ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

କୋଭିଡ ଆରୋଗ୍ୟଙ୍କ ପାଇଁ ନିୟମାବଳୀ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୋଭିଡ ପରବର୍ତ୍ତୀ ପରିଚାଳନା ସଂକ୍ରାନ୍ତରେ ନିୟମାବଳୀ ଜାରିହୋଇଛି । ଯେଉଁମାନେ କୋଭିଡରୁ ମୁକୁଳି ଆସିଛନ୍ତି ସେମାନେ କିଭଳି ଘରେ ରହି ଚିକିତ୍ସିତ ହୋଇପାରିବେ ସେ ସଂକ୍ରାନ୍ତରେ ବିଭିନ୍ନ ପରାମର୍ଶ ଦିଆଯାଇଛି ।

କୋଭିଡ ଲାଗି ନିର୍ଦ୍ଦିଷ୍ଟ ଉପଯୁକ୍ତ ଅଭ୍ୟାସ (ମୁହଁରେ ମାସ୍କ ଲଗାଇବା, ହାତ ଓ ବ୍ୟକ୍ତିଗତ ସ୍ଵଚ୍ଛତା, ଶାରୀରିକ ଦୂରତା ବଜାୟ ରଖିବା) ଜାରି ରଖନ୍ତୁ। ଯଥେଷ୍ଟ ମାତ୍ରାରେ ଗରମ ପାଣି ପିଅନ୍ତୁ (ଯଦି କୌଣସି ବିପରୀତ ଲକ୍ଷଣ ଦେଖାଯାଉନାହିଁ) । ଯୋଗ୍ୟ ଆୟୁଷ ଚିକିତ୍ସଙ୍କ ପରାମର୍ଶକ୍ରମେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରୁଥିବା ଆୟୁଷ ଔଷଧ ସେବନ କରନ୍ତୁ।

ସ୍ଵାସ୍ଥ୍ୟ ଠିକ ରହୁଥିଲେ ନିୟମିତ ଭାବେ ଘରୋଇ କାମ କରନ୍ତୁ, ପେସାଦାର କାମକୁ ପର୍ଯ୍ୟାୟକ୍ରମେ ପୁଣିଥରେ ଆରମ୍ଭ କରିବା ଉଚିତ। ହାଲୁକା/ମଧ୍ୟମ ବ୍ୟାୟାମ। ଦୈନିକ ଯୋଗାସନ, ପ୍ରାଣାୟାମ ଓ ଧ୍ୟାନର ଅଭ୍ୟାସ।

ଚିକିତ୍ସକଙ୍କ ଦ୍ୱାରା ପରାମର୍ଶ ଦିଆଯାଇଥିବା ଶ୍ୱାସ ସମ୍ବନ୍ଧୀୟ ବ୍ୟାୟାମ କରନ୍ତୁ। ପ୍ରତ୍ୟେକ ଦିନ ସକାଳ ଏବଂ ସନ୍ଧ୍ୟାରେ ସହି ପାରିବା ଭଳି ଆରାମଦାୟକ ଗତିରେ ଚଲାବୁଲା କରନ୍ତୁ। ସନ୍ତୁଳିତ ପୁଷ୍ଟିକର ଆହାର, ସତେଜ ରନ୍ଧା ହୋଇଥିବା ନରମ ଆହାର ଗ୍ରହଣ କରନ୍ତୁ ଯାହା ଶୀଘ୍ର ହଜମ ହୋଇଯିବ।

ଯଥେଷ୍ଟ ନିଦ୍ରା ଯାଆନ୍ତୁ ଏବଂ ବିଶ୍ରାମ କରନ୍ତୁ। ଧୂମପାନ ଓ ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। କୋଭିଡ ଓ ସହ-ଅସୁସ୍ଥତା ଲାଗି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିୟମିତ ଔଷଧ ନିଅନ୍ତୁ, ଆପଣ ନେଉଥିବା ସମସ୍ତ ଔଷଧ (ଏଲୋପାଥିକ/ଆୟୁଷ) ସମ୍ପର୍କରେ ଡାକ୍ତରଙ୍କୁ ସୂଚନା ଦିଅନ୍ତୁ। ତାପମାତ୍ରା, ରକ୍ତଚାପ, ରକ୍ତ ସର୍କରା (ବିଶେଷ କରି ମଧୁମେହରେ ପୀଡ଼ିତ ହୋଇଥିଲେ), ପଲ୍ସ ଅକ୍ସିମିଟର ଆଦି (ଚିକିତ୍ସକ ପରାମର୍ଶ ଦେଇଥିଲେ)।

ଲଗାତାର ଶୁଖିଲା କାଶ/ଗଳା ଦରଜ ଥିଲେ ଲୁଣ ମିଶା ଗରମ ପାଣିରେ କୁଳକୁଳି କରନ୍ତୁ ଏବଂ ବାମ୍ଫ ନିଅନ୍ତୁ। କୁଳକୁଳି କିମ୍ବା ବାମ୍ଫ ନେବା ଲାଗି ଆୟୁର୍ବେଦିକ ଔଷଧ/ମସଲାକୁ ସାମିଲ କରାଯାଇପାରିବ। ଡାକ୍ତର କିମ୍ବା ଯୋଗ୍ୟ ଆୟୁଷ ଚିକିତ୍ସକଙ୍କ ପରାମର୍ଶକ୍ରମେ କାଶ ଔଷଧ ସେବନ କରନ୍ତୁ।

କୋଭିଡରୁ ଆରୋଗ୍ୟ ଲାଭ କରୁଥିବା ଲୋକମାନେ ଏ ସମ୍ପର୍କରେ ସାଧାରଣ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ସୋଶାଲ ମିଡିଆ ଜରିଆରେ ନିଜ ବନ୍ଧୁ, ସମ୍ପର୍କୀୟ, ସମୁଦାୟର ପ୍ରଭାବଶାଳୀ ଲୋକ, ମତ ସୃଷ୍ଟିକାରୀ, ଧାର୍ମିକ ନେତାମାନଙ୍କୁ ନିଜ ସକାରାତ୍ମକ ଅଭିଜ୍ଞତା ବାଣ୍ଟନ୍ତୁ ଯାହାଫଳରେ ଏହାକୁ ନେଇ ରହିଥିବା ଭ୍ରାନ୍ତ ଧାରଣା ଏବଂ କଳଙ୍କ ଦୂର କରାଯାଇପାରିବ।

ପ୍ରଥମ ପରବର୍ତ୍ତୀ ଯାଞ୍ଚ (ଶାରୀରିକ/ଟେଲିଫୋନିକ) ଡାକ୍ତରଖାନାରୁ ଛାଡ଼ ପାଇବାର 7 ଦିନ ଭିତରେ ସେହି ଡାକ୍ତରଖାନାରେ କରନ୍ତୁ ଯେଉଁଠି ଆପଣଙ୍କର ଚିକିତ୍ସା ହୋଇଥିଲା। 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020