ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ବଢିଛି ଦୁଗ୍ଧ ଓ ଅଣ୍ଡା ଉତ୍ପାଦନ

କୋଭିଡ ମହାମାରୀ ର ପ୍ରଭାବ ଆମର ଅର୍ଥନୀତି ଉପରେ ପଡିବା ସତ୍ୱେ ଭାରତରେ ଦୁଗ୍ଧ ଏବଂ ଅଣ୍ଡାର ଉତ୍ପାଦନ ୬ ପ୍ରତିଶତ ବୃଦ୍ଧି ପାଇଛି ବୋଲି କହିଛନ୍ତି ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର୍)ର ମହାନିର୍ଦ୍ଦେଶକ ତଥା କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ଡ. ତ୍ରିଲୋଚନ ମହାପାତ୍ର ।

ଏହି ମହାମାରୀ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଥିବା କୃଷକମାନଙ୍କ କାର୍ଯ୍ୟକୁ ବନ୍ଦ କରିପାରି ନାହିଁ କିମ୍ବା ସେମାନଙ୍କର କୃଷି ଉତ୍ପାଦନ କାର୍ଯ୍ୟରେ କୌଣସି ପ୍ରଭାବ ପକାଇ଼ ପାରି ନାହିଁ ବୋଲି ଶିକ୍ଷା ଓ ଅନୁସନ୍ଧାନ ଡିମଡ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ୍ ସାଇନସେସ୍ ପକ୍ଷରୁ ଆୟୋଜିତ ୩ ଦିନିଆ ଇ-ଜାତୀୟ ସମ୍ମିଳନୀର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଡ. ମହାପାତ୍ର ଏହି ସୂଚନା ଦେଇଛନ୍ତି ।

କୃଷି କ୍ଷେତ୍ରରେ ବିଭିଧତା ଏକ ସଫଳ କୃଷି ଅର୍ଥନୀତିର ମାନଦଣ୍ଡ ବୋଲି କହିବା ସହ କୃଷି କ୍ଷେତ୍ରରେ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ନୂତନ ବୈଜ୍ଞାନିକ ଜ୍ଞାନ କୌଶଳର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।

ସମ୍ମିଳନୀର ଉଦଘାଟନୀ କାର୍ଯ୍ୟକ୍ରମରେ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ପ୍ରମୁଖ ପରାମର୍ଶଦାତା ତଥା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ପୂର୍ବତନ କୁଳପତି ପ୍ରଫେସର ଡି.ପି. ରାୟ, ସୋଆର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ଆଇଏଏସର  ଡିନ୍ (ପିଜି) ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ଡିନ୍ ପ୍ରଫେସର ବିଜୟ କୁମାର ସାହୁ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ପ୍ରଫେସର ବିବୁଧ ପରାସର ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020