ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ସରକାରୀ କ୍ୱାଟର୍ସ ଅପରାଧିଙ୍କ ଆଡ୍ଡାସ୍ଥଳୀ

କରୋନା ମହାମାରୀ ସମୟରେ ଅପରାଧି ଓ ନିଶାଡିଙ୍କ ପାଇଁ ପରିତ୍ୟକ୍ତ ସରକାରୀ କ୍ୱାଟର୍ସ ଏବେ ଆଡ୍ଡାସ୍ଥଳୀ ପାଲଟିଛି । କ୍ୱାଟର୍ସ ଗୁଡିକୁ କର୍ତ୍ତୃପକ୍ଷ ନିଜ ଦଖଲକୁ ନେଉନଥିବାବେଳେ ପୁଲିସ୍‍ ମଧ୍ୟ ଏହି ଅପରାଧିମାନଙ୍କୁ ସାବାଡ ଲାଗି ସେଭଳି କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଆଖପାଖରେ ରହୁଥିବା ଲୋକେ ଅତ୍ୟନ୍ତ ଭୟାତୁର ଅବସ୍ଥାରେ ରହୁଛନ୍ତି ।

ରାଜଧାନୀର ବିଭିନ୍ନ ୟୁନିଟ୍‍ରେ ଏବେ ଏକାଧିକ ସରକାରୀ କ୍ୱାଟର୍ସ ପରିତ୍ୟକ୍ତ ଅବସ୍ଥାରେ ପଡିଛି । ଛଅ ନମ୍ବର ୟୁନିଟ୍‍ ଅଞ୍ଚଳରେ ଏହି ସଂଖ୍ୟା ଢେର ଅଧିକ । କୌଣସି ବ୍ୟକ୍ତି ସରକାରୀ କ୍ୱାଟର୍ସ ଛାଡିଲାପରେ ବିଭାଗୀୟ କର୍ତ୍ତୃପକ୍ଷ ତାହାକୁ ନିଜ ହେପାଜତକୁ ନେଇଥାନ୍ତି । ହେଲେ ଏଠାରେ ବର୍ଷ ବର୍ଷ ଧରି ଖାଲି ପଡିଥିବା କ୍ୱାଟର୍ସ ଗୁଡିକୁ ପ୍ରଶାସନ ନିଜ ହାତକୁ ନେଉନାହିଁ କି ଅନ୍ୟ କାହାରିକୁ ଦେଉନାହିଁ । ଫଳରେ ଏହି କ୍ୱାଟର୍ସ ଏବେ ଅପରାଧିଙ୍କ ଆଡ୍ଡାସ୍ଥଳୀ ପାଲଟିଛି ।

ବର୍ଷ ବର୍ଷ ଧରି ଏହି ସରକାରୀ ଘର ଗୁଡିକରେ ଲୋକ ରହୁନଥିବାରୁ ଚୋରମାନେ ଏହାର ଆଜବେଷ୍ଟସ, କବାଟ, ଝରକା, ଗ୍ରିଲ୍‍ ଏପରିକି କାନ୍ଥରୁ ଇଟା ବି ତାଡି ନେଲେଣି । ଚୋରମାନେ ପ୍ରଥମେ ଘର ସାମ୍ନାରେ ଲେଖାଯାଇଥିବା ନମ୍ବରକୁ ନିଭାଇ ଦେଉଛନ୍ତି । ଏହାପରେ ଗୋଟିଏ ଗୋଟିଏ କରି ସମସ୍ତ ଜିନିଷ ବୋହି ନେଉଛନ୍ତି । ଏହାର ଗୋଟିଏ ଉଦାହରଣ ହେଉଛି ଛଅ ନମ୍ବର ଅଞ୍ଚଳରେ ଥିବା ଆଇଭିଆର-୧୨୬ ନମ୍ବର ସରକାରୀ ଘରଟି । ପ୍ରାୟ ୩ବର୍ଷ ହେଲା ଏହା ପରିତ୍ୟକ୍ତ ଅବସ୍ଥାରେ । ଘର ପରିସର ଜଙ୍ଗଲ ପାଲଟିଛି । ଫାଟକରେ ଲାଗିଥିବା ଗ୍ରିଲ୍‍ ସହିତ ଘରର କବାଟ ଝରକା ଆଦି ସବୁକିଛି ଚୋରମାନେ ତାଡି ନେଇ ଯିବାପରେ ଏହା ଏବେ ନିଶାଡି ଓ ଅସାମାଜିକ ବ୍ୟକ୍ତିଙ୍କ ଆଶ୍ରୟସ୍ଥଳୀ ।

ସ୍ଥାନୀୟ ବାସିନ୍ଦାମାନେ ସବୁ ଦେଖୁଥିଲେ ବି ନିଶାଡି ଓ ଅପରାଧୀଙ୍କ ଭୟରେ କିଛି ପଦକ୍ଷେପ ନେଇପାରୁ ନାହାନ୍ତି । କ୍ୱାଟର୍ସ ପରିସରଟି ଏଭଳି ଜଙ୍ଗଲିଆ ହୋଇଛି ଯେ ରାତି ତ ଦୂରରକଥା ଦିନବେଳା ଏହା ଭିତରେ ରହୁଥିବା ଲୋକଙ୍କୁ ବି ଠାବ କରିବା ମୁସ୍କିଲ । ଏଭଳି ସୁବିଧା ଥିବାରୁ ବିଭିନ୍ନ ପ୍ରକାର ଅସାମାଜିକ ବ୍ୟକ୍ତିମାନେ ଏହା ଭିତରେ ନିଜର କାରବାର ଚଳାଇଛନ୍ତି ।

କେବଳ ଏହି ଗୋଟିଏ ନୁହେଁ ରାଜଧାନୀର ବିଭିନ୍ନ ୟୁନିଟ୍‍ରେ ଏଭଳି ମାଳ ମାଳ ଘର ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି । କାହାର କବାଟ ଝରକାକୁ ଚୋର ନେଇଗଲେଣି ତ ଆଉ କାହାର କାନ୍ଥ, ଟାଇଲ ଆଦି ତାଡି ନେଉଛନ୍ତି । ଛଅ ନମ୍ବର ଅଞ୍ଚଳରେ କର୍ତ୍ତୃପକ୍ଷଙ୍କ ଅପାରଗତାର ସୁଯୋଗ ନେଇ କିଛି ଅସାମାଜିକ ବ୍ୟକ୍ତି ସରକାରୀ କ୍ୱାର୍ଟର ପରିସରରେ ଘର ତିଆରି କରି ତାହାକୁ ଭଡା ବି ଲଗାଇ ଦେଲେଣି । ଆଉ କିଛି ଜବରଦଖଲକାରୀ କନଜରଭେନ୍ସିରେ ଘର କରି ବିକ୍ରି କଲେଣି । ଖୋଦ ଲୋକସେବାଭବନ ଓ ରାଜଭବନ ଆଖପାଖରେ ଏଭଳି ବେଆଇନ୍‍ କାର୍ଯ୍ୟକଳାପ ପ୍ରତି ସରକାରୀକଳ ଆଖିବୁଜି ଦେଉଥିବାରୁ ଅନ୍ୟ ଅଞ୍ଚଳରେ ଥିବା ଅପରାଧି ଓ ଜବରଦଖଲକାରୀମାନେ ଏହାଦ୍ୱାରା ଅଧିକ ଉତ୍ସାହିତ ହେଉଥିବା ଲକ୍ଷ୍ୟ କରାଯାଉଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020