ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ବ୍ୟାଙ୍କରୁ ଉଠିବ ସରକାରୀ ଅର୍ଥ

ବ୍ୟାଙ୍କରେ ଗଚ୍ଛିତ ଥିବା ବିପୁଳ ପରିମାଣର ସରକାରୀ ଅର୍ଥକୁ ବ୍ୟବହାର ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସରକାର ବିଭିନ୍ନ ଯୋଜନା ଲାଗି ଅର୍ଥ ଯୋଗାଇ ଦେଉଥିବାବେଳେ ଅଧିକାଂଶ ସରକାରୀ ସଂସ୍ଥା ଏହାକୁ ଖର୍ଚ୍ଚ ନକରି ବ୍ୟାଙ୍କ୍‍ ଖାତାରେ ଜମାକରି ଦେଉଛନ୍ତି । କରୋନା ମହାମାରୀ ପ୍ରଭାବରେ ଆଗାମୀ ଦିନରେ ରାଜ୍ୟରେ ସମ୍ବଳ ସଙ୍କଟ ସମ୍ଭାବନା ଥିବାରୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।

ଆକଳନ ଅନୁଯାୟୀ ବିଭିନ୍ନ ଉନ୍ନୟନ ଯୋଜନା ପାଇଁ ଦିଆଯାଇଥିବା ୭୦୦୦ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ ନହୋଇ ବ୍ୟାଙ୍କ୍‍ ଖାତାରେ ପଡିରହିଛି । ତେବେ ଏ ସଂକ୍ରାନ୍ତରେ ସରକାରୀ ବିଭାଗ କିମ୍ବା ଅଧିକାରୀମାନେ ମୁହଁ ଖୋଲୁ ନାହାନ୍ତି । ବ୍ୟାଙ୍କ୍‍ରେ ଜମାଥିବା ଏହି ଅର୍ଥ ସଂକ୍ରାନ୍ତରେ ସୂଚନା ଦେବାକୁ ଅର୍ଥ ବିଭାଗ ପକ୍ଷରୁ ବାରମ୍ବାର ବିଭାଗ ଗୁଡିକୁ ଅନୁରୋଧ କରାଯାଉଛି । ବିଭାଗ ଗୁଡିକ ସୂଚନା ଦେଲାପରେ ସେହି ଅର୍ଥକୁ ଟ୍ରେଜେରୀକୁ ଫେରାଇ ଦିଆଯିବା ସହିତ କୋଭିଡ ମୁକାବିଲା ପାଇଁ ବ୍ୟୟ କରାଯାଇ ପାରିବ । ତେବେ ବ୍ୟାଙ୍କ୍‍ରେ ଗଚ୍ଛିତ ଅର୍ଥ ମଧ୍ୟରୁ ରାଜ୍ୟ ସରକାର ୨୩୦୦ କୋଟିରୁ ଅଧିକ ଟଙ୍କାର ଏକାଠି କରିପାରିଛନ୍ତି ।

ଅଧିକାରୀମାନେ ସ୍ୱୀକାର କରୁଛନ୍ତି ଯେ ବ୍ୟାଙ୍କ୍‍ ଖାତାରେ ବ୍ୟାପକ ଅର୍ଥ ମହଜୁଦ ଥିବାବେଳେ ଅର୍ଥ ବିଭାଗ ପକ୍ଷରୁ ଏହି ଅର୍ଥକୁ ଟ୍ରେଜେରୀକୁ ଫେରାଇ ଦେବାପାଇଁ କୁହାଗଲେ ମଧ୍ୟ ସେଭଳି ଉତ୍ସାହନକ ଫଳ ମିଳୁନାହିଁ । ବ୍ୟାଙ୍କ୍‍ରେ ଅଧିକ ଅର୍ଥ ଗଚ୍ଛିତ ରଖିଥିବା ବିଭାଗ ଗୁଡିକ ଏ କ୍ଷେତ୍ରରେ ସକରାତ୍ମକ ପଦକ୍ଷେପ ଗ୍ରହଣ କରି ସେହି ଅର୍ଥକୁ କୋଭିଡ ମହାମାରୀ ସମୟରେ ସାମାଜିକ ଓ ଅନ୍ୟାନ୍ୟ କ୍ଷେତ୍ରରେ ବ୍ୟୟ କରିବା ଆବଶ୍ୟକ । ବ୍ୟାଙ୍କ୍‍ରେ ଗଚ୍ଛିତ ଥିବା ୨୩୦୦ କୋଟିରୁ ଅଧିକ ପରିମାଣର ଅର୍ଥ ସଂକ୍ରାନ୍ତରେ ରାଜ୍ୟ ସରକାର ଅବଗତ ଥିବାରୁ ଚଳିତ ମାସରେ ସମ୍ବଳ ସ୍ଥିତି ଉଜ୍ୱଳ ରହିବା ସହିତ ଅନ୍ୟ ବିଭାଗ ଗୁଡିକ ବ୍ୟାଙ୍କ୍‍ରେ ରଖିଥିବା ଅର୍ଥକୁ କୋଭିଡ ସମୟରେ ବ୍ୟୟ କରିବେ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି ।

