ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଗଠନ ହେବ କୃଷକ ଉତ୍ପାଦକ ଗୋଷ୍ଠୀ

ରାଜ୍ୟରେ କୃଷକ ଉତ୍ପାଦକ ଗୋଷ୍ଠୀ ଗଠନ ଏବଂ ଏହାର ସୁପରିଚାଳନା କରିବା ଲକ୍ଷ୍ୟରେ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ସହକାରୀ ବିକାଶ ନିଗମ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି ।

ଆଜି କୃଷିଭବନଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଏବଂ ରାଷ୍ଟ୍ରୀୟ ସହକାରୀ ବିକାଶ ନିଗମ ପକ୍ଷରୁ ଏହାର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ନିର୍ଦ୍ଦେଶକ ଶାର୍ଦ୍ଦୁଳ ଯାଦବଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ।

ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ ସହକାରୀ ବିକାଶ ନିଗମ ପକ୍ଷରୁ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ‘କୃଷକ ଉତ୍ପାଦକ ଗୋଷ୍ଠୀ’ଙ୍କୁ ରାଜ୍ୟରେ ଗଠନ କରିବା ସହିତ ଓଡ଼ିଶାର କ୍ଷୁଦ୍ର ଓ ନାମମାତ୍ର କୃଷକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ କ୍ଷେତ୍ରର ସମସ୍ୟା ଯଥା ଉତ୍ପାଦନ, ବୈଷୟିକ ଜ୍ଞାନକୌଶଳ, ଉତ୍ପାଦିତ ଦ୍ରବ୍ୟର ଗୁଣାତ୍ମକ ମାନ, କୃଷିଜାତ ଦ୍ରବ୍ୟର ଉଚିତ ମୂଲ୍ୟ ପ୍ରଦାନ, ଋଣ ଗ୍ରହଣ, ବିହନ ଉତ୍ପାଦନ, ପ୍ରକି୍ରୟାକରଣ, ବିନିଯୋଗ ଓ ସର୍ବୋପରି ବଜାର ସୃଷ୍ଟି କରିବା ଉପରେ ପ୍ରଶିକ୍ଷଣ ସହ ଉପଯୁକ୍ତ ପରାମର୍ଶ ପ୍ରଦାନ କରାଯିବ ।

ସୂଚନାଯୋଗ୍ୟ ଯେ, ଏଭଳି ଏକ କେନ୍ଦ୍ରୀୟ ଯୋଜନା ରାଜ୍ୟର କୃଷକମାନଙ୍କ ହିତରେ ବିନିଯୋଗ ହେବାକୁ ଯାଉଛି ଏବଂ କୃଷକ ଉତ୍ପାଦକ ଗୋଷ୍ଠୀଗୁଡ଼ିକ ସମବାୟ ଆଇନ ଦ୍ୱାରା ପରିଚାଳିତ ହେବାର ବ୍ୟବସ୍ଥା ରହିଛି । ରାଷ୍ଟ୍ରୀୟ ସହକାରୀ ବିକାଶ ନିଗମ, ନୂଆଦିଲ୍ଲୀର ପରିଚାଳନା ନିର୍ଦ୍ଦେଶକ ସନ୍ଦୀପ କୁମାର ନାୟକ ଏବଂ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗଙ୍କ ଉଦ୍ୟମ କ୍ରମେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଛି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020