ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଆର ପାରିରେ ଅଜିତ

ବରିଷ୍ଠ ଅଭିନେତା ଅଜିତ ଦାସଙ୍କର ଆଜି ପରଲୋକ ହୋଇଯାଇଛି । ୭୧ ବର୍ଷିୟ ଏହି ଅଭିନେତା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେବା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

୧୯୪୯ ମସିହାରେ ମୟୁରଭଞ୍ଜ ଜିଲ୍ଲାରେ କରଞ୍ଜିଆ ଠାରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ଦାସ ନେସନାଲ ସ୍କୁଲ ଅଫ୍‍ ଡ୍ରାମାରେ ତାଲିମ ପାଇବାପରେ ୬୦ରୁ ଅଧିକ ଚଳଚିତ୍ରରେ ଅଭିନୟ କରିଛନ୍ତି । ୧୯୭୧ ମସିହାରେ ମୁକ୍ତିଲାଭ କରିଥିବା ଓଡିଆ ଚଳଚିତ୍ର ସିନ୍ଦୁର ବିନ୍ଦୁରୁ ସେ ତାଙ୍କର ଫିଲ୍ମ ଅଭିନୟ ଆରମ୍ଭ କରିଥିଲେ । ଚଳଚିତ୍ର ଅଭିନୟ ସହିତ ଓଡିଶା ସଙ୍ଗୀତ ନାଟକ ଏକାଡେମୀର ଅଧ୍ୟକ୍ଷ ଭାବେ ତାଙ୍କର ଦକ୍ଷତା ଏବଂ ମଞ୍ଚ ନାଟକରେ ଅଜିତଙ୍କର ଥିଲା ସ୍ୱତନ୍ତ୍ର ପରିଚୟ ।

ଶ୍ରୀ ଦାସଙ୍କର ଏଭଳି ଆକସ୍ମିକ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ଓଡିଶା ସିନେ ଜଗତର ଏକ ଯୁଗର ଅନ୍ତ ଘଟିଲା । ଦୀର୍ଘ ଦଶନ୍ଧି ଧରି ସେ ଓଡିଆ ଦର୍ଶକଙ୍କୁ କଳାର ଯାଦୁରେ ବାନ୍ଧି ରଖି ପାରିଥିଲେ ।

ଅଜିତଙ୍କ ପରଲୋକରେ ଓଡିଆ ଚଳଚିତ୍ର ଶିଳ୍ପ ଜଗତରେ ଶୋକର ଛାୟା ଖେଳି ଯାଇଥିବାବେଳେ ତାଙ୍କର ଅଗଣିତ ଛାତ୍ରଛାତ୍ରୀ ଏବେ ଏଭଳି ଅକାଳ ବିୟୋଗରେ ଅତ୍ୟନ୍ତ ମ୍ରିୟମାଣ ହୋଇ ପଡିଛନ୍ତି । ରାଜ୍ୟ ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ମନ୍ତ୍ରୀମଣ୍ଡଳର ବହୁ ସଦସ୍ୟ ଶୋକବାର୍ତ୍ତାରେ ଅଜିତଙ୍କ ଅଭିନୟକୁ ମନେ ପକାଇ ଦେଇଛନ୍ତି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020