଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020