ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ରାଜଧାନୀରେ ୪ ଗୁଣା ଲୋକାଲ କେସ


ଅମାନିଆଙ୍କ ଯୋଗୁ ରାଜଧାନୀରେ କରୋନା ଏବେ ଉପରମୁହାଁ । କ୍ୱାରେଣ୍ଟାଇନରେ ଥିବା ଲୋକଙ୍କ ନମୁନାରୁ ଯେତିକି ପଜିଟିଭ ବାହାରୁଛନ୍ତି ତାହାର ଚାରିଗୁଣା ଏବେ ଲୋକାଲ କେସ ହେଲାଣି ।

ଆଜି ବିଏମସି ଇଲାକାରୁ ଚିହ୍ନଟ ହୋଇଥିବା ମୋଟ ୩୬୨ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଲୋକାଲ କେସ ସଂଖ୍ୟା ରହିଛି ୨୮୬ । କ୍ୱାରେଣ୍ଟାଇନ କେନ୍ଦ୍ରରୁ ମାତ୍ର ୭୬ ଜଣ ଚିହ୍ନଟ ହୋଇଛନ୍ତି ।

ଚିହ୍ନଟ ହୋଇଥିବା ଲୋକାଲ କେସ ମଧ୍ୟରେ ବିଏମସିର ପ୍ରାୟ ସବୁ ଅଞ୍ଚଳରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗୋଟିଏ ଘରୋଇ ହସ୍ପିଟାଲର ସର୍ବାଧିକ ୧୮ ଜଣ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି । ନୂଆପଲ୍ଲୀ ଅଞ୍ଚଳରୁ ୧୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହା ପଛକୁ ୧୦ ଜଣ ପୋଲିସ କର୍ମଚାରୀ ସଂକ୍ରମିତ ହୋଇଥିବା ବେଳେ ସୁନ୍ଦରପଦାରୁ ୭ ଜଣ, ନିଳାଦ୍ରୀବିହାରରୁ ୬, ଶୈଳଶ୍ରୀବିହାରରୁ ୪, ଟଙ୍କପାଣି ରୋଡ, ୟୁନିଟ ୬ରୁ ୫ କରି, ରସୁଲଗଡ଼ରୁ ୪, ପଟିଆରୁ ୮, ଖାରବେଳ ନଗରରୁ ୪, କୋଳଥିଆରୁ ୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ତେବେ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଗୋଟିଏ ଘରୋଇ ଡାକ୍ତରଖାନାର ୧୦ ଜଣ କର୍ମଚାରୀ ଥିବା ବେଳେ ଖଣ୍ଡଗିରିରୁ ୭, ନୟାପଲ୍ଲୀରୁ ୬ ଓ ପଡ଼ୋଶୀ ଜିଲ୍ଲାରୁ ଆସି କ୍ୱାରେଣ୍ଟାଇନରେ ଥିବା ୬ ଜଣଙ୍କ ଠାରେ କରୋନା ପଜିଟିଭ ମିଳିଛ ।

ତେବେ କିଛି ଅମାନିଆଙ୍କ ଯୋଗୁ ରାଜଧାନୀରେ ଏହି କରୋନା ଉପରମୁହାଁ ହୋଇଥିବା ବିଶେଷଜ୍ଞମାନେ କହୁଛନ୍ତି । ବିଶେଷକରି ସରକାରୀ କଟକଣା ନ ମାନି ହାଟ ବଜାରରେ ହାଉଯାଉ ହେବା ଓ ମାସ୍କ ନ ପିନ୍ଧି ସହରରେ ବୁଲିବା ଏବେ କରୋନା ବୃଦ୍ଧିର ପ୍ରମୁଖ କାରଣ ହୋଇଛି ।

ଏଥିଯୋଗୁ ଖୋର୍ଦ୍ଧା ଜିଲ୍ଲା ଏବେ କରୋନାର ନୂଆ ହଟ୍‍ସ୍ପଟ ପାଲଟିଥିବା ବେଳେ ଏ କ୍ଷେତ୍ରରେ ବିଏମସି ଇଲାକାର ଅବଦାନ ସର୍ବାଧିକ ଅଛି । ଆଜି ସୁଦ୍ଧା ଖୋର୍ଦ୍ଧାରେ ୨୮,୧୪୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ବିଏମସି ଅଞ୍ଚଳରୁ କେବ ୧୮,୦୨୧ ଜଣ ବାହାରିଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020