ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

କରୋନାକୁ ପରାସ୍ତ କଲେ ୮୭ ବର୍ଷୀୟ କୃପାସିନ୍ଧୁ

କରୋନା ମହାମାରୀକୁ ପରାସ୍ତ କରିଛନ୍ତି ୮୭ ବର୍ଷର ବରିଷ୍ଠ ନାଗରିକ କୃପାସିନ୍ଧୁ ସାହୁ । ସମ୍ କୋଭିଡ ହସ୍ପିଟାଲ୍ ଏବଂ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଚିକିତ୍ସିତ ହେବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ବରିଷ୍ଠ ନାଗରିକ ସଂଘର ସଭାପତି ଶ୍ରୀ ସାହୁ କରୋନା ସଂକ୍ରମିତ ହେବା ପରେ ଗୁରୁତର ଅବସ୍ଥାରେ ସମ୍ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ । ତାଙ୍କର ଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେବା ସହ ଛାତିରେ ମଧ୍ୟ ସଂକ୍ରମଣ ଥିଲା । ଫଳରେ ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଥିଲା । ସମ୍ କୋଭିଡ୍ ହସ୍ପିଟାଲର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କର ଚିକିତ୍ସା ଓ ଯତ୍ନ ଫଳରେ ୭ ଦିନ ମଧ୍ୟରେ କରୋନାମୁକ୍ତ ହୋଇଥିଲେ ଶ୍ରୀ ସାହୁ ।

କରୋନାରୁ ମୁକ୍ତ ହେବା ପରେ ମଧ୍ୟ ଶ୍ରୀ ସାହୁଙ୍କର ସ୍ୱାସ୍ଥ୍ୟଜନିତ ଅନ୍ୟାନ୍ୟ କିଛି ସମସ୍ୟା ରହିଥିଲା । ତେଣୁ ତାଙ୍କ ଛାତିରେ ଥିବା ସଂକ୍ରମଣ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟାରୁ ଆରୋଗ୍ୟ ହେବା ପାଇଁ ତାଙ୍କୁ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତି କରାଯାଇଥିଲା । ସମ୍ ଅଲ୍ଟିମେଟ୍ ମେଡିକେୟାରର କ୍ରିଟିକାଲ୍ କେୟାର ବିଭାଗ, ହୃଦରୋଗ ବିଭାଗ ଏବଂ ଆଇସିୟୁର ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ପାରାମେଡିକ୍ସଙ୍କର ଯତ୍ନ ଓ ଉତମ ଚିକିତ୍ସା ଫଳରେ ସେ ସମ୍ପୂର୍ଣ୍ଣ ସୁସ୍ଥତା ଲାଭ କରିଛନ୍ତି ।

ସୁସ୍ଥ ହେବା ପରେ ଶ୍ରୀ ସାହୁ କହିଛନ୍ତିଯେ ଯେଉଁ ଯତ୍ନ ଏବଂ ନିଷ୍ଠାର ସହ ସମ୍ କୋଭିଡ୍ ଏବଂ ସମ୍ ଅଲ୍ଟିମେଟ ମେଡିକେୟାରରେ ତାଙ୍କର ଚିକିତ୍ସା କରାଗଲା ତାହା ଅବର୍ଣ୍ଣନୀୟ । ଡାକ୍ତର, ନର୍ସ ଏବଂ ହସ୍ପିଟାଲ୍ କର୍ତୃପକ୍ଷଙ୍କୁ ସେ ଗଭୀର କୃତଜ୍ଞତା ଜଣାଇଛନ୍ତି । ଏଥିସହିତ ସେ ଡାକ୍ତର ସିଦ୍ଧାନ୍ତ କର ଏବଂ ଡାକ୍ତର ଏସ୍.ଏସ୍ ମିଶ୍ରଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।

କରୋନା ମହାମାରୀକୁ ନେଇ ଶ୍ରୀ ସାହୁ କହିଛନ୍ତି ଏ ଦୁର୍ଦ୍ଦିନ ଖୁବ୍ ଶୀଘ୍ର ଚାଲିଯିବ । ତେଣୁ ସୁସ୍ଥ ରହି ସରକାରଙ୍କ ପ୍ରଦତ ଗାଇଡ୍ ଲାଇନ ମାନିବାକୁ ସେ ସମସ୍ତ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି ।

ପିତାଙ୍କ ସୁସ୍ଥ ହେବା ନେଇ ଗଭୀର ଆନନ୍ଦ ପ୍ରକଟ କରିଛନ୍ତି ତାଙ୍କ ପୁଅ ତଥା ବିଶିଷ୍ଟ ଚାଟାର୍ଡ ଆକାଉଣ୍ଟାଟ ରାଜୀବ ସାହୁ । ସେ ନିଜେ ମଧ୍ୟ କରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ବେଳେ ନିଜର ଓ ତାଙ୍କ ବାପାଙ୍କ ଆରୋଗ୍ୟ ନିମନ୍ତେ ସବୁ ଶ୍ରେୟ ସମ୍ କୋଭିଡ ହସ୍ପିଟାଲ୍ ଏବଂ ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର ଓ ନର୍ସମାନଙ୍କୁ ଦେଇଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020