ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ହାତୀ ମୃତ୍ୟୁ ପାଇଁ କେନ୍ଦ୍ର ଚିନ୍ତିତ

ରାଜ୍ୟରେ ଅଧିକରୁ ଅଧିକ ସଂଖ୍ୟକ ହାତୀ ଅପମୃତ୍ୟୁର ଶିକାର ହେଉଥିବା ଯୋଗୁଁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ଅତ୍ୟନ୍ତ ଚିନ୍ତିତ । କେନ୍ଦ୍ର ସରକାର ହାତୀମାନଙ୍କ ସୁରକ୍ଷା ପାଇଁ ଅଧିକରୁ ଅଧିକ ପାଣ୍ଠି ରାଜ୍ୟ ସରକାରଙ୍କୁ ଯୋଗାଉଥିବାବେଳେ ଦନ୍ତା ହାତୀଙ୍କ ଅପମୃତ୍ୟୁ କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କୁ ବ୍ୟଥିତ କରିଛି ।

ମଣିଷ ଓ ହାତୀ ମଧ୍ୟରେ ସଂଘର୍ଷ ଘଟୁଥିବା ଯୋଗୁଁ ଉଭୟ ମୃତ୍ୟୁବରଣ କରୁଛନ୍ତି । ତେବେ ଅପକ୍ଷୋକୃତ ଭାବରେ ହାତୀ ଅପମୃତ୍ୟୁର ଶିକାର ହେଉଥିବା ଯୋଗୁଁ କେନ୍ଦ୍ର ବନ ମନ୍ତ୍ରାଳୟ ଏଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରତିବର୍ଷ ହାରାହାରି ଭାବେ ୮୦ଟି ହାତୀ ଅପମୃତ୍ୟୁର ଶିକାର ହେଉଥିବାବେଳେ ଏହା ଅପେକ୍ଷା ଅଧିକ ସଂଖ୍ୟାରେ ମଣିଷ ମୃତ୍ୟୁବରଣ କରୁଥିବା ଅଭିଯୋଗ ହେଉଛି ।

ପ୍ରତିବର୍ଷ ଏହି ସଂଖ୍ୟା କ୍ରମାଗତ ଭାବରେ ବଢି ଚାଲିଥିବାରୁ ତାହା କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ବିଗତ ୬ବର୍ଷ ମଧ୍ୟରେ ହାତୀ ଆକ୍ରମଣରେ ପ୍ରାୟ ୫ଶହରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବାବେଳେ ପ୍ରତିବର୍ଷ ଏହି ସଂଖ୍ୟା ବଢି ବଢି ଚାଲିଛି । ବ୍ୟାପକ ଭାବରେ ଖଣି ଖନନ ହେବ ଓ ହାତୀମାନଙ୍କର ଚଳ ପ୍ରଚଳ ଇଲାକା ହ୍ରାସ ପାଇବା ଫଳରେ ଉଭୟ ମଣିଷ ଓ ହାତୀର ଅପମୃତ୍ୟୁ ବୃଦ୍ଧି ପାଉଛି ।

ରାଜ୍ୟରେ ପ୍ରାୟ ୨ହଜାର ହାତୀ ଥିବାବେଳେ ଅଧିକ ସଂଖ୍ୟାରେ ବଣୁଆ ହାତୀଙ୍କ ଅପମୃତ୍ୟୁ କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇ ଦେଇଛି । ଅପମୃତ୍ୟୁ ବଢିବା ସଂଗେ ସଂଗେ ମଣିଷ ଓ ହାତୀ ମଧ୍ୟରେ ସଂଘର୍ଷ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ଯେଉଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ତାହାକୁ କାର୍ଯ୍ୟକାରୀ କରିବାପାଇଁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ପରାମର୍ଶ ଦେଇଥିବା ଜଣାଯାଇଛି ।

ହାତୀ-ମଣିଷ ଲଢେଇରେ ଗତ ୬ବର୍ଷ ମଧ୍ୟରେ ରାଜ୍ୟରେ ୫ଶହରୁ ଅଧିକ ମଣିଷ ମୃତ୍ୟୁବରଣ କରିଥିବାବେଳେ ଗତ ୧୦ବର୍ଷ ମଧ୍ୟରେ ଶହେରୁ ଅଧିକ ହାତୀ ବିଦ୍ୟୁତ୍‍ ଆଘାତରେ ପ୍ରାଣ ହରାଉଛନ୍ତି । ଜଙ୍ଗଲ ଅଞ୍ଚଳରେ କମ୍‍ ଉଚ୍ଚତାରେ ଯାଇଥିବା ବିଦ୍ୟୁତ୍‍ ତାର ସଂସ୍ପର୍ଶରେ ଆସି ହାତୀମାନେ ମରୁଥିବାବେଳେ କେତେକ ସମୟରେ ରେଳ ଧକ୍କାରେ ବି ସେମାନଙ୍କ ଜୀବନ ଯାଉଛି ।

ଇତି ମଧ୍ୟରେ କେନ୍ଦ୍ର ସରକାର ୨୦୧୯-୨୧ ବର୍ଷଲାଗି ହାତୀ ସୁରକ୍ଷା ସକାଶେ ଓଡିଶାକୁ ୯କୋଟି ୬୮ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି । ଏହି ଅର୍ଥ ହାତୀଙ୍କ ସଂରକ୍ଷଣ ତଥା ସୁରକ୍ଷା ଏବଂ ହାତୀ ବସବାସ ଅଞ୍ଚଳରେ ରହୁଥିବା ଲୋକଙ୍କ ସହନଶୀଳତା ପାଇଁ ବ୍ୟୟ କରାଯିବ ବୋଲି ଜଣାପଡିଛି । ତେବେ ଓଡିଶାରେ ଯେଭଳି ଭାବେ ବିଭିନ୍ନ କାରଣ ଯୋଗୁଁ ହାତୀମାନେ ମୃତ୍ୟୁମୁଖରେ ପଡୁଛନ୍ତି ତାହା କେନ୍ଦ୍ର ପାଇଁ ଚିନ୍ତାର କାରଣ ପାଲଟିଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020