ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଦେଢ ଲକ୍ଷ ଟପିଲା କରୋନା


ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଢ ଲକ୍ଷ ଟପିଛି । ୩୦ ଜିଲ୍ଲାରୁ ୩୯୧୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟରେ ମୋଟ୍‍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୦,୮୦୭ରେ ପହଞ୍ଚିଛି ।

ରାଜ୍ୟରେ ସଂକ୍ରମିତ ଦେଢ ଲକ୍ଷ ରୋଗୀଙ୍କ ମଧ୍ୟରେ ସବୁଠାରୁ ଅଧିକ ଅବଦାନ ରହିଛି ଖୋରଧା ଜିଲ୍ଲାର । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୨୫,୯୯୬ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ୭୦୩୪ଜଣ ସକ୍ରିୟ ରୋଗୀ ଅଛନ୍ତି । ଖୋରଧା ପଛକୁ ଦ୍ୱିତୀୟ ସ୍ଥାନରେ ଗଞ୍ଜାମ ଜିଲ୍ଲା ରହିଛି । ଏଠାରେ ମୋଟ୍‍ ୧୯,୨୧୧ ସଂକ୍ରମିତଙ୍କ ମଧ୍ୟରୁ ୫୦୧ ଜଣ ସକ୍ରିୟ ରୋଗୀ ରହିଥିବାବେଳେ ତୃତୀୟ ସ୍ଥାନର କଟକ ଜିଲ୍ଲା ରହିଛି ।

କଟକ ଜିଲ୍ଲାରେ ୧୩,୦୧୫ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟ ୩୬୦୨ଜଣ ସକ୍ରିୟ ଥିବା ଜଣାଯାଇଛି । ତେବେ ଅନ୍ୟ ସମସ୍ତ ଜିଲ୍ଲାରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ହଜାର ତଳେ ରହିଛି । ସବୁଠାରୁ କମ୍‍ ମାତ୍ର ୩୭୩ ଜଣ ଦେବଗଡ ଜିଲ୍ଲାରେ ଚିହ୍ନଟ ହୋଇଥିବାବେଳେ ଏଠାରେ ୧୨୬ଜଣ ସକ୍ରିୟ ରୋଗୀ ଅଛନ୍ତି ।

ତେବେ ରାଜ୍ୟର ୩୦ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩୯୧୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋରଧା ଜିଲ୍ଲାରୁ ସର୍ବାଧିକ ୫୫୬ ଆକ୍ରାନ୍ତ ବାହାରିଥିବା ବେଳେ କଟକରେ ୩୮୨, ପୁରୀରେ ୨୧୨, ଝାରସୁଗୁଡାରେ ୧୬୨, କେନ୍ଦ୍ରାପଡାରେ ୧୫୬, ମୟୂରଭଞ୍ଜରେ ୧୪୭, ବରଗଡରେ ୧୪୬, ବଲାଙ୍ଗିରରେ ୧୪୨, ସମ୍ବଲପୁରରେ ୧୪୧, ବାଲେଶ୍ୱରରେ ୧୩୪, ନୂଆପଡାରେ ୧୧୨୮, ଭଦ୍ରକରେ ୧୨୩, ନବରଙ୍ଗପୁରରେ ୧୧୨, ଜଗତସିଂହପୁରରେ ୧୦୮, ଅନୁଗୁଳରେ ୧୦୩ ଓ କୋରାପୁଟରେ ୧୦୦ଜଣ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ସମସ୍ତ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଇଅଙ୍କରେ ସୀମିତ ଥିବାବେଳେ ସବୁଠାରୁ କମ୍‍ ୧୫ଜଣ ଦେବାଗଡ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଚିହ୍ନଟ ହୋଇଥିବା ମୋଟ୍‍ ସଂକ୍ରମିତଙ୍କ ମଧ୍ୟରୁ ୧,୧୫,୨୭୯ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୩୪,୮୪୯ଜଣ ଚିକିତ୍ସାଧିନ ଅଛନ୍ତି ।

ସେହିଭଳି କରୋନାରେ ଆଉ ୧୦ ଜଣଙ୍କ ଜୀବନ ଜଣଙ୍କ ଜୀବନ ଯିବାପରେ ରାଜ୍ୟରେ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୬୨୬କୁ ବୃଦ୍ଧି ପାଇଛି । ନୂଆ ମୃତକଙ୍କ ମଧ୍ୟରେ କଟକ, ଖୋରଧାରୁ ୩, କଟକରୁ ୨ ଏବଂ ବାଲେଶ୍ୱର, ଗଞ୍ଜାମ, କଳାହାଣ୍ଡି, ମୟୂରଭଞ୍ଜ ଓ ସୋନପୁରରୁ ଜଣେ କରି ରହିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020