ପ୍ରମୁଖ ବିଭାଗ ଗୁଡିକ ବ୍ୟାଙ୍କ୍‍ରେ ଅର୍ଥ ଗଚ୍ଛିତ ରଖିବା ବଦଳରେ ତାହାକୁ ବିଭିନ୍ନ ଯୋଜନା ପାଇଁ ଯୋଗାଇଦେବା ଜରୁରୀ ହୋଇପଡିଛି । ସରକାରୀ ଅର୍ଥକୁ ସରକାରୀ ତହବିଲ ବାହାରେ ଜମା ନକରିବାକୁ ଅର୍ଥ ବିଭାଗର ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିବାବେଳେ ଡିଡିଓମାନେ ଏହି ନିୟମକୁ କଡାକଡି ପାଳନ କରିବା ଆବଶ୍ୟକ । ଗୋଟିଏ ପଟେ ଠିକଣା ବିନିଯୋଗ ନହୋଇ ବ୍ୟାଙ୍କ୍‍ରେ ଜମାଥିବା ଅର୍ଥ ବ୍ୟୟଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଅନ୍ୟ ପଟେ ବାକି ପଡିଥିବା ବିପୁଳ ଅର୍ଥ ଆଦାୟ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ସମସ୍ତ ରାଜସ୍ୱ ସଂଗ୍ରହକାରୀ ବିଭାଗ ଗୁଡିକ ନିକଟରେ ଏଭଳି ବାକିଆ ଗଡୁଛି । ତେଣୁ ଏହାକୁ ଏକ କାଳୀନ ସମାଧାନ (ଓଟିଏସ୍‍) ଜରିଆରେ ଆଦାୟ ପାଇଁ ସମ୍ପୃକ୍ତ ବିଭାଗ ଗୁଡିକୁ କୁହାଯାଇଛି ।

ପୂର୍ବରୁ ନାଲ୍‍କୋ, ହାଲ୍‍ ଏବଂ ଅନ୍ୟ ରାଷ୍ଟ୍ରାୟତ ସଂସ୍ଥା ଉପରେ ପଡିଥିବା ବିପୁଳ ପରିମାଣର ବାକିଆ ଅର୍ଥକୁ ଓଟିଏସ୍‍ ଜରିଆରେ ଆଦାୟ କରାଯାଇଥିଲା । କରୋନା ମହାମାରୀ ସମୟରେ ବାକିଆ ଅର୍ଥ ଆଦାୟ ପାଇଁ ଅନୁରୂପ ଓଟିଏସ୍‍ ନୀତି ଆପଣେଇବା ଆବଶ୍ୟକ ହେଉଛି । ଏଭଳି ପଦକ୍ଷେପ ଦ୍ୱାରା କୋଭିଡ ମୁକାବିଲା ବିଶେଷକରି ଜନସ୍ୱାସ୍ଥ୍ୟ, ଜୀବନ ଜୀବିକା, ସାମାଜିକ ସୁରକ୍ଷା ଆଦି ପାଇଁ ଆବଶ୍ୟକ ପଡୁଥିବା ସମ୍ବଳକୁ କିଛି ମାତ୍ରାରେ ପୂରଣ କରିପାରିବ ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020