ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

୧୯୨୯ରେ ଡାକ୍ତରୀ ପରାମର୍ଶ

୧୯୨୯ ନମ୍ବରକୁ ଫୋନ୍‍ କଲେ ଏଣିକି କୋଭିଡ ସଂକ୍ରାନ୍ତରେ ଡାକ୍ତରୀ ପରାମର୍ଶ ମିଳିବ । ଏଥିପାଇଁ ବିଏମ୍‍ସି କର୍ତ୍ତୃପକ୍ଷ ଡାକ୍ତର ବ୍ୟବସ୍ଥା କରିଛନ୍ତି । ଯଦି ଆପଣ ଜଣେ ସ୍ୱଳ୍ପ ଲକ୍ଷଣଯୁକ୍ତ୍ କିମ୍ବା ଲକ୍ଷଣ ବିହୀନ କୋଭିଡ୍ ପଜିଟିଭ୍ ହୋଇ ହୋମ୍ ଆଇସୋଲେସନରେ ଅଛନ୍ତି, ଆପଣଙ୍କର ଘରେ ପୃଥକଭାବେ ଚଳିବାର ସମସ୍ତ ସୁବିଧା ରହିଛି, ଆପଣ କୌଣସି କୋଭିଡ୍ କେୟାର ସେଣ୍ଟରକୁ ଯିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଆର୍ୟୁବେଦିକ୍ ଡାକ୍ତର ଗୋପାଳ କୃଷ୍ଣ କର ।

କୋଭିଡ ପଜିଟିଭ୍ ଥିବା ବ୍ୟକ୍ତିଟିଏ ଯେତେବେଳେ ୧୯୨୯କୁ ଫୋନ୍ କରି କଥାବାର୍ତା ହୋଇଥାନ୍ତି, ସେ ମନେ ମନେ ଭାବନ୍ତିଯେ କୋଭିଡ୍ ପଜିଟିଭ୍ ମାନେ ହସ୍ପିଟାଲକୁ ଯିବାକୁ ହେବ । ତେବେ କଲ୍ କରିବା ପରେ ଏବଂ ସେମାନଙ୍କୁ ଆବଶ୍ୟକୀୟ ସୂଚନା ଏବଂ ପରାମର୍ଶ ମିଳିବାପରେ ସେମାନଙ୍କ ମନରେ ଏକ ପ୍ରକାରର ମନୋଭାବ ଜନିତ ପରିବର୍ତନ ଆସୁଛି । ଲୋକେ ଅଧିକ ସଂଖ୍ୟାରେ ହୋମ୍ ଆଇସୋଲେସନକୁ ପସନ୍ଦ କରିବା ଦେଖାଯାଉଛି ।

ଡାକ୍ତର କରଙ୍କ କହିବା ଅନୁଯାୟୀ ହୋମ୍ ଆଇସୋଲେସନରେ ଥିବାବେଳେ ଯଦି କଛି ଲକ୍ଷଣ ଯଥା- ଅଧିକ ତାପମାତ୍ରାର ଜ୍ୱର, ଦୁର୍ବଳତା, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ, ବାରମ୍ବାର ବାନ୍ତି, ତରଳ ଝାଡା ସାଙ୍ଗକୁ ଶଯ୍ୟାରୁ ଉଠିବା କଷ୍ଟକର ହୋଇପଡେ ସେ କ୍ଷେତ୍ରରେ ସଂପୃକ୍ତ ବ୍ୟକ୍ତିଙ୍କୁ କୋଭ୍ିଡ୍ କେୟାର ହସପିଟାଲରେ ଆଡମିଶନ୍ କରିବାକୁ ହୋଇଥାଏ ।

ଭୁବନେଶ୍ୱର ମହାନଗର ନିଗମ ତରଫରୁ ହୋମ୍ ଆଇସୋଲେସନର ଗାଇଡଲାଇନ୍ କାର୍ଯ୍ୟକାରୀ କରାଯାଇଥିବାବେଳେ, ଏହାକୁ ସଠିକଭାବେ ମାନି ଚଳିବା, ଭୁତାଣୁ ପ୍ରତିରୋଧର ସମସ୍ତ ନିୟମ ପାଳନ କରିବାକୁ ମଧ୍ୟ କୁହାଯାଇଛି ।ଏହାକୁ ମାନି ଚଳିବା ଦ୍ୱାରା ପରିବାରର ଅନ୍ୟମାନଙ୍କୁ ରୋଗ ସଂକ୍ରମଣର ଭୟ କମ୍ ହୋଇଥାଏ ।

୧୯୨୯ କଲ୍ ସେଣ୍ଟରରେ ନିୟୋଜିତ ଡାକ୍ତର ଆନନ୍ଦ ମିଶ୍ର କହନ୍ତି, ଆମେ ପଜିଟିଭ୍ ରୋଗୀ ମାନଙ୍କୁ ୧୦ ଦିନର ହୋମ୍ ଆଇସୋଲେସନରେ ରହିବାକୁ କହୁଛୁ । ଏହାପରେ ଆଉ ୭ ଦିନ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଉଛି । ଫଳରେ ସଂପୃକ୍ତ ବ୍ୟକ୍ତି ସୁସ୍ଥ ହୋଇ ନିଜ କାର୍ଯ୍ୟ କ୍ଷେତ୍ରକୁ ଯାଇ ପାରିବେ । ତେବେ ୭ ଦିନର କ୍ୱାରେଣ୍ଟାଇନ୍‍ ସମୟକୁ ରୋଗୀଙ୍କର ଅବସ୍ଥାକୁ ନେଇ ଧାର୍ଯ୍ୟ କୋଇଥାଏ ଏବଂ ତାହା ବଢ଼ାଯାଇ ପାରିବ ।
ବର୍ତମାନ ଦୁଇ ଜଣ ଡାକ୍ତର ଏଥିରେ ଯୋଗଦେଇଥିବାବେଳେ ଆଗକୁ ରୋଗୀ ସଂଖ୍ୟାକୁ ଦେଖି ଅଧିକ ଡାକ୍ତର ନିୟୋଜିତ ହେବେ ବୋଲି କହିଛନ୍ତି ବିଏମସି ର ଅତିରିକ୍ତ କମିଶନର୍ ପାରୁଲ ପଟାୱରୀ ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